ମୁମ୍ବାଇରେ ପିଲେଟ୍ସ ଷ୍ଟୁଡିଓ ଖୋଲିଲେ ସାରା ତେନ୍ଦୁଲକର: ଝିଅର ସଫଳତାରେ ଭାବପ୍ରବଣ ହେଲେ ସଚିନ

ମୁମ୍ବାଇରେ-ପିଲେଟ୍ସ-ଷ୍ଟୁଡିଓ-ଖୋଲିଲେ-ସାରା-ତେନ୍ଦୁଲକର:-ଝିଅର-ସଫଳତାରେ-ଭାବପ୍ରବଣ-ହେଲେ-ସଚିନ

ମୁମ୍ବାଇନୂଆକରି ପେଷାଗତ ଜୀବନ ଆରମ୍ଭ କଲେ ସଚିନ ତେନ୍ଦୁଲକରଙ୍କର ଝିଅ ସାରା ତେନ୍ଦୁଲକର। ଝିଅର ସଫଳତାରେ ସଚିନ ଖୁସୀରେ ଆତ୍ମବିଭୋର ସଚିନ। ସୋସିଆଲ୍ ମିଡିଆରେ ପୋଷ୍ଟ କରି ବଖାଣୀଛନ୍ତି ଝିଅ ପରିଶ୍ରମର କାହାଣୀ। 

ସଚିନଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇରେ ଏକ ପିଲେଟ୍ସ ଷ୍ଟୁଡିଓ ଖୋଲିଛନ୍ତି। ମୁମ୍ବାଇରେ ଷ୍ଟୁଡିଓର ଉଦଘାଟନର ଫଟୋଗ୍ରାଫ ସେୟାର କରି ସଚିନ ଗର୍ବ ଅନୁଭବ କରିଥିଲେ। ଏହି ଫଟୋରେ ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହିତ ରିବନ କାଟିବାର ଦେଖାଯାଉଛି।

ସଚିନ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଝିଅ ସାରାର ସ୍ୱପ୍ନକୁ ପୂରଣ କରିବାରେ ଦିଗରେ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ। ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଗୋଟିଏ ପରେ ଗୋଟିଏ ଇଟା ଯୋଡ଼ି ସାରା ଏହି ସଫଳତାରେ ପହଞ୍ଚିଛି ବୋଲି ସଚିନ କହିଛନ୍ତି। 

ପିଲେଟ୍ସ ଷ୍ଟୁଡିଓ ହେଉଛି ଏକ ସ୍ୱତନ୍ତ୍ର ଫିଟନେସ୍ ସ୍ଥାନ ଯେଉଁଠାରେ ଲୋକମାନେ ପିଲେଟ୍ସ ଅଭ୍ୟାସ କରନ୍ତି। ଏହା ଏକ କମ ପ୍ରଭାବଶାଳୀ ବ୍ୟାୟାମ ପ୍ରଣାଳୀ। ଯାହା ଶକ୍ତି, ଶରୀର ନମନୀୟତା, ସ୍ଥିତି ଏବଂ ନିୟନ୍ତ୍ରିତ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦିଏ। ଏହିପରି ଷ୍ଟୁଡିଓଗୁଡ଼ିକ ପ୍ରାୟତଃ ରିଫର୍ମର, ମ୍ୟାଟ୍ ଏବଂ ରେଜି୍ଟାନ୍ସ ଟୁଲ୍ସ ଭଳି ଉପକରଣ ରହିଛି। ଏହି ଷ୍ଟୁଡିଓରେ ପ୍ରଶିକ୍ଷକମାନେ ଗ୍ରାହକମାନଙ୍କୁ ମୂଳ ଶକ୍ତି ଏବଂ ସାମଗ୍ରିକ ଶରୀର ସନ୍ତୁଳନକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ ବ୍ୟାୟାମ ମାଧ୍ୟମରେ ଟ୍ରେନିଂ ଦିଅନ୍ତି।

ଝିଅର ଏହି ସଫଳତା ପାଇଁ ସଚିନ ପୋଷ୍ଟ କରି ଲେଖିଛନ୍ତି “ବାପାମାଆ ହିସାବରେ ଆପଣ ସବୁବେଳେ ଆଶା କରନ୍ତି ଯେ ଆପଣଙ୍କ ପିଲାମାନେ ଯାହା ଭଲପାଆନ୍ତି ତାହା ସେ କରନ୍ତୁ। ସାରା ଏକ ପିଲେଟ୍ସ ଷ୍ଟୁଡିଓ ଖୋଲୁଥିବା ଦେଖିବା ସେହି ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏ ଯାହା ଆମ ହୃଦୟକୁ ପୂରା କରିଦେଇଛି। କଠିନ ପରିଶ୍ରମ ଏବଂ ଦୃଢ଼ ବିଶ୍ୱାସର ସହ ଗୋଟିଏ ପରେ ଗୋଟିଏ ଇଟା ଯୋଡ଼ି ସଫଳତା ପାଇଛି।”

Scroll to Top