Idol Makers :ମୂର୍ତ୍ତି ଗଢ଼ିବେ ମିଳିବନି ପଇସା, ଆଗକୁ ଆସୁଛି ଗଣେଶ ପୂଜା

idol-makers-:ମୂର୍ତ୍ତି-ଗଢ଼ିବେ-ମିଳିବନି-ପଇସା,-ଆଗକୁ-ଆସୁଛି-ଗଣେଶ-ପୂଜା

ଆଗକୁ ଆସୁଛି ଗଣେଶ ପୂଜା, ଗାଁ ଠୁଁ ସହର ସବୁଠି ଚଳ ଚଞ୍ଚଳ। ନିଖୁଣ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଗଣେଶ କାରିଗର। ହେଲେ ମାଟି ଉଠାଇବା ବେଳେ ସରକାରୀ କଟକଣା ଯୋଗୁଁ ଉଚିତ୍ ପାରିଶ୍ରମିକ ନପାଇ ଚିନ୍ତାରେ ମୂର୍ତ୍ତି କାରିଗର ।

ଆଗକୁ ଆସୁଛି ଗଣେଶ ପୂଜା। ଗାଁ ଠୁଁ ସହର ସବୁଠି ଚଳ ଚଞ୍ଚଳ। ଜୋରସୋରରେ ଚାଲିଛି ଗଣେଶ ମୂର୍ତ୍ତି ତିଆରି। ନିଖୁଣ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ମାଟିରେ ତିଆରି ହୋଇଥିବା ଗଜାନନଙ୍କ ମୂର୍ତ୍ତି ଉପରେ ଟିକେ ନଜର ପକାନ୍ତୁ। ଅତ୍ୟନ୍ତ ସୂକ୍ଷ୍ମ ସ୍ପର୍ଶରେ ମାଟି କାରିଗରମାନେ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଆଗେଇ ଚାଲିଛନ୍ତି।

ଚାନ୍ଦବାଲିରେ ବିଭିନ୍ନ ସ୍ଥାନରେ କ୍ଲବ୍ ଏବଂ ଅନୁଷ୍ଠାନ ମାନଙ୍କରୁ କେଉଁଠି ୩ଫୁଟରୁ ଆରମ୍ଭ କରି ୩୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାର ଚାଲିଛି ମୂର୍ତ୍ତି ନିର୍ମାଣ। କାରିଗର ଓ ସହାୟକ ମାନେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି। ୫ ହଜାରରୁ ଆରମ୍ଭ କରି ୮୫ ହଜାର ପର୍ଯ୍ୟନ୍ତ ରହିଛି ମୂର୍ତ୍ତିର ଦାମ୍। ହେଲେ ଏପଟେ ଦାଉ ସାଜିଛି ସରକାରୀ କଟକଣା।

ମୂର୍ତ୍ତି ନିର୍ମାଣରେ ମାଟି କିଣିବା ପାଇଁ ସରକାରଙ୍କ କଟକଣା ଦୃଷ୍ଟିରୁ ଏକ ଟ୍ରିପ ପିଚ୍ଛା ୫ ହଜାରରୁ ଅଧିକ ଦାମ ପଡ଼ୁଛି। ଏହା ବ୍ୟତୀତ ନଡା, ବାଉଁଶ ଦର ମଧ୍ୟ ବେଶ୍ ଆକାଶ ଛୁଆଁ ରହିଛି। ଯାହାର ପ୍ରଭାବ ମୂର୍ତ୍ତି ବିକ୍ରି ଉପରେ ପଡ଼ିଛି। ସେପଟେ ପାଖରୁ ଆବଶ୍ୟକୀୟ ଚିକିଟା ମାଟି ନମିଳିବାରୁ ସରକାରଙ୍କୁ ଟିକସ ଦେଇ ଦୂରରୁ ମାଟି ଆଣିବା ପାଇଁ ପଡୁଛି।

Also Read

କଲିକତା ଓ କଟକରୁ ମହଙ୍ଗା ଦରରେ ରଙ୍ଗ ମଧ୍ୟ କିଣା ଯାଉଛି। ଏସବୁ ହିସାବକୁ ନେଲେ ମୂର୍ତ୍ତି ତିଆରି ପାଇଁ ହେଉଥିବା ପରିଶ୍ରମ ଓ ଖର୍ଚ୍ଚର ମୂଲ୍ୟ ସଠିକ ଅନୁସାରେ ମିଳୁନାହିଁ। କିନ୍ତୁ ପିଢ଼ି ପରେ ପିଢ଼ି କୌଳିକ ବୃତ୍ତିକୁ ବଞ୍ଚେଇବା ପାଇଁ କାରିଗର ଗଢୁଛନ୍ତି ମୂର୍ତ୍ତି

ଶିଳ୍ପୀଙ୍କ ରଙ୍ଗ ତୁଳୀରେ ଜୀବନ୍ତ ହୋଇ ଉଠିଛି ମାଟିର ମୂର୍ତ୍ତି। ଦିନ ରାତି ଏକ କରି ମୂର୍ତ୍ତି ତିଆରିରେ ଲାଗି ପଡ଼ିଛନ୍ତି କାରିଗର। ଏଠିକାର ମୂର୍ତ୍ତିର ଚାହିଦା ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଥିବାରୁ କିଣିବାକୁ ଗ୍ରାହକଙ୍କ ଆଗ୍ରହ ବଡ଼ିଛି। ହେଲେ ପୂର୍ବରୁ ବହୁତ କମ୍ ଦାମରେ ମୂର୍ତ୍ତି ବିକ୍ରି ହେଉଥିଲା ବେଳେ ଏବେ ଗ୍ରାହକଙ୍କୁ ମଧ୍ୟ ମହଙ୍ଗା ପଡୁଛି। ହେଲେ ମୂର୍ତ୍ତି ତିଆରି ଦର ଅଧିକ ପଡ଼ୁଥିବାରୁ ସେମାନେ ମଧ୍ୟ ଉପାୟଶୂନ୍ୟ। ତେଣୁ କାରିଗରଙ୍କୁ ସରକରା ସହାୟତା ଯୋଗାଇ ହେଲେ ଏହା ଗ୍ରାହକଙ୍କ ପାଇଁ ମଧ୍ୟ ଫାଇଦା ଦେବ 

ସରକାରୀ କଟକଣା ଟିକିଏ କୋହଳ ହେଲେ ମୂର୍ତ୍ତି ତିଆରିର ଉଚିତ ପାଉଣା ପାଆନ୍ତା କାରିଗର ।

Scroll to Top