ନୂଆଦିଲ୍ଲୀ ୨୨/୦୮: ଶକ୍ତିଶାଳୀ କମ୍ପନରେ ଥରିଛି ଦକ୍ଷିଣ ଆମେରିକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୦ ରେକର୍ଡ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ଖବର ମିଳିନି । ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପ ଝଟକା ଡ୍ରେକ୍ ପାସେଜ୍ ଅଞ୍ଚଳରେ ରେକର୍ଡ କରାଯାଇଛି। ଡ୍ରେକ୍ ପାସେଜ୍ ଏକ ଗଭୀର ଓ ପ୍ରଶସ୍ତ ସମୁଦ୍ର ପଥ, ଯାହା ଦକ୍ଷିଣ-ପଶ୍ଚିମ ଆଟଲାଣ୍ଟିକ୍ ମହାସାଗର ଓ ଦକ୍ଷିଣ-ପୂର୍ବ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରେ।
USGS ତଥ୍ୟ ଅନୁଯାୟୀ, ଭୂମିକମ୍ପ ୧୦.୮ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆପଣଙ୍କୁ କହି ରଖୁଛୁ ଯେ ପୃଥିବୀ ଭିତରେ ସାତୋଟି ଟେକ୍ଟୋନିକ୍ ପ୍ଲେଟ୍ ଅଛି। ଏହି ପ୍ଲେଟ୍ଗୁଡ଼ିକ ନିରନ୍ତର ଘୂର୍ଣ୍ଣନ କରନ୍ତି। ଯେତେବେଳେ ଏହି ପ୍ଲେଟ୍ଗୁଡ଼ିକ ପରସ୍ପର ସହିତ ଧକ୍କା ହୁଅନ୍ତି । ପରସ୍ପର ସହିତ ଘଷି ହୁଅନ୍ତି, ପରସ୍ପର ଉପରେ ଚଢ଼ିଯାଆନ୍ତି କିମ୍ବା ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ସେତେବେଳେ କମ୍ପନ ହେବା ଆରମ୍ଭ କରେ। ଏହାକୁ କୁହାଯାଏ ଭୂମିକମ୍ପ । ଭୂମିକମ୍ପ ମାପିବା ପାଇଁ ରିକ୍ଟର ସ୍କେଲ୍ ବ୍ୟବହାର କରାଯାଏ । ଯାହାକୁ ରିକ୍ଟର ମ୍ୟାଗ୍ନିଟ୍ୟୁଡ୍ ସ୍କେଲ୍ କୁହାଯାଏ।
ରିକ୍ଟର ତୀବ୍ରତା ସ୍କେଲ୍ ୧ ରୁ ୯ ପର୍ଯ୍ୟନ୍ତ। ଭୂମିକମ୍ପର ତୀବ୍ରତା ଏହାର କେନ୍ଦ୍ର ଅର୍ଥାତ୍ ଭୂକମ୍ପକେନ୍ଦ୍ରରୁ ମାପ କରାଯାଏ। ଅର୍ଥାତ୍, ସେହି କେନ୍ଦ୍ରରୁ ନିର୍ଗତ ଶକ୍ତି ଏହି ସ୍କେଲରେ ମାପ କରାଯାଏ। ୧ ଅର୍ଥ ହେଉଛି କମ୍ ତୀବ୍ରତା ଶକ୍ତି ନିର୍ଗତ ହେଉଛି । ୯ ଅର୍ଥ ହେଉଛି ସର୍ବାଧିକ । ଅତ୍ୟନ୍ତ ଭୟଙ୍କର ଓ ବିନାଶକାରୀ ଲହର । ଏଗୁଡ଼ିକ ଦୂରେଇ ଯିବା ସହିତ ଦୁର୍ବଳ ହୋଇଯାଏ। ଯଦି ରିକ୍ଟର ସ୍କେଲରେ ତୀବ୍ରତା ୭ ହୁଏ, ତେବେ ଏହାର ଚାରିପାଖରେ ୪୦ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୁଏ।




