ଭାରତରେ TikTok ଉପରେ ପ୍ରତିବନ୍ଧକ ଜାରି, ସରକାର କହିଲେ-ଆପ୍ ଅନବ୍ଲକ୍ ପାଇଁ ଦିଆଯାଇ ନାହିଁ ନିର୍ଦ୍ଦେଶ

ଭାରତରେ-tiktok-ଉପରେ-ପ୍ରତିବନ୍ଧକ-ଜାରି,-ସରକାର-କହିଲେ-ଆପ୍-ଅନବ୍ଲକ୍-ପାଇଁ-ଦିଆଯାଇ-ନାହିଁ-ନିର୍ଦ୍ଦେଶ

ନୂଆଦିଲ୍ଲୀ ୨୩।୦୮; ୫ ବର୍ଷ ତଳେ ଟିକଟକ ପାଇଁ ସାରା ଭାରତ ପାଗଳ ଥିଲା । କୁହାଯାଉଥିଲା ଟିକଟକର ସର୍ବାଧିକ ୟୁଜର୍ସ ଭାରତରେ ହିଁ ରହିଥିଲେ । ହେଲେ ଭାରତ-ଚୀନର ସମ୍ପର୍କରେ ତିକ୍ତତା ପରେ ଏହି ଆପକୁ ଭାରତରୁ ବ୍ୟାନ କରାଯାଇଥିଲା । ଏବେ ଖବର ଆସୁଛି ଏହି ଆପ ପୁଣି ଭାରତକୁ ଫେରିବାକୁ ଯାଇଛି । କିନ୍ତୁ ଶୁକ୍ରବାର ଦିନ ଭାରତ ସରକାର TikTok ଉପରୁ ପ୍ରତିବନ୍ଧକ ଉଠାଇ ନିଆଯାଇଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂତ୍ର ସ୍ପଷ୍ଟ କରିଛନ୍ତି ଯେ ଭାରତରେ TikTok ପାଇଁ କୌଣସି ଅନବ୍ଲକ୍ କରିବା ନିର୍ଦ୍ଦେଶ ଜାରି କରାଯାଇନାହିଁ। ଏପରି କୌଣସି ବିବୃତ୍ତି କିମ୍ବା ଖବର ମିଥ୍ୟା ଏବଂ ଭ୍ରମକ। ତଥାପି, ଇ-କମର୍ସ ୱେବସାଇଟ୍ Aliexpress ଏବଂ ଅନଲାଇନ୍ ପୋଷାକ ବିକ୍ରୟ ୱେବସାଇଟ୍ SHEIN ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

ହେଲେ କିଛି ୟୁଜର୍ସ TikTok ୱେବସାଇଟ୍ ଆକ୍ସେସ୍ କରିପାରିଥିଲେ।  ସେମାନେ ଲଗ୍ ଇନ୍, ଅପଲୋଡ୍ କିମ୍ବା ଭିଡିଓ ଦେଖିପାରିଲେ ନାହିଁ। ଏହି ଚୀନ୍ ଭିଡିଓ ପ୍ଲାଟଫର୍ମର ଆପ୍ ଭାରତରେ ଆପ୍ ଷ୍ଟୋରରେ ମଧ୍ୟ ଉପଲବ୍ଧ ନାହିଁ। ଦୂରସଂଚାର ବିଭାଗର ସୂତ୍ର କହିଛି ଯେ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଏହି ୱେବସାଇଟ୍ ଲଗାତାର ଅବରୋଧ କରୁଛନ୍ତି। ତଥାପି, କିଛି ଇଣ୍ଟରନେଟ୍ ବ୍ୟବହାରକାରୀ ଏହାକୁ କିପରି ଆକ୍ସେସ୍ କରିପାରିବେ ତାହା ସ୍ପଷ୍ଟ ନୁହେଁ।

ଜୁନ୍ ୨୦୨୦ରେ, ଭାରତ ସରକାର ୫୯ଟି ମୋବାଇଲ୍ ଆପ୍ଲିକେସନ୍ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଯେଉଁଥିରେ ଅଧିକାଂଶ ଚୀନ୍ ଆପ୍ ଥିଲା। ଏଥିରେ TikTok, UC Browser ଏବଂ WeChat ଭଳି ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ ଥିଲା। ସରକାର ଏହି ଚୀନ୍ ଆପ୍ଗୁଡ଼ିକୁ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ସୁରକ୍ଷା ଏବଂ ସାର୍ବଜନୀନ ଶୃଙ୍ଖଳା ପାଇଁ ବିପଦ ବୋଲି କହିଥିଲେ। ଚୀନ୍ ସହିତ ଭାରତର ବଢ଼ୁଥିବା ସୀମା ଉତ୍ତେଜନାର ପୃଷ୍ଠଭୂମିରେ ଏହି ପଦକ୍ଷେପ ନିଆଯାଇଛି। ଏହି ସମସ୍ତ ଆପ୍ ଭାରତୀୟ ନାଗରିକଙ୍କ ତଥ୍ୟ ଲିକ୍ କରୁଥିଲେ। ଟେକ୍ ବିଶେଷଜ୍ଞମାନେ କହିଥିଲେ ଯେ ଏହି ଆପ୍ ଭାରତୀୟଙ୍କ ଲୋକେସନ୍ ଡାଟା ନେଇ ଚୀନ୍‌ରେ ଅବସ୍ଥିତ ସର୍ଭରକୁ ଫାଇଲ୍ ସ୍ଥାନାନ୍ତର କରନ୍ତି।

Scroll to Top