ଭୁବନେଶ୍ୱର ୨୩/୦୮: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀନ ନିବାସ ଯାଏ ସେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଗଲେ ମୁଖ୍ୟମନ୍ତ୍ରୀ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ସିଏମ୍ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବୋଲି ଶୁଣିବାକୁ ମିଳିଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀନ ନିବାସ ଯାଏ ସେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଗଲେ ମୁଖ୍ୟମନ୍ତ୍ରୀ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ସିଏମ୍ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବୋଲି ଶୁଣିବାକୁ ମିଳିଛି ।
ସୂଚନା ଥାଉକି, ନିକଟରେ ଏକ ସମ୍ ଅଲଟିମେଟ୍ରୁ ଚିକିତ୍ସିତ ହୋଇ ଫେରିଥିଲେ ନବୀନ । ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ସେ ନବୀନ ନିବାସ ଫେରିଛନ୍ତି । ସେବେଠାରୁ ଦଳମତ ନିର୍ବିଶେଷରେ ଅନେକ ନେତା ଓ ସମର୍ଥକ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।
also read..
ନବୀନ ନିବାସରେ ଭାଇ ପ୍ରେମ ପଟ୍ଟନାୟକ, ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ ?
ହସ୍ପିଟାଲରେ ଥିବାବେଳେ ବିଜେପିର ଅନେକ ନେତୃବୃନ୍ଦ ତାଙ୍କୁ ହସ୍ପିଟାଲକୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ବେଶି ସମୟ ନରହି ଅଳ୍ପ ସମୟ ଦେଖି ଚାଲିଆସିଥିଲେ । ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ନାଓ ଆଇ ଆମ ଫାଇନ । ଯିଏ ଭେଟିବାକୁ ଚାହୁଁଚ ନବୀନ ନିବାସ ଆସ । ଏହା ପରଠୁ ନବୀନ ନିବାସରେ ନେତାଙ୍କ ଗହଳି ଲାଗିଛି ।




