Govt Action Hard: ଆରମ୍ଭ ହେଲାଣି ଆକ୍ସନ, ଠକ ବାବୁଙ୍କ ଛାତିରେ ଛନକା

govt-action-hard:-ଆରମ୍ଭ-ହେଲାଣି-ଆକ୍ସନ,-ଠକ-ବାବୁଙ୍କ-ଛାତିରେ-ଛନକା

୬ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧୀନ ଥିବା ବାଣିଜ୍ୟ ଓ ପରିବହନ ବିଭାଗର ଚିଠି ପରେ କାମଚୋର ବାବୁ ଛାନିଆ। ମେଡିକାଲ ଲିଭ୍ କହି ବିଦେଶ ବୁଲୁଥିବା ବୌଦ୍ଧ ଜିଲ୍ଲାର ୪ ଅଧିକାରୀଙ୍କ ବିରୋଧରେ ଆକ୍ସନ ପରେ ଏବେ ଅନ୍ୟ ଠକ ବାବୁଙ୍କ ଛାତିରେ ପଶିଛି ଛନକା।

Debadatta Aryashrestha

  • Published: Friday, 22 August 2025
  • Last updated: 22 August 2025, 08:43 PM IST

Suspension StormCredit: OTV

କାମଚୋର ବାବୁ ଛାନିଆ

ଅଯୋଗ୍ୟ ଅଧିକାରୀଙ୍କୁ ଆଉ ନାହିଁ ନିସ୍ତାର। ମୁଖ୍ୟ ଶାସନ ସଚିବ ମାଗିଥିବା ତଥ୍ୟ ଆଧାରରେ କାମଚୋର ବାବୁ ଓ କର୍ମଚାରୀଙ୍କ ରିପୋର୍ଟ ବି ପ୍ରସ୍ତୁତ କଲେଣି ବିଭିନ୍ନ ବିଭାଗ। କାହା ବିରୋଧରେ କାହିଁକି ଗଡୁଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲା ? କେଉଁ ଅଧିକାରୀଙ୍କ ବିରୋଧରେ ରହିଛି ଯୌନ ଶୋଷଣ ଅଭିଯୋଗ ? ତା’ର ଖୋଳତାଡ଼ ଚାଲିଥିବାବେଳେ ଗ୍ରାଉଣ୍ଡରେ ବି ଆରମ୍ଭ ହେଲାଣି ଆକ୍ସନ। ମେଡିକାଲ ଲିଭ୍ କହି ବିଦେଶ ବୁଲୁଥିବା ବୌଦ୍ଧ ଜିଲ୍ଲାର ୪ ଅଧିକାରୀଙ୍କ ବିରୋଧରେ ଆକ୍ସନ ପରେ ଏବେ ଅନ୍ୟ ଠକ ବାବୁଙ୍କ ଛାତିରେ ପଶିଛି ଛନକା।

୬ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧୀନ ଥିବା ବାଣିଜ୍ୟ ଓ ପରିବହନ ବିଭାଗର ଚିଠିରେ ଦର୍ଶାଯାଇଛି। ଜଣେ ଏଏସଓଙ୍କ ସହ ଦୁଇ ଜଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ବି ରହିଛି। ଆଉ ଦୁଇ ଜଣ ଅପରାଧିକ ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି। ସେମିତି ଜଣେ ଏଏସଓ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବାବେଳେ ଜଣେ ବିନା କାରଣରେ ଛୁଟିରେ ଥିବାରୁ ତାଙ୍କ ବିରୋଧରେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା। ଏ ତାଲିକାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପରିବହନ ବିଭାଗ ପଠାଇବା ପରେ ପଦାକୁ ଆସିଛି ତଥ୍ୟ। ସମାନ ଢଙ୍ଗରେ ଅନ୍ୟ ବିଭାଗମାନେ ବି ଏମିତି ତାଲିକା ପ୍ରସ୍ତୁତିରେ ଲାଗିଛନ୍ତି।

Also Read

ଖାଲି ତଥ୍ୟ ମଗାଯାଉନି, କାମ ଚୋର ବାବୁମାନଙ୍କ ଉପରେ ଆକ୍ସନ ବି ଆରମ୍ଭ ହେଲାଣି। ମିଛ କହି ଛୁଟି ନେଇଥିବାରୁ ବୌଦ୍ଧର ୪ ଅଧିକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବୌଦ୍ଧ ପାକ୍ସ ସଂପାଦକ ସତ୍ୟଜିତ କର, ଖୁଣ୍ଟାବନ୍ଧ ସଂପାଦକ ଦେବାଶିଷ ମିଶ୍ର ଓ ଲୁଣିବାହାଲର ସଂପାଦକ ସଞ୍ଜୀବ ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବାବେଳେ ବୌଦ୍ଧ ଡିଆରସିଏସ୍ ଗିରିଶ ପୁରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଏମାନେ ମେଡିକାଲ ଲିଭ୍ ନେଇ ବିଦେଶ ଭ୍ରମଣ କରୁଥିବାର ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ୍ କରିଥିବା ଫୋଟୋରୁ ହିଁ ମିଳିଛି। ବଡ଼ କଥା ହେଲା ମୁଖ୍ୟ ଶାସନ ସଚିବ ବାରମ୍ବାର ରିପୋର୍ଟ ମାଗିବା ପରେ ମଧ୍ୟ ଅଯୋଗ୍ୟ ବାବୁଙ୍କ ତାଲିକା ଦେବାକୁ ବିଳମ୍ବ କରୁଛନ୍ତି ବିଭାଗ। ସେପଟେ କାମ ଠକ ଅଧିକାରୀଙ୍କ ଉପରେ ନଜର ରଖିବାକୁ ଆଗକୁ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଇବାକୁ ସରକାର ନେଲେଣି ନିଷ୍ପତ୍ତି।

ଓଟିଭି ବିଜ୍ଞାପନ

Scroll to Top