ନେତାଙ୍କୁ ପଦଚ୍ୟୁତ କରିବାରେ କେନ୍ଦ୍ର ସରକାରଙ୍କର ନୂଆ ବିଲ୍ ଭୋଟ ଚୋରିର ପ୍ଲାନ ବି: ପବନ ଖେଡ଼ା

ନେତାଙ୍କୁ-ପଦଚ୍ୟୁତ-କରିବାରେ-କେନ୍ଦ୍ର-ସରକାରଙ୍କର-ନୂଆ-ବିଲ୍-ଭୋଟ-ଚୋରିର-ପ୍ଲାନ-ବି:-ପବନ-ଖେଡ଼ା

ନୂଆଦିଲ୍ଲୀଦୁର୍ନୀତି ଅଭିଯୋଗରେ ଗିରଫ ହେବାର ୩୦ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ପଦରୁ ଇସ୍ଥଫା ଦେବା ଦରକାର। ନହେଲେ ତାଙ୍କୁ ପଦରୁ ହଟାଇ ଦିଆଯିବ। କେନ୍ଦ୍ର ସରକାର ଆଣିବାକୁ ଥିବା ଏଭଳି ଏକ ଆଇନକୁ ନେଇ ବିରୋଧୀ ଦଳର ନେତାମାନେ ଆଇନର ଦୁରୁପଯୋଗ ନେଇ ଅଭିଯୋଗ ଉଠାଇଛନ୍ତି। ଏହି ଆଇନରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ହାତବାରିଶି କରି କ୍ଷମତାସୀନ ସରକାର ନେତାଙ୍କୁ ହଇରାଣ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏନେଇ କଂଗ୍ରେସ ନେତା ପବନ ଖେଡ଼ା ଟ୍ୱିଟ୍ କରି ନିଜର ତର୍କ ରଖିଛନ୍ତି। ସେ ଲେଖିଛନ୍ତି “କେନ୍ଦ୍ର ସରକାର ନିଜେ ସଂସଦରେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ, ଇଡି ରାଜନେତାଙ୍କ ବିରୋଧରେ ୧୯୩ଟି ମାମଲା ପଞ୍ଜିକୃତ କରିଛି, ଯେଉଁଥିରୁ କେବଳ ୨ଟି ମାମଲାରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ଗିରଫ ହୋଇଥିବା ପ୍ରାୟ ସମସ୍ତ ନେତା ଅଣ-ବିଜେପି ନେତା।” 

ଖେଡ଼ା ତାଙ୍କ ଟ୍ୱିଟ୍‌ରେ ଆହୁରି ଲେଖିଛନ୍ତି “ତେଣୁ ୩୦ ଦିନ ଧରି ଗିରଫ ହେବା ପରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଏକ ନୂଆ ଆଇନ କାହିଁକି ଅଣାଯାଉଛି, ଏକଥା ବୁଝିବା ଆଦୌ କଷ୍ଟକର ନୁହେଁ,। ଏହା ଭୋଟ ଚୋରି ପାଇଁ ଯୋଜନା B, ଅର୍ଥାତ୍ ଯଦି ଭୋଟ ଚୋରି ବନ୍ଦ ହୁଏ, ତେବେ ଅନ୍ୟମାନଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚୋରି ହୋଇଯିବେ। ଏହା ଭୋଟ ଚୋରିର ପ୍ଲାନ୍ ବି। ଅର୍ଥାତ୍, ଯଦି ଭୋଟ ଚୋରି ବନ୍ଦ ହୁଏ, ତେବେ ସେମାନେ ଅନ୍ୟ କାହାର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଚୋରି କରିବେ।”

ଏହା ପୂର୍ବରୁ ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଏଭଳି ଆଇନ ଭଲ। କିନ୍ତୁ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରି ଏହି ଆଇନ୍‌ର ଦୁରୁପଯୋଗ କରାଯାଇପାରେ ବୋଲି ସେ ସତର୍କବାଣୀ ଶୁଣାଇଥିଲେ। 

ସିସୋଦିଆ କହିଥିଲେ କହିଥିଲେ ଯେ ଗିରଫର ୩୦ ଦିନ ଭିତରେ ଯଦି ନେତାଙ୍କ ବିରୋଧରେ ଦୋଷ ସାବ୍ୟସ୍ତ ହୋଇ ନପାରି ତେବେ ଅଭିଯୋଗ କରିଥିବା ବ୍ୟକ୍ତି ମଧ୍ୟ ଆଇନ ଅନୁସାରେ ଜେଲ୍ ଯିବା ଆବଶ୍ୟକ ବୋଲି ସିସୋଦିଆ କହିଥିଲେ। ସୂଚନା ଥାଉକି ମନୀଷ ସିସୋଦିଆ ଓ  ଆପ୍‌ର ଆଉ ଜଣେ ନେତା ସତୈନ୍ଦ୍ର ଜେନ୍‌ଙ୍କୁ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ଏଜେନ୍ସି ଗିରଫ କରି ମାସାଧିକ କାଳ ଜେଲ୍‌ରେ ରଖିଥିଲା। ହେଲେ ସେମାନେ ନିର୍ଦ୍ଦୋଷରେ ଜାମିନ ପାଇଥିଲେ। ଯଦି ସେପରି କେନ୍ଦ୍ର ସରକାର ଏଜେନ୍ସି ଲଗାଇ ଏଭଳି ଗିରଫ କର ୩୦ ଦିନ ଜେଲ୍‌ରେ ରଖି ଦିଅନ୍ତି ତେବେ ଦେଶରେ ବିରୋଧୀ ରହିବେ ନାହିଁ ସରକାର ମନମାନି ଚଳାଇବେ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। 

ସୂଚନା ଥାଉକି  ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ସଂସଦରେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହୋଇଥିବା ମାମଲା ସମ୍ପର୍କରେ ସୂଚନା ଦେଇଥିଲେ। ଗତ ୧୦ ବର୍ଷରେ ଇଡି ରାଜନେତାଙ୍କ ବିରୁଦ୍ଧରେ ୧୯୩ଟି ମାମଲା ରୁଜୁ କରିଥିଲା। ସେଥିମଧ୍ୟରୁ ଦୁଇଟି ମାମଲାରେ ନେତା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଏଥିରୁ ଏହି ଆଇନ୍‌ର ଦୁରୁପଯୋଗ ହୋଇପାରେ ବୋଲି କଂଗ୍ରେସ ନେତା ପବନ ଖେଡ଼ା ଅଭିଯୋଗ କରିଛନ୍ତି। 

Scroll to Top