kalyug Actress:ବିବାହ ବିଚ୍ଛେଦ, କ୍ୟାରିଅର ବର୍ବାଦ….ଡିପ୍ରେସନରେ ଥିଲେ ଏହି ଅଭିନେତ୍ରୀ

kalyug-actress:ବିବାହ-ବିଚ୍ଛେଦ,-କ୍ୟାରିଅର-ବର୍ବାଦ….ଡିପ୍ରେସନରେ-ଥିଲେ-ଏହି-ଅଭିନେତ୍ରୀ

ଭଟ୍ଟ ପରିବାର ସହ ଜଡ଼ିତ ସ୍ମାଇଲି ସୁରୀ, ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ଭାଣିଜୀ ଏବଂ ଆଲିଆ ଭଟ୍ଟ, ପୂଜା ଭଟ୍ଟ ଏବଂ ଇମ୍ରାନ ହାଶମୀଙ୍କ ସମ୍ପର୍କୀୟ ଭଉଣୀ। ତଥାପି, ଏହାର କୌଣସି ପ୍ରଭାବ ତାଙ୍କ ଫିଲ୍ମ କ୍ୟାରିଅର ଉପରେ ପଡ଼ିନଥିଲା ।

ଅଭିନେତ୍ରୀ ସ୍ମାଇଲି ସୁରୀ ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଲୟୁଗ’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ହୃଦୟରେ ଜାଗା ହାସଲ କରିଥିଲେ। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସ୍ମାଇଲି ରେଣୁକା ଚରିତ୍ରରେ ଅଭିନୟ କରିଥିଲେ।

ଏହି ଫିଲ୍ମରେ କୁନାଲ ଖେମୁ ଏବଂ ଇମ୍ରାନ ହାଶମୀଙ୍କ ସହ ତାଙ୍କ ଯୋଡିକୁ ବେଶ୍‌ ପସନ୍ଦ କରାଯାଇଥିଲା। ବିଶେଷକରି ଫିଲ୍ମର ‘ଜିୟା ଧଡ଼କ ଧଡ଼କ ଜାଏ’ ଗୀତଟି, ଯାହା ଆଜି ମଧ୍ୟ ଲୋକପ୍ରିୟ ଗୀତମାନଙ୍କ ମଧ୍ୟରେ ରହିଛି। ଏହି ଗୀତ ମାଧ୍ୟମରେ ସ୍ମାଇଲି ‘ଜିୟା ଧଡ଼କ ଧଡ଼କ’ ଅଭିନେତ୍ରୀ ଭାବେ ପରିଚିତି ଲାଭ କରିଥିଲେ। ଯଦିଓ ବର୍ତ୍ତମାନ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି।

smiley surismiley suri

Also Read

ଭଟ୍ଟ ପରିବାର ସହ ଜଡ଼ିତ ସ୍ମାଇଲି ସୁରୀ, ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ଭାଣିଜୀ ଏବଂ ଆଲିଆ ଭଟ୍ଟ, ପୂଜା ଭଟ୍ଟ ଏବଂ ଇମ୍ରାନ ହାଶମୀଙ୍କ ସମ୍ପର୍କୀୟ ଭଉଣୀ। ତଥାପି, ଏହାର କୌଣସି ପ୍ରଭାବ ତାଙ୍କ ଫିଲ୍ମ କ୍ୟାରିଅର ଉପରେ ପଡ଼ିନଥିଲା ।

‘କଲୟୁଗ’ର ସଫଳତା ପରେ ସ୍ମାଇଲି ଆଶା କରିଥିଲେ ଯେ ତାଙ୍କୁ ଆହୁରି ଭଲ ଭୂମିକା ମିଳିବ, କିନ୍ତୁ ତାଙ୍କୁ ଟାଇପକାସ୍ଟ କରାଗଲା। ସ୍ମାଇଲି ସୁରୀଙ୍କୁ ପ୍ରାୟତଃ ସେହିସବୁ ଚରିତ୍ର ଅଫର କରାଯାଇଥିଲା, ଯାହା ‘କଲୟୁଗ’ର ରେଣୁକା ଚରିତ୍ର ସହ ମିଶୁଥିଲା । ଯାହାକୁ ସେ ପ୍ରତ୍ୟାଖ୍ୟାନ କରି ନଥିଲେ। ଏହାପରେ ସେ ‘ଏ ମେରା ଇଣ୍ଡିଆ’ ଏବଂ ‘କ୍ରୁକ’ ଭଳି ଫିଲ୍ମରେ ଛୋଟ ଛୋଟ ଭୂମିକା କରିଥିଲେ । କିନ୍ତୁ ଏହି ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଅସଫଳ ହୋଇଥିଲା।

smiley surismiley suri

ଏହାପରେ ସ୍ମାଇଲି ଟେଲିଭିଜନ ଆଡ଼କୁ ମୁହାଁଇଥିଲେ। ସେ ‘ଜୋଦ୍ଧା ଆକବର’ ଏବଂ ରିୟାଲିଟି ଶୋ ‘ନଚ ବଲିଏ ୭’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ, କିନ୍ତୁ ତାଙ୍କ କ୍ୟାରିଅର ଆଗକୁ ବଢ଼ି ପାରି ନଥିଲା। ସ୍ମାଇଲିଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟରେ ବହୁତ ଉତ୍ଥାନ-ପତନ ଦେଖାଦେଇଥିଲା।

୨୦୧୪ରେ ତାଙ୍କ ବିବାହ ନୃତ୍ୟଶିଳ୍ପୀ ବିନୀତ ବଙ୍ଗେରାଙ୍କ ସହ ହୋଇଥିଲା, କିନ୍ତୁ ଦୁଇ ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗିଗଲା। ଏହା ବ୍ୟତୀତ, ତାଙ୍କ ବାପା ଏବଂ ଜେଜେମାଙ୍କ ମୃତ୍ୟୁ ହେତୁ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ ସେ ଡିପ୍ରେସନକୁ ଚାଲିଯାଇଥିଲେ । ଯାହା ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପକାଇଥିଲା।

smiley surismiley suri

Scroll to Top