ନୂଆଦିଲ୍ଲୀ : ଭାରତରେ ୫ବର୍ଷ ପୂର୍ବେ ବ୍ୟାନ୍ ହୋଇଥିବା ଟିକ୍ଟକ୍ ପୁଣି ଥରେ ଚର୍ଚ୍ଚାରେ। କୁହାଯାଉଛି ଯେ, ଟିକ୍ଟକ୍ ଭାରତକୁ ପୁଣି ଫେରୁଛି। ଏକ ରିପୋର୍ଟ ଅନୁସାରେ, ପାଞ୍ଚ ବର୍ଷ ପୂର୍ବେ ଭାରତରେ ବ୍ୟାନ୍ ହୋଇଥିବା ଚୀନର ଭିଡ଼ିଓ ସେୟାରିଂ ପ୍ଲାଟଫର୍ମ ଟିକଟକ୍ , ଏବେ ଭାରତକୁ ଫେରିବା ଦେଖିବାକୁ ମିଳୁଛି। ଏହା ଏଥିପାଇଁ କାରଣ କିଛି ୟୁଜର୍ କହିଛନ୍ତି ଯେ, ସେ ଟିକଟକ୍ର ୱେବସାଇଟ୍ ଆକ୍ସେସ୍ କରି ପାରୁଛନ୍ତି , ଯେଉଁଥିରେ ଭାରତରେ ଟିକଟକ୍ର ସମ୍ଭାବିତ ପ୍ରତ୍ୟାବର୍ତ୍ତନର ଆକଳନ ବଢି ଯାଇଛି। ହେଲେ ଟିକଟକ୍ ଆପ୍ ଏବେ ବି ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରେ ଉପଲବ୍ଧ ନାହିଁ। କହି ରଖୁଛୁ କି, ସୁରକ୍ଷା ଚିନ୍ତାକୁ ନେଇ ସରକାର ଜୁନ୍ ୨୦୨୦ରେ ଭାରତରେ ଟିକ୍ଟକ୍ରେ ପ୍ରତିବନ୍ଧକ ଲଗେଇ ଦେଇ ଥିଲେ।
ହେଲେ, ଭାରତରେ ସର୍ଟ ଭିଡ଼ିଓ ଆପ୍ର ଫେରିବା ନେଇ ଟିକଟକ୍ କିମ୍ୱା ଏହାର ମୂଳ କମ୍ପାନୀ ବାଇଟଡ୍ୟାନ୍ସ ପକ୍ଷରୁ କୌଣସି ଅଫିସିଆଲି ସ୍ପଷ୍ଟ ହୋଇ ନାହିଁ , କିନ୍ତୁ ୱେବସାଇଟ୍ର ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହର ଲହରୀ ସୃଷ୍ଟି କରିଦେଇଛି। ହେଲେ କିଛି ୟୁଜର୍ ଏକ୍ସରେ ଏହା ମଧ୍ୟ କହିଛନ୍ତି ଯେ, ୱେବସାଇଟ୍ ସେମାନଙ୍କ ପାଇଁ ଉପଲବ୍ଧ ନୁହେଁ, ଯେଉଁଥିରେ ଭାରତରେ ଟିକ୍ଟକ୍ର ପର୍ଯ୍ୟାୟକ୍ରମେ ଆରମ୍ଭ ହେବାର ସଙ୍କେତ ମିଳୁଛି। ୟୁଜରମାନେ ଏହା ମଧ୍ୟ କହିଛନ୍ତି ଯେ କିଛି ସବ୍ପେଜ୍ ଏବେ ବି ଉପଲବ୍ଧ ନାହିଁ। ଏହାର ଅର୍ଥ ଟିକ୍ ଟକ୍ ଆନୁଷ୍ଠାନିକ ଭାବେ ଭାରତରେ ଫେରି ନାହିଁ।
ପାଞ୍ଚ ବର୍ଷ ପୂର୍ବେ ଜୁନ୍ ୨୦୨୦ରେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର କେନ୍ଦ୍ର ସରକାର ଟିକ୍ଟକ୍ ସମେତ ଆହୁରି ଅନେକ ଲୋକପ୍ରିୟ ଚାଇନା ଆପ୍ସରେ ବ୍ୟାନ୍ ଲଗେଇ ଦେଇଥିଲେ। ସରକାର ଏହି ସମୟରେ ଦେଶରେ ସେୟାରଚାଟ୍ , ଏମଆଇ ଭିଡ଼ିଓ କଲ୍, କ୍ଲବ୍ ଫ୍ୟାକ୍ଟ୍ରି ଓ କ୍ୟାମ୍ ସ୍କାନର ସମେତ ୫୯ ଚାଇନା ଆପ୍ସ ଉପରେ ବ୍ୟାନ୍ ଲଗେଇ ଥିଲେ। କେନ୍ଦ୍ର ଟିକଟକ୍ ସହ ଅନ୍ୟ ଆପ୍ ଉପରେ ବ୍ୟାନ ଲଗେଇବାର କାରଣ ରାଷ୍ଟ୍ରୀୟ ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ଥିବା କହିଥିଲା। କହି ରଖୁଛୁ କି ଏହି ସମୟରେ ଭାରତରେ ଟିକଟକ୍ର ପାଖାପାଖି ୨୦୦ ମିଲିୟନ (୨୦କୋଟି) ୟୁଜର ଥିଲେ।
ଏହି ଆପ୍ ବିଷୟରେ ବିଶ୍ୱାସ କରାଯାଉ ଥିଲା ଯେ, ଏହା ୟୁଜରଙ୍କ ଡାଟାକୁ ଚାଇନା ସରକାରଙ୍କ ସହ ସେୟାର କରି ପାରେ। ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ନିଜର ବିବୃତ୍ତିରେ କହିଥିଲେ ଯେ, ଏହି ଆପ୍ସ ଭାରତର ସାର୍ବଭୋମତ୍ୱ , ଅଖଣ୍ଡତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ। ଏହି ଚିନ୍ତା ଚାଇନାର ଡାଟା –ସେୟାରିଂ ଆଇନ ସହ ଜଡ଼ିତ ଥିଲା। ଯାହା ଅନୁସାରେ, ଚାଇନା କମ୍ପାନୀମାନେ ସରକାରଙ୍କ ସହ ଡାଟା ସେୟାର କରିବା ପାଇଁ ବାଧ୍ୟ ହୋଇ ପାରନ୍ତି।
୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ଗଲାୱନ ଘାଟୀରେ ସାମରିକ ସଂଘର୍ଷ ହୋଇଥିଲା, ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇ ଥିଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢି ଯାଇଥିଲା, ଯାହା ପରେ ପରିଣାମସ୍ୱରୂପ ଭାରତ ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।




