Biggboss:ସଲମାନଙ୍କ ଶୋରେ ହେବ ଦ ଅଣ୍ଡରଟେକର ଓ ମାଇକ ଟାଇସନଙ୍କ ଏଣ୍ଟ୍ରି ! ମିଳିବ ଏଣ୍ଟରଣ୍ଟେନମେଣ୍ଟର ଡବଲ୍ ଡୋଜ୍

biggboss:ସଲମାନଙ୍କ-ଶୋରେ-ହେବ-ଦ-ଅଣ୍ଡରଟେକର-ଓ-ମାଇକ-ଟାଇସନଙ୍କ-ଏଣ୍ଟ୍ରି-!-ମିଳିବ-ଏଣ୍ଟରଣ୍ଟେନମେଣ୍ଟର-ଡବଲ୍-ଡୋଜ୍

ରିପୋର୍ଟ ଅନୁଯାୟୀ ଏହି ସିଜନ ପାଇଁ ସଲମାନଙ୍କ ପାରିଶ୍ରମିକ ପ୍ରାୟ ୧୨୦-୧୫୦ କୋଟି ଟଙ୍କା ମଧ୍ୟରେ ରହିଛି। ଅଭିନେତାଙ୍କୁ ପ୍ରତି ସପ୍ତାହମୋଟେ ୮ରୁ ୧୦ କୋଟି ଟଙ୍କା ମିଳିବ ଏବଂ ସେ ମୋଟ ୧୫ ସପ୍ତାହ ପାଇଁ ଶୋ’ର ହୋଷ୍ଟ କରିବେ।

WWE ର ଦ ଅଣ୍ଡରଟେକର ବିଗ ବସ ୧୯ରେ ପ୍ରବେଶ ପାଇଁ ସଲମାନ ଖାନଙ୍କ ସହ ଆଲୋଚନା କରୁଛନ୍ତି। ଏହି ଖବର ସଲମାନ ଖାନ ଏବଂ WWE ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ପ୍ରିମିୟର ପୂର୍ବରୁ ଏହି ସିଜନରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଛି । ରିପୋର୍ଟ ଅନୁଯାୟୀ ଦ ଅଣ୍ଡରଟେକରଙ୍କୁ ଏହି ସିଜନର ଶେଷ ଆଡ଼କୁ, ସମ୍ଭବତଃ ନଭେମ୍ବରରେ ବିଗ ବସ ଘରେ ଏକ ସ୍ୱତନ୍ତ୍ର ଓ୍ଵାଇଲ୍ଡକାର୍ଡ ପ୍ରବେଶ ପାଇଁ ବିଚାର କରାଯାଉଛି। ତାଙ୍କ ସହିତ, ମାଇକ ଟାଇସନ ମଧ୍ୟ ଘରେ ପ୍ରବେଶ କରିପାରନ୍ତି।

wildcardwildcard

ଦ ଅଣ୍ଡରଟେକର ୧୯୯୦ ମସିହାରେ WWE ରେ ଡେବ୍ୟୁ କରିଥିଲେ । ତାଙ୍କର ଭୟଙ୍କର “ଡେଡମ୍ୟାନ” ଚରିତ୍ର ପାଇଁ ସେ ବେଶ ଜଣାଶୁଣା। ସେ ୨୦୨୦ ମସିହାରେ ଆନୁଷ୍ଠାନିକ ଭାବେ ଅବସର ନେବା ପୂର୍ବରୁ ତିନି ଦଶନ୍ଧି ଧରି କୁସ୍ତି ଜଗତରେ ରାଜ କରିଥିଲେ। ତାଙ୍କ କ୍ୟାରିୟରର ସଫଳତା ମଧ୍ୟରେ ରେସଲମେନିଆରେ ୨୫-୨ ର ଚମତ୍କାର ରେକର୍ଡ ଏବଂ ୭ଟି ବିଶ୍ୱ ଚାମ୍ପିୟନଶିପ ରହିଛି।

Also Read

ରିପୋର୍ଟ ଅନୁଯାୟୀ ଏହି ସିଜନ ପାଇଁ ସଲମାନଙ୍କ ପାରିଶ୍ରମିକ ପ୍ରାୟ ୧୨୦-୧୫୦ କୋଟି ଟଙ୍କା ମଧ୍ୟରେ ରହିଛି। ଅଭିନେତାଙ୍କୁ ପ୍ରତି ସପ୍ତାହମୋଟେ ୮ରୁ ୧୦ କୋଟି ଟଙ୍କା ମିଳିବ ଏବଂ ସେ ମୋଟ ୧୫ ସପ୍ତାହ ପାଇଁ ଶୋ’ର ହୋଷ୍ଟ କରିବେ।

ରିପୋର୍ଟ ଅନୁଯାୟୀ ନୂଆ ସିଜନର ବଜେଟ ପୂର୍ବ ସିଜନ ତୁଳନାରେ ଅଧିକ ନାହିଁ। ଏହି ସିଜନର କନଫର୍ମ ପ୍ରତିଯୋଗୀମାନେ ହେଉଛନ୍ତି ଗୌରବ ଖନ୍ନା, ଅଶନୁର କୌର, ଆବେଜ ଦରବାର, ନଗମା ମିରାଜକର, ବସୀର ଅଲୀ, ଅଭିଷେକ ବଜାଜ, ହୁନର ହେଲ ଏବଂ ଶଫକ ନାଜ, ସିଭେଟ ତୋମର, ଖନକ ବାଘନାନୀ। ଅନ୍ୟ ନିଶ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରେ ଗେମିଂ କ୍ରିଏଟର ପାୟଲ ଧାରେ ଏବଂ ଲେଖକ-ଅଭିନେତା ଜୀଶାନ କାଦ୍ରୀ ଅଛନ୍ତି ।

Scroll to Top