ଦୁର୍ନୀତିଖୋର କର୍ମଚାରୀଙ୍କ ଗତିବିଧି ଟ୍ରାକ କରିବେ ସରକାର, ଚାଲିଛି ପ୍ରସ୍ତୁତି: ସୁରେଶ ପୂଜାରୀ
Published By : Prameya-News7 Bureau | August 22, 2025 IST

କଟକ: ଦୁର୍ନୀତିଖୋର କର୍ମଚାରୀଙ୍କ ଗତିବିଧି ଟ୍ରାକ କରିବା ପାଇଁ ସରକାରଙ୍କ ଯୋଜନା। ରାଜ୍ୟ ସରକାର ଦୁର୍ନୀତିଖୋର ଅଧିକାରୀ, କର୍ମଚାରୀ ଓ ଯେଉଁ ମାନେ ଦୁର୍ନୀତିକୁ ନେଇ ସନ୍ଦେହ ଘେରରେ ଅଛନ୍ତି, ସେମାନଙ୍କ ଗତିବିଧି ଟ୍ରାକ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ଵୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କିଭଳି ଦୁର୍ନୀତିଖୋରଙ୍କୁ ଠାବ କରାଯିବ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ,ଏ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ପ୍ରାଥମିକ ଆଲୋଚନା ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ କଟକରେ ସୂଚନା ଦେଇଛନ୍ତି। କଟକରେ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିର ଏହା ଏକ ଅଂଶ ବିଶେଷ ବୋଲି ସୁରେଶ ପୂଜାରୀ କହିଛନ୍ତି। ଖୁବ୍ ଶୀଘ୍ର ଭିଜିଲାନ୍ସ ବିଭାଗ ସହ ଆଲୋଚନା କରି ଏଭଳି ପଦକ୍ଷେପ ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି।
Also read: ନବୀନ ନିବାସରେ ଭାଇ ପ୍ରେମ ପଟ୍ଟନାୟକ, ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ ?





