କଟକରେ କେଭି-୨ର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

କଟକରେ-କେଭି-୨ର-ନୂଆ-କୋଠାର-ଭିତ୍ତିପ୍ରସ୍ତର-ସ୍ଥାପନ-କଲେ-କେନ୍ଦ୍ର-ଶିକ୍ଷାମନ୍ତ୍ରୀ,-ଛାତ୍ରଛାତ୍ରୀଙ୍କ-ସହ-କଲେ-ଆଲୋଚନା

କଟକରେ କେଭି-୨ର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

Published By : Prameya-News7 Bureau | August 23, 2025 IST

କଟକ ୨୩।୮: କଟକରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଆଜି ଜାତୀୟ ମହାକାଶ ଦିବସ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଭାରତର ମହାକାଶ ଗବେଷଣା ସମ୍ପର୍କରେ ଆଲୋଚନା କରିଥିଲେ । 

ଆଗକୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାକାଶ ଗବେଷଣା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ପାଇଁ ଆଗ୍ରହ କରିଥିଲେ ଧର୍ମେନ୍ଦ୍ର । ଏହାସହ ୨୦୩୬ ମସିହା ବେଳକୁ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀ ମାନେ ଭାଗିଦାରୀ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।

ସେପଟେ ନୂଆପଡ଼ାରେ କେଭି-୨ର ନୂଆ କୋଠା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ଯୋଗାଇ ଦେଇଥିବା ୫ ଏକର ପରିମିତ ସ୍ଥାନରେ କେଭି-୨ର ଏହି ନୂଆ କୋଠା ହେବ । ଏଥିପାଇଁ ସରକାର ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆସନ୍ତା ୨ ବର୍ଷ ଭିତରେ ନୂଆ କୋଠାର ନିର୍ମାଣ କାମ ସରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । 

You Can Read:

ଠୁଳ କରିଥିଲେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି : ସିନିୟର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ, ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top