ଜର୍ମାନୀ ସହ ମିଶି ଭାରତ ନିର୍ମାଣ କରିବ ୬ଟି ବୁଡ଼ା ଜାହାଜ, ଖୁବ୍‌ ଶୀଘ୍ର ହେବ ଡିଲ୍‌

ଜର୍ମାନୀ-ସହ-ମିଶି-ଭାରତ-ନିର୍ମାଣ-କରିବ-୬ଟି-ବୁଡ଼ା-ଜାହାଜ,-ଖୁବ୍‌-ଶୀଘ୍ର-ହେବ-ଡିଲ୍‌

ନୂଆଦିଲ୍ଲୀ – ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଁ ଡକ୍‌ୟାର୍ଡ୍ସ ଲିମିଟେଡ୍ (ଏମଡିଏଲ)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ ଅଧୀନରେ, ଛଅଟି ବୁଡ଼ା ଜାହାଜ ନିର୍ମାଣ ପାଇଁ ଜର୍ମାନୀର ସହଯୋଗୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଅନୁମୋଦନ ଦେଇଛି। ଏହି ବୁଡ଼ା ଜାହାଜ ଭାରତରେ ନିର୍ମିତ କରାଯିବ ଏବଂ ଏଥିରେ ଇଣ୍ଡିପେଣ୍ଡେଣ୍ଟ ପ୍ରୋପଲ୍ସନ (ଏଆଇପି) ସିଷ୍ଟମ ରହିବ। ଏହି ମହତ୍ତ୍ୱକାଂକ୍ଷୀ ବୁଡାଜାହାଜ ଡିଲ୍‌ର ଆନୁମାନିକ ମୂଲ୍ୟ ୭୦ ,୦୦୦ କୋଟି ଟଙ୍କା ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଜାନୁଆରୀରେ ସରକାରୀ ମାଲିକାନର ଏମଡିଏଲକୁ ଜର୍ମାନୀ କମ୍ପାନୀ ଥାୟସନକ୍ରୁପ ମାରିନ ସିଷ୍ଟମ୍ସ ସହ ପାର୍ଟନରସିପ୍‌ରେ ଏହି ଛଅ ବୁଡ଼ାଜାହାଜର ନିର୍ମାଣ ପାଇଁ ବଛାଯାଇ ଥିଲା। ପ୍ରତିରକ୍ଷା ଅଧିକାରୀମାନେ ଏଏନଆଇକୁ କହିଛନ୍ତି , କେନ୍ଦ୍ର ସରକାର ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏମଡିଏଲକୁ ଏହି ପ୍ରକଳ୍ପ ପାଇଁ କଥାବାର୍ତ୍ତା ଆରମ୍ଭ କରିବାର ଅନୁମତି ଦେଇଛି ଏବଂ ଏହି ପ୍ରକ୍ରିୟା ଏହି ମାସର ଶେଷ ସୁଦ୍ଧା ଆରମ୍ଭ ହେବାର ଆଶା ରହିଛି।

ଏହି ନିଷ୍ପତ୍ତି ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ନିଆଯାଇଛି, ଯେଉଁଥିରେ ଶୀର୍ଷ ପ୍ରତିରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀମାନେ ଦେଶର ବୁଡା ଜାହାଜ ବାହିନୀର ଭବିଷ୍ୟତର ରଣନୀତି ଓ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଭାରତୀୟ ନୌସେନାକୁ ଆଶା ଯେ , ଆଗାମୀ ଛଅ ମାସରେ କଣ୍ଟ୍ରାକ୍ଟର କଥାବାର୍ତ୍ତା ସଂପୂର୍ଣ୍ଣ ହୋଇଯିବ ଏବଂ ଏଥିପାଇଁ ଅନ୍ତିମ ଅନୁମୋଦନ ମିଳିଯିବ। ଏହି କଣ୍ଟ୍ରାକ୍ଟ ମଧ୍ୟମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଲକ୍ଷ୍ୟ ଦେଶର ପାରମ୍ପରିକ ବୁଡ଼ା ଜାହାଜର ଡିଜାଇନ ଓ ନିର୍ମାଣର ସ୍ୱଦେଶୀ କ୍ଷମତା ବିକଶିତ କରିବାର ଅଛି।

Scroll to Top