ଝରଣାରେ ରିଲ୍ସ କରୁଥିଲେ ଦୁଇ ସାଙ୍ଗ, ପାଣିରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

ଝରଣାରେ-ରିଲ୍ସ-କରୁଥିଲେ-ଦୁଇ-ସାଙ୍ଗ,-ପାଣିରେ-ବୁଡି-ଚାଲିଗଲା-୨-ଜଣଙ୍କ-ଜୀବନ

ଝରଣାରେ ରିଲ୍ସ କରୁଥିଲେ ଦୁଇ ସାଙ୍ଗ, ପାଣିରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

Published By : Prameya-News7 Bureau | August 23, 2025 IST

ଯାଜପୁର ୨୩।୮: ରିଲ୍ସ ବନାଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ୨ ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା କୋଇଲୋ ଅଞ୍ଚଳରେ । ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ରିଲ୍ସ କରୁଥିବା ବେଳେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନଙ୍କ ପୁଅ ସମ୍ଭୁ ପ୍ରଧାନ ଓ କୋଇଲା ଗ୍ରାମର ମନମୋହନ ମହାନ୍ତଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ୩ ଜଣ ସାଙ୍ଗ ମିଶି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ସମ୍ଭୁ ଓ ମାନସ ରିଲ୍ସ କରୁଥିଲେ । ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ । ନିକଟରେ ଥିବା ଅନ୍ୟ ସାଙ୍ଗମାନେ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ପ୍ରଥମେ ସମ୍ଭୁ ପ୍ରଧାନଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ନିଖୋଜ ଥିବା ମାନସଙ୍କ ମଧ୍ୟ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read:

ଯେଉଁମାନେ ସୁଧୁରିବେ ନାହିଁ, ରାଜସ୍ବ ବିଭାଗ ପାଖରେ ବହୁ ଅସ୍ତ୍ର ଅଛି ସେମାନେ ସମ୍ଭାଳି ପାରିବେନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top