Online Gaming: ନିଶା ଥିଲା ଘରେ ବସି ରୋଜଗାର୍; ହେଲେ…

online-gaming:-ନିଶା-ଥିଲା-ଘରେ-ବସି-ରୋଜଗାର୍;-ହେଲେ…

ଲୋକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ତରଫରୁ କିଛି ଲୋକଙ୍କୁ କୁଲର ଓ ଫ୍ରିଜ୍‌ ଆଦି ଆକର୍ଷଣୀୟ ଉପହାର ମଧ୍ୟ ଦିଆଗଲା। ଏହା ଦେଖି ଲୋଭରେ ପଡିଗଲେ ଅଞ୍ଚଳବାସୀ। ଏଥିରେ ଟଙ୍କା ବିନିଯୋଗ କରିବା ପାଇଁ ଧାର କରଜ ମଧ୍ୟ କରିବାକୁ ପଛାଇଲେ ନାହିଁ।

ଅନ୍‌ଲାଇନ୍‌ ମନି ଗେମ୍‌ ଆପ୍‌ ବ୍ୟାନ୍‌ କରିବାକୁ ନିଆଯାଇଛି ପଦକ୍ଷେପ। ଏନେଇ ଆଇନ ମଧ୍ୟ ଅଣାଯାଇଛି । ଏବେ ତାଲା ଲଗାଇ ଛୁ ମାରିଛନ୍ତି ଅନେକ ଅନ୍‌ ଲାଇନ୍‌ ଆପ୍‌ ସଂସ୍ଥା।

ତେବେ ରିପୋର୍ଟ ଅନୁସାରେ ଜଗତସିଂହପୁର ଜିଲାର ବାଲିକୁଦା ଅଞ୍ଚଳରେ ୨୦୨୪ ନଭେମ୍ବରରେ ହିୟୁଜ୍‌ ଆପ୍‌ ନାମକ ଏକ ଅନ୍‌ ଲାଇନ୍‌ ମନି ଗେମ୍‌ ଆପ୍‌ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଲୋଭନୀୟ ଅଫର୍‌ ଦିଆଯାଇଥିଲ। ଯେପରିକି ୫,୫୦୦ ଟଙ୍କା ନିବେଶ କଲେ ପ୍ରତ୍ୟକ ଦିନ ୨୦୦ ଟଙ୍କା ରୋଜଗାର ହେବ, ସେହିପରି ୧୬,୫୦୦ ଟଙ୍କା ନିବେଶ କଲେ ପ୍ରତ୍ୟକ ଦିନ ୬୧୫ ଟଙ୍କା ଆୟ ଭଳି ଅଫର ଦିଆଯାଇଥିଲା। ଏହି ଲୋଭରେ ପଡିଯାଇଥିଲେ ଅଞ୍ଚଳର କିଛି ଯୁବକ ଓ ଗ୍ରାମୀଣ ମହିଳା।

ଲୋକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ତରଫରୁ କିଛି ଲୋକଙ୍କୁ କୁଲର ଓ ଫ୍ରିଜ୍‌ ଆଦି ଆକର୍ଷଣୀୟ ଉପହାର ମଧ୍ୟ ଦିଆଗଲା। ଏହା ଦେଖି ଲୋଭରେ ପଡିଗଲେ ଅଞ୍ଚଳବାସୀ। ଏଥିରେ ଟଙ୍କା ବିନିଯୋଗ କରିବା ପାଇଁ ଧାର କରଜ ମଧ୍ୟ କରିବାକୁ ପଛାଇଲେ ନାହିଁ। ଲୋଭ ଏତେ ଘାରିଲା ଯେ ମୂଲ ମଜୁରୀ ଲାଗି ଟଙ୍କା ରୋଜଗାର କରୁଥିବା ଶ୍ରମିକମାନେ ବି ଏଥିରେ ପଶିଗଲେ। କିଛି ମହିଳା ମଧ୍ୟ ଘରେ ବସି ଟଙ୍କା ରୋଜଗାର ନିଶାରେ ମିଳିଥିବା ସୁଭଦ୍ରା ଟଙ୍କାକୁ ମଧ୍ୟ ଲଗାଇଦେଲେ। ଗତ ୨୦ ତାରିଖ ସନ୍ଧ୍ୟାରେ ହଠାତ ଆପ ବନ୍ଦ ହୋଇଯିବାରୁ ବିନିଯୋଗକାରୀଙ୍କ ମୁଣ୍ଡରେ ଚଡକ ପଡିଛି।

Also Read

ଏହି ଅଞ୍ଚଳରୁ ପ୍ରାୟ ୨୦୦୦ରୁ ଅଧିକ ଲୋକ ଏବେ ଠକେଇର ଶିକାର ହୋଇଛନ୍ତି ଆଉ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ସଂସ୍ଥା ବିରୁଦ୍ଧରେ ଏତଲା ଦେଇଛନ୍ତି।

ତେବେ ଅନ୍‌ ଲାଇନ୍‌ ମନି ଗେମ୍‌ ଆପ୍‌ରେ ଟଙ୍କା ଲଗାଇ ଆର୍ଥିକ ଠକେଇର ଶୋଷଣ ହେବା ବା ଏହାକୁ ନେଇ ଅନେଙ୍କର ଜୀବନ ଯିବା ଆଦି ଘଟଣାକୁ ଦୃଷ୍ଟିରେ ରଖି ସରକାର ଏହି ଆପ୍‌କୁ ବ୍ୟାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷପ ହୋଇଥିଲେ ମଧ୍ୟ ଏଥିରେ ଠକେଇର ଶିକାର ହୋଇଥିବା କ୍ଷତିଗସ୍ତମାନେ କିପରି ସେମାନଙ୍କର ଟଙ୍କା ଫେରି ପାଇବେ ସେଥିପ୍ରତି ପଦକ୍ଷପ ନେବା ଜରୁରୀ ହୋଇପଡିଛି।

Scroll to Top