ଭୁବନେଶ୍ଵର: ଉପର ମୁଣ୍ଡରେ ପ୍ରବଳଳ ବର୍ଷା । ଉଛୁଳୁଛି ବୈତରଣୀ । ଆଗକୁ ବଡ ବନ୍ୟା ଆଶଙ୍କା । ଭଦ୍ରକ ଆଖୁଆପଦା ନିକଟରେ ଜଳସ୍ତର ୧୮.୩୩ମିଟର ସହ ବିପତ ସଙ୍କେତ ଛୁଇଁଲା ବୈତରଣୀ । ଏହାସହ କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଫୁଲିବାରେ ଲାଗିଛି । ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳପତନ ବୃଦ୍ଧି ସହ ବିପତ ସଂକେତ ଟପିଛି । ସେହିପରି କେନ୍ଦୁଝର ତେଲକୋଇ ସମାକୋଇ ନଦୀ ପୋଲ ଉପରେ ଦୁଇଫୁଟର ବନ୍ୟାଜଳ ପ୍ରଭାହିତ ।
ତେଲକୋଇ ମୁଖ୍ୟାଳୟରୁ ୧୩ ପଞ୍ଚାୟତ ବିଛିନ୍ନ ହୋଇ ପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆପଡା ସୀତା ନଦୀର ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଢେଙ୍କିକୋଟ କପାସପଡ଼ା ଠାରୁ ଭୀମକୁଣ୍ଡକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାଟଣା ବ୍ଲକର ବିଭିନ୍ନ ଗାଁର ସ୍ଥିତି ବେହାଲ । ବାଂଶପାଳ ବ୍ଲକରେ ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ଲାଗି ରହିଛି। ଫଳରେ ବହୁ ନଦୀ ଫୁଲିବା ସହ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ବୈତରଣୀ ଜଳସ୍ତର ବୃଦ୍ଧିକୁ ଦେଖି ପ୍ରଶାସନ ତରଫରୁ ତଳିଆ ଅଞ୍ଚଳର ଲେକଙ୍କୁ ସତର୍କ କରାଯାଇଛି । ଆଗକୁ ଉପରମୁଣ୍ଡରେ ବର୍ଷା ଜାରି ରହିଲେ ବୈତରଣୀରେ ବଡବନ୍ୟା ସ୍ଥିତି ଉପୁଜି ପାରେ ।

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି । ୮ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ବାମ ପାର୍ଶ୍ବର ୫ଟି ଗେଟ୍ ଓ ଡାହାଣ ପାର୍ଶ୍ବର ୩ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି । ହିରାକୁଦ ଜଳଭଣ୍ଡାର ଜଳସ୍ତର ୬୨୧.୦୬ଫୁଟରେ ପହଞ୍ଚିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ୩୩ହଜାର ୩୮୨କ୍ୟୁସେକ ଜଳ ପ୍ରବେଶ କରୁଛି । । ସେହିପରି କଲମାର ସମସ୍ତ ଗେଟ୍ ଖୋଲା ଅଛି | ହୀରାକୁଦ ଗେଟ୍ ଖୋଲା ଯାଇଥିବାରୁ ମହାନଦୀ ଭିତରକୁ ନଯିବା ପାଇଁ ସତର୍କ ସୂଚନା ଦିଆଯାଇଛି |
ଆସନ୍ତା ସପ୍ତାହରେ ଆଉ ଦୁଇଟି ଲଘୁଚାପ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୫ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ପଶ୍ଚିମବଙ୍ଗ ଉପକୂଳ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାସହ ୨୯ ତାରିଖ ରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସମ୍ଭାବନା ନେଇ ପାଣିପାଗ ବିବାଗ ପୂର୍ବାନୁମାନ କରିଛି । ଗତ 24 ଘଣ୍ଟା ରେ ସର୍ବାଧିକ ବର୍ଷ ସମ୍ବଲପୁର ରେ ୧୩୫ ମିଲିମିଟର ରେକର୍ଡ଼ କରାଯାଇଛି। ସେପଟେ ମାଲକାନଗିରି ଜିଲ୍ଲାର ପ୍ରବଳବର୍ଷା ଜାରି । ସୀମାନ୍ତ ମୋଟୁ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଆନ୍ଦ୍ର ପ୍ରଦେଶର କୁଇଗୁର ପୋଲ ନିକଟ ରାସ୍ତାରେ ୪ରୁ ୫ଫୁଟର ପାଣି । କୁଇଗୁର ପୋଲ ର ଉଭୟ ପାର୍ଶ୍ଵ ରେ ଶତାଧିକ ଟ୍ରକ, ଟ୍ରଲର ମାଲ ବୋଝଇ ଗାଡି ଅଟକି ରହିଛି।




