Superstition:ପୁଅ ଶବ ଜଗିଲା ମା’, ୨୬ ଘଣ୍ଟା ପରେ ଉଠିଲା ଶବ

superstition:ପୁଅ-ଶବ-ଜଗିଲା-ମା’,-୨୬-ଘଣ୍ଟା-ପରେ-ଉଠିଲା-ଶବ

ଅନ୍ଧବିଶ୍ବାସ ଓ ସାମାଜିକ କୁପ୍ରଥା କାରଣରୁ ପୁଅର ଶବକୁ ମିଳିଲାନି କାନ୍ଧ। ମନର କୋହକୁ ଚାପି ରଖି ୨୬ ବର୍ଷର ଭେଣ୍ଡିଆ ପୁଅ ଶବ ଜଗି ବସିଲା ମା’ । ବହୁ କାକୁତିମିନତି ପରେ ପ୍ରାୟ ୨୬ ଘଣ୍ଟା ପରେ ହୋଇଛି ପୁଅର ଶବ ସତ୍କାର।

Manasranjan Mohanty

  • Published: Saturday, 23 August 2025
  • Last updated: 23 August 2025, 09:04 AM IST

SuperstitionCredit: OTV

Superstition

୨୬ ଘଣ୍ଟା ପରେ ଉଠିଲା ଶବ । ଅନ୍ଧବିଶ୍ବାସ ଓ ସାମାଜିକ କୁପ୍ରଥା କାରଣରୁ ୨୬ ଘଣ୍ଟା ପରେ ଉଠିଲା ଶବ। ୨ ଦିନ ଧରି ପୁଅର ମୃତଦେହକୁ ଜଗି ବସିଲା ମାଆ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ନାମ୍ପୋ ଅଞ୍ଚଳରେ।

ଅଭିଯୋଗ ଅନୁସାରେ, ଅନ୍ଧବିଶ୍ବାସକୁ ଆଧାର କରି ଏକ ପରିବାରକୁ ୧୦ ବର୍ଷ ଧରି ନିଆଁପାଣି ବନ୍ଦ କରିଥିଲେ ଗାଁ ଲୋକେ। ଗୁରୁବାର ସେହି ପରିବାରର ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ, କେହି କାନ୍ଧ ଦେବାକୁ ରାଜି ନହେବାରୁ ୨ ଦିନ ଧରି ପଡ଼ି ରହିଲା ମୃତଦେହ। ଶେଷରେ ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ମୃତଦେହକୁ ନେଇ ସସମ୍ମାନେ ଜଳେଶ୍ବରରେ ଶେଷ ସତ୍କାର କରିଥିଲେ ।

Also Read

ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଆଜିର ସମୟରେ ବି ଏଭଳି ଘଟଣା ଘଟୁଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

ଓଟିଭି ବିଜ୍ଞାପନ

Scroll to Top