ଢେଙ୍କାନାଳ ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, ଅଳ୍ପକେ ବର୍ତ୍ତିଲା ଜୀବନ

ଢେଙ୍କାନାଳ-ଏସପି-ଅଫିସ-ସମ୍ମୁଖରେ-ମହିଳାଙ୍କ-ଆତ୍ମହୁତି-ଉଦ୍ୟମ,-ଅଳ୍ପକେ-ବର୍ତ୍ତିଲା-ଜୀବନ

ଢେଙ୍କାନାଳ ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, ଅଳ୍ପକେ ବର୍ତ୍ତିଲା ଜୀବନ

Published By : Prameya-News7 Bureau | August 23, 2025 IST

ଢେଙ୍କାନାଳ: ଥାନାରୁ ନ୍ୟାୟ ନ ପାଇବାରୁ ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କରି ନେଇଛନ୍ତି ପୁଲିସ । ମହିଳା ଜଣଙ୍କ  ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁମର ଅମରନାଥ ଜେନାଙ୍କ ପତ୍ନୀ ବୋଲି ଜଣାପଡିଛି। ସେ ସ୍ୱାମୀଙ୍କ ସହିତ ଅନୁଗୁଳର ରୁହନ୍ତି। 

ସୂଚନା ଅନୁଯାୟୀ ମହିଳାଙ୍କ ବାପଘର ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ମାତ୍ର ତାଙ୍କର ଜଣେ ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହିନପାରି ବାରମ୍ଵାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ଗୁହାରି କରିବା ପାଇଁ ଦୌଡୁଥିଲେ। ହେଲେ କେହି ତାଙ୍କ କଥା ନଶୁଣି ପରସ୍ପର ଥାନାକୁ ପଠାଉଥିଲେ। ତେଣୁ ଏଥିରେ ଅତିଷ୍ଠ ହୋଇ ଆଜି ସାଥିରେ ପେଟ୍ରୋଲ ଓ ଡିଆସିଲି ଆଣି ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି। ପୁଲିସ ପେଟ୍ରୋଲ ଓ ଦିଆସିଲ ସହିତ ମହିଳାଙ୍କୁ ଉଦ୍ଧାର କରିଛି । ଏହି ଘଟଣା ପରେ ଢେଙ୍କାନାଳ ଏସ ପି ଅଭିନବ ସୋନକର  ଉଭୟ ସଦର ଓ ଟାଉନ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରୁଥିବା ଜଣାପଡିଛି।

Also read: ଆଉ ଦୁଇ ଦିନ ପରେ ସରିବ ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ସରକାରଙ୍କୁ ଘେରିଲେ ବିରୋଧୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top