୪୦% ମୁଖ୍ୟମନ୍ତ୍ରୀ ସାମ୍ନା କରିଛନ୍ତି ଫୌଜଦାରୀ ମାମଲା, ୧୦ ଜଣଙ୍କ ଗମ୍ଭୀର ଅପରାଧର ଅଭିଯୋଗ

୪୦%-ମୁଖ୍ୟମନ୍ତ୍ରୀ-ସାମ୍ନା-କରିଛନ୍ତି-ଫୌଜଦାରୀ-ମାମଲା,-୧୦-ଜଣଙ୍କ-ଗମ୍ଭୀର-ଅପରାଧର-ଅଭିଯୋଗ

ନୂଆଦିଲ୍ଲୀ ୨୩/୦୮: ଦେଶର ୪୦% ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା । ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟରୁ ୧୨ ଜଣ ଅର୍ଥାତ୍ ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ପଞ୍ଜିକୃତ ହୋଇଥିବା ଘୋଷଣା କରିଛନ୍ତି । ନିର୍ବାଚନ ସଂସ୍କାର ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR)ର ନୂତନ ରିପୋର୍ଟରେ ଏହା ପ୍ରକାଶ ପାଇଛି । 

ADR ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସର୍ବାଧିକ ୮୯ ମାମଲା ପଞ୍ଜିକୃତ ହୋଇଛି। ତାଙ୍କ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଅଛନ୍ତି, ଯାହାଙ୍କ ବିରୋଧରେ ୪୭ ମାମଲା ପଞ୍ଜିକୃତ ହୋଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ ବିରୋଧରେ ୧୯ ମାମଲା ପଞ୍ଜିକୃତ ହୋଇଛି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ୧୩ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ୫ ମାମଲା ପଞ୍ଜିକୃତ ହୋଇଛି। 

ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌  ରିଫର୍ମ୍‌ସ(ଏଡିଆର୍‌) ରିପୋର୍ଟ ପ୍ରକାଶ କରିଛି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌  ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂଙ୍କ ନାଁରେ ୪ଟି  ଲେଖାଏଁ ମାମଲା ରହିଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ  ପିନାରାୟୀ ବିଜୟନଙ୍କ ନାଁରେ ୨ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ  ଭଗୱନ୍ତ ମାନ୍‌ଙ୍କ ବିରୋଧରେ ଗୋଟିଏ ମାମଲା ଥିବା  ସେମାନେ ଘୋଷଣା କରିଛନ୍ତି । 

ସଙ୍ଗିନ ଅପରାଧିକ ମାମଲାରେ ୩୦ ଦିନ ଜେଲରେ  ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ  ମନ୍ତ୍ରୀମାନଙ୍କର ପଦ ଯିବା ଲାଗି କେନ୍ଦ୍ର ସରକାର ନିକଟରେ  ବିଧେୟକ ଆଣିବା ପରେ ଏଡିଆର୍‌ ଏହି ରିପୋର୍ଟ ପ୍ରକାଶ  କରିଛି । ଏବେ ମୁଖ୍ୟମନ୍ତ୍ରୀ ଥିବା ବିଭିନ୍ନ ଦଳର ନେତାଙ୍କ ସତ୍ୟପାଠ ବିଶ୍ଳେଷଣ କରି ଏଡିଆର୍‌ ତଥ୍ୟ ଜାରି କରିଛି । 

Scroll to Top