କଟକ ଗୋପାଳପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ

କଟକ-ଗୋପାଳପୁରରେ-ମର୍ମନ୍ତୁଦ-ଦୁର୍ଘଟଣା,-ଟ୍ରକ-ଧକ୍କାରେ-ଚାଲିଗଲା-ସ୍ଵାମୀ-ସ୍ତ୍ରୀଙ୍କ-ଜୀବନ

କଟକ ଗୋପାଳପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ

Published By : Prameya-News7 Bureau | August 21, 2025 IST

କଟକ: କଟକ ଗୋପାଳପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଚାଲିଗଲା ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ। ମୃତକଙ୍କ ସଠିକ ପରିଚୟ ମିଳି ପାରି ନଥିବା ବେଳେ ଭୁବନେଶ୍ଵର ଉତ୍ତରା ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସାଂଘାତିକ ଭିଡ଼ ଲାଗି ରହିଛି। ଟ୍ରାଫିକ ହଟାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। 

ସୂଚନା ଅନୁଯାୟୀ, ଗୁରୁବାର ରାତି ୯.୨୦ ସମୟରେ କଟକରୁ ନିଜ ଘରକୁ ସ୍ବାମୀ ସ୍ତ୍ରୀ ଫେରୁଥିବା ବେଳେ ଗୋପାଳପୁର ଛକ ଠାରେ ଏକ ୧୪ ଚକିଆ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍ ଟି ଦୁଇଜଣଙ୍କ ଉପରେ ସଂପୂର୍ଣ୍ଣ ଚଢ଼ି ଯାଇଥିଲା। ଯାହାଫଳରେ ସ୍ବାମୀ ସ୍ତ୍ରୀ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ନାହିଁ ନଥିବା ଭିଡ ଲାଗିଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଏସସିବି ପଠାଇବା ସହ ଭିଡକୁ ହଟାଇବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top