୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ, ଜରୁରୀ ସେବାକୁ ଛାଡିଦେଲେ ବାକି ସବୁ ଠପ୍
Published By : Prameya-News7 Bureau | August 22, 2025 IST

ବୋରିଗୁମ୍ମା ୨୨/୦୮: ଜୋର ଧରିଲା ଏନଏସି ଦାବି । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହେଉଛି । ଆଜି ଏହି କ୍ରମରେ ବୋରିଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ ବୋରିଗୁମ୍ମା କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଚକ ଅଖ ଦୋକାନ ବଜାର ବନ୍ଦ ରହିଛି ।
ଏହାସହ ସରକାରୀ ବେସରକାରୀ ସ୍କୁଲ ଅଫିସ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି । ବୋରିଗୁମ୍ମା ମୁଖ୍ୟ ଛକ ନିକଟରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ଜାତୀୟ ରାଜପଥ ୨୬ ଏବଂ ୬୩ ନମ୍ବର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର ଅଟକି ରହିଛି ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।





