ଅମିତ ଶାହଙ୍କ ବୟାନର ଜବାବ ରଖିଲେ ବିରୋଧୀ ଦଳଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଜାଣନ୍ତୁ କହିଲେ କ’ଣ?

ଅମିତ-ଶାହଙ୍କ-ବୟାନର-ଜବାବ-ରଖିଲେ-ବିରୋଧୀ-ଦଳଙ୍କ-ଉପରାଷ୍ଟ୍ରପତି-ପ୍ରାର୍ଥୀ,-ଜାଣନ୍ତୁ-କହିଲେ-କ’ଣ?

ନୂଆଦିଲ୍ଲୀ ୨୩।୮: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ ନକ୍ସଲ ରାୟ ଉପରେ ତାଙ୍କର ବୟାନ ରଖିଛନ୍ତି। ସେ କହିଛନ୍ତି ପ୍ରସଙ୍ଗରେ ସେ ଗୃହମନ୍ତ୍ରୀଙ୍କ ସହ ବିତର୍କରେ ସାମିଲ ହେବାକୁ ଚାହାନ୍ତିନି। ସେ କହିଛନ୍ତି ଯେ ବିତର୍କରେ ଶାଳୀନତା ରହିବା ଦରକାର। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁଦର୍ଶନ ରେଡ୍ଡୀଙ୍କ ‘ସାଲୱା ଜୁଡୁମ’ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ତେବେ ସୁଦର୍ଶନ ରେଡ୍ଡୀ କହିଛନ୍ତି ଯେ ସଲୱା ଜୁଡୁମ ନିଷ୍ପତ୍ତି ସୁପ୍ରିମକୋର୍ଟର ଥିଲା ମୋର ନୁହେଁ। 

ଉଲ୍ଲେଖଯୋଗ୍ୟ ଯେ ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀତା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ସହ ହେବ। ସୁଦର୍ଶନ ରେଡ୍ଡୀ କହିଛନ୍ତି ଯେ ସେ ଭାରତର ସମ୍ବିଧାନ ରକ୍ଷା ଲାଗି ପ୍ରୟାସ କରିବେ, ଯାହା ନିଃସନ୍ଦେହ ଆହ୍ୱାନର ସମ୍ମୁଖୀନ ହୋଇଛି। ସେ କହିଛନ୍ତି ଗଣତନ୍ତ୍ରର ଅର୍ଥ କିଛି ନୁହେଁ କେବଳ ବାର୍ତ୍ତା। ଏଠାରେ ବ୍ୟାକ୍ତିଙ୍କର ନୁହେଁ ବିଚାର ମଧ୍ୟରେ ବିବାଦ ଦେଖା ଦେଇଥାଏ। 

ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁଦର୍ଶନ ରେଡ୍ଡୀ କହିଛନ୍ତିଯେ ଆମ ଗଣତନ୍ତ୍ରରେ ଏକ ଅଭାବ ରହିଛି। ଆମେ ଏବେବି ସମ୍ବିଧାନିକ ଗଣତନ୍ତ୍ର, ହେଲେ ଆମେ ଚାପରେ ଅଛେ। ସେ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ ବରଂ ଦୁଇଟି ଅଲଗା ଅଲଗା ବିଚାରଧାରା ମଧ୍ୟରେ ମୁକାବିଲା। ରେଡ୍ଡୀ କହିଛନ୍ତି ଯେ ମୋର ସର୍ବସମ୍ମତ ପ୍ରାର୍ଥୀତ୍ୱ ବିବିଧତା, ସର୍ବସମ୍ମତ ପସନ୍ଦ ଓ ୬୪%ରୁ ଅଧିକ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ମତଦାନ ଶକ୍ତିର ପ୍ରତିନିଧିତ୍ୱ କରୁଛି। 

Scroll to Top