ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ : ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ, ଅନେକ ତଥ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ

ଓଟିଇଟି-ପ୍ରଶ୍ନପତ୍ର-କେଳେଙ୍କାରୀ-:-ଦୁଇ-ଅଭିଯୁକ୍ତଙ୍କ-ରିମାଣ୍ଡ-ଅବଧି-ଶେଷ,-ଅନେକ-ତଥ୍ୟ-ଓଗାଳିଛି-କ୍ରାଇମବ୍ରାଞ୍ଚ

କଟକ ୨୨।୮: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଅଭିଯୁକ୍ତ ସନାତନ ବିଶୋଇ ଏବଂ ରାମଜୀ ପ୍ରସାଦ ଗୁପ୍ତାଙ୍କ ରିମାଣ୍ଡ ଅବଧି ସରିଛି । ରିମାଣ୍ଡ ପରେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ପରେ ଚୌଦ୍ୱାର ଜେଲ୍ ଗଲେ ଉଭୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଶୋୟୀକୁ ଦିନିକିଆ ରିମାଣ୍ଡରେ ଆଣି ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜଣେ ଡିଏସପିଙ୍କ ନେତୃତ୍ୱରେ ଗଠିତ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଥିବା ଜଣାପଡ଼ିଛି । 

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପୂର୍ବରୁ ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାମଜୀ ପ୍ରସାଦ ଗୁପ୍ତାକୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ରାମଜୀ ଗିରଫ ହୋଇଥିବା ବେଳେ ଓଟିଇଟି ପରୀକ୍ଷା ପ୍ରଶ୍ନ ଲିକ୍ ଘଟଣାରେ ମିଡ଼ିଲ ମ୍ୟାନ ବା ଦଲାଲ ଭାବେ କାର୍ଯ୍ୟ କରିଥିବା କ୍ରାଇମବ୍ରାଞ୍ଚ୍ ତଦନ୍ତରୁ ଜାଣିବାକୁ ପାଇଛି । ସେହିଭଳି ସନାତନ ବିଶୋୟୀ ନିଜ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଆଣିଥିବା ବେଳେ ପୁଣି ଏହାକୁ ଟଙ୍କା ନେଇ ଲିକ୍ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି । 

ତେବେ ପୂର୍ବରୁ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ରାମଜୀଙ୍କ ତଥ୍ୟ ଦେଇଥିବା ବେଳେ ଏହିଭଳି ଲିକ୍ ଘଟଣାରେ ରାମଜୀ କିଭଳି ଲୋକ ଯୋଗାଡ଼ କରନ୍ତି ଆଉ କେତେ କେତେ ଟଙ୍କାରେ ଡ଼ିଲ୍ କରନ୍ତି ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଲିକ୍ ପାଇଁ କେଉଁ କେଉଁ ଜିଲ୍ଲାରୁ କେଉଁ ମାନଙ୍କୁ ଯୋଗାଡ କରି କେତେ ଟଙ୍କାରେ ଲିକ୍ କରାଯାଇଛି ଆଉ ଏହି ସମ୍ପୂର୍ଣ୍ଣ ରାକେଟର ମିଲି ଭାଗତରେ କିଭଳି ଲିକ୍ କରାଯାଏ ସେ ନେଇ ସନାତନ ବିଶୋୟୀକୁ ଗୁଡେଇ ତୁଡେଇ ଜେରା କରାଯାଇଛି । 

ଏଥିସହ ଦୁଇ ଅଭିଯୁକ୍ତଙ୍କ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କେବେ ଠାରୁ ଜାଣିଛନ୍ତି ଆଉ କେଉଁ କେଉଁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିହାର ଓ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ହାତ ଅଛି କି ନାହିଁ ମଧ୍ୟ ଜେରା କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ । ତେବେ ଗୋଟିଏ ଦିନର ରିମାଣ୍ଡ ଅବଧି ଶେଷ ପରେ ଶୁକ୍ରବାର ଉଭୟଙ୍କୁ କୋର୍ଟରେ ହାଜର କରାଇ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ ।

You Can Read:

ନାବାଳିକାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକ ଫେରାର, ଏହା ପଛରେ ପ୍ରେମ ସମ୍ପର୍କ ନା ରହିଛି ଆଉ କିଛି କାରଣ

Scroll to Top