ବିଗିଡିଲା ମୁକେଶ ଅମ୍ଵାନୀଙ୍କ ମାଆ କୋକିଳାବେନଙ୍କ ସ୍ବାସ୍ଥ୍ୟାବସ୍ଥା , ହସ୍ପିଟାଲରେ ହେଲେ ଭର୍ତ୍ତି

ବିଗିଡିଲା-ମୁକେଶ-ଅମ୍ଵାନୀଙ୍କ-ମାଆ-କୋକିଳାବେନଙ୍କ-ସ୍ବାସ୍ଥ୍ୟାବସ୍ଥା-,-ହସ୍ପିଟାଲରେ-ହେଲେ-ଭର୍ତ୍ତି

ବିଗିଡିଲା ମୁକେଶ ଅମ୍ଵାନୀଙ୍କ ମାଆ କୋକିଳାବେନଙ୍କ ସ୍ବାସ୍ଥ୍ୟାବସ୍ଥା , ହସ୍ପିଟାଲରେ ହେଲେ ଭର୍ତ୍ତି

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ ୨୨।୦୮; ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମା’ କୋକିଳାବେନ୍ ଅମ୍ବାନୀ। ତାଙ୍କୁ ୯୧ ବର୍ଷ ବୟସରେ ଶୁକ୍ରବାର ସକାଳେ ଏୟାରଲିଫ୍ଟ କରାଯାଇ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳି ପାରିନାହିଁ । ଅମ୍ବାନୀ ପରିବାର ମଧ୍ୟ ଏସବୁ ସମ୍ପର୍କରେ କୌଣସି ସୂଚନା ଜାରି କରିନାହାନ୍ତି।

ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ କୋକିଲାବେନ୍ ଅମ୍ବାନୀଙ୍କ ପରିବାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସ୍ୱର୍ଗତ ଧୀରୁଭାଇ ଅମ୍ବାନୀଙ୍କ ପତ୍ନୀ ଏବଂ ମୁକେଶ ଓ ଅନିଲ ଅମ୍ବାନୀଙ୍କ ମାଆ କୋକିଲାବେନ ଅମ୍ବାନୀଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧୮ହଜାର କୋଟି। ତାଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ୧.୫୭ କୋଟିରୁ ଅଧିକ ସେୟାର ଅଛି । ଯାହା କମ୍ପାନୀର ମୋଟ୍ ଇକ୍ୱିଟିର ପ୍ରାୟ ୦.୨୪% ପ୍ରତିନିଧିତ୍ୱ କରେ।  ୪ ଫେବୃଆରୀ ୧୯୩୪ରେ ଗୁଜରାଟର ଜାମନଗରରେ ଜନ୍ମଗ୍ରହଣ କରିଥିବା କୋକିଲାବେନ ଅମ୍ବାନୀଙ୍କୁ ଅମ୍ବାନୀ ପରିବାରର ମାତୃପତି ଭାବରେ ବିବେଚନା କରାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top