ହାତୀ ମଣିଷ ଲଢେଇରେ ଆଗରେ ଓଡ଼ିଶା, ୧୦ ବର୍ଷରେ ୭୫୦ ହାତୀ ମୃତ; ଯାଇଛି ୯୦୦ ଲୋକଙ୍କ ଜୀବନ

ହାତୀ-ମଣିଷ-ଲଢେଇରେ-ଆଗରେ-ଓଡ଼ିଶା,-୧୦-ବର୍ଷରେ-୭୫୦-ହାତୀ-ମୃତ;-ଯାଇଛି-୯୦୦-ଲୋକଙ୍କ-ଜୀବନ

ଭୁବନେଶ୍ଵର:  ହାତୀ ମଣିଷ ଲଢେଇରେ ଆଗରେ ଓଡ଼ିଶା |  ସହରୀକରଣ, ଭିତ୍ତିଭୂମିର ଅଭାବ, କୃଷିର ସମ୍ପ୍ରସାରଣ ଫଳରେ ହାତୀ ମଣିଷ ଲଢେଇ ବଢୁଛି | ତଥ୍ୟ  ଅନୁଯାୟୀ ଗତ ୧୦ ବର୍ଷରେ ହାତୀ- ମଣିଷ ଲଢ଼େଇ ଭିତରେ ୭୫୦ ହାତୀ ମରିଥିବା ବେଳେ ୯ ଶହ ମଣିଷଙ୍କ ଜୀବନ ଯାଇଛି ।  ଏହି ସଂଖ୍ୟାକୁ ଗୁରୁତର ସହ ନେଇଛନ୍ତି ସରକାର |  ହାତୀ ମଣିଷ ଶାନ୍ତିରେ ସହାବସ୍ଥାନ କରିବାକୁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ ।  ଏଥି ସହ ଚନ୍ଦକାରେ ବିଶ୍ବର ପ୍ରଥମ ଏସୀୟ ହାତୀ ପ୍ରଜାତି ବଞ୍ଚିବା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

Also read: ତିନି ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ନୂଆ ଶିକ୍ଷକ, ମିଶିଯିବେ CHSE- BSE, ୧୦ମ ଯାଏ ମାଗଣା ପୁସ୍ତକ

ହାତୀ ପାଇଁ ଆସିବ ନୀତି ।  ହାତୀ-ମଣିଷ ଲଢ଼େଇ ରୋକିବାକୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ । ହାତୀ ମଣିଷ ଲଢେଇରେ ଆଗରେ ଓଡ଼ିଶା | ସହରୀକରଣ, ଭିତ୍ତିଭୂମିର ଅଭାବ, କୃଷିର ସଂପ୍ରସାରଣ ଫଳରେ ହାତୀ ମଣିଷ ଲଢେଇ ବଢୁଛି | ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ହାତୀ ମଣିଷ ଲଢ଼େଇ  ଭିତରେ ୭୫୦ ହାତୀ ମରିଥିବା ବେଳେ ୯ଶହ  ମଣିଷଙ୍କ ଜୀବନ ଯାଇଛି । | ଏହି ସଂଖ୍ୟାକୁ ଗୁରୁତର ସହ ନେଇଛନ୍ତି ସରକାର |  ହାତୀ ମଣିଷ ଲଢେଇ ରୋକିବାକୁ ଏବଂ ହାତୀ ସୁରକ୍ଷା ପାଇଁ ସରକାର ଆଣିବେ ହାତୀ ପଲିସି | ହାତୀ ମଣିଷ ଶାନ୍ତିରେ ସହାବସ୍ଥାନ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ରାଜ୍ୟ |  ଏହା ସହ ରେଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ | ପ୍ରତି ଆଞ୍ଚଳିକ ସ୍ତରରୁ ପରାମର୍ଶ ଗ୍ରହଣ କରାଯିବ ଏବଂ କେବଳ ସଂଘର୍ଷ ପରିଚାଳନା ନୁହେଁ, ସହାବସ୍ଥାନ ପାଇଁ ପଥ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |  ଏଥି ସହ ଚନ୍ଦକାରେ ବିଶ୍ବର ପ୍ରଥମ ଏସୀୟ ହାତୀ ପ୍ରଜାତି ବଞ୍ଚିବା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 

ଓଡିଶାରେ ହାତୀ ସଂଖ୍ୟା ୨ ହଜାର ୧ଶହ |  ଏସିଆ ମହାଦେଶରେ ଥିବା ହାତୀ ସଂଖ୍ୟା ତୁଳନାରେ   ଓଡିଶାରେ ଅଛନ୍ତି ୬୦ ପ୍ରତିଶତ ହାତୀ | ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ହାତୀ କରିଡର କରିଛନ୍ତି । ଏଭଳି ପଦକ୍ଷେପରେ  ଓଡିଶା ଏକ ନମ୍ବର ରାଜ୍ୟ ହୋଇଛି | ଜଙ୍ଗଲରେ ୱାଟର ବଡି ତିଆରି କରାଯାଇଛି । ବନ ସୁରକ୍ଷା ସମିତି, ଗଜସାଥୀଙ୍କ ଦ୍ବାରା ହାତୀଙ୍କୁ ସୁରକ୍ଷା ଦିଆଯାଉଛି | ଯେଉଁଠି ସମସ୍ୟା ହେଉଛି ସେଠି ଏଲିଫ୍ୟାଣ୍ଟ ସ୍କ୍ବାର୍ଡ଼, ରାପିଡ଼ ରେସପନ୍ସ ଟିମ ସାଙ୍ଗେ ସାଙ୍ଗେ ପହଞ୍ଚୁଛନ୍ତି | ସର୍ଭିଲାନ୍ସ ପାଇଁ ଜିପିଏସ, ରେଡ଼ିଓ କଲାର, ଏଆଇ କ୍ୟାମେରା ବ୍ୟବହାର କରାଯାଉଛି | ହାତୀ କରିଡର ମ୍ୟାପିଂ, ଅବକ୍ଷୟିତ ଜଙ୍ଗଲର ପୁନରୁଦ୍ଧାର, ଗଜ ସାଥୀ ଏବଂ ବନ ସୁରକ୍ଷା ସମିତି ମାଧ୍ୟମରେ ସ୍ଥାନୀୟ ସୁରକ୍ଷା ଗୋଷ୍ଠୀକୁ ସଶକ୍ତ କରିବା, ଶିକାର ବିରୋଧୀ ସ୍କ୍ବାର୍ଡ଼କୁ ସୁଦୃଢ଼ କରିବା ଏବଂ ହାତୀ ଗତିବିଧି ଟ୍ରାକିଂ ପାଇଁ GPS କଲାର, ଡ୍ରୋନ୍ ଏବଂ AI କ୍ୟାମେରା ବ୍ୟବହାର କରିବା ଭଳି ପଦକ୍ଷେପ ନେଇଛନ୍ତି ଓଡିଶା ସରକାର ।  

ଭୁବନେଶ୍ବରରେ ଅନୁଷ୍ଠିତ ମାନବ – ହାତୀ ସହାବସ୍ଥାନ, ଅନ୍ତର୍ଜାତୀୟ କର୍ମଶାଳାକୁ ଆଜି ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ | ଏହି  ଦୁଇ ଦିନିଆ କର୍ମଶାଳାରେ ୭ଟି ଦେଶର ପ୍ରତିନିଧିମାନେ ଯୋଗଦେଇଛନ୍ତି | ମାନବ-ହାତୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସ୍ଥାୟୀ ରଣନୀତି ବିକଶିତ କରିବା ପାଇଁ ବିଶ୍ବର ବିଶେଷଜ୍ଞମାନଙ୍କ ମଧ୍ୟରେ ବୈଷୟିକ ଅଧିବେଶନ, ଆଲୋଚନା ଏବଂ ଅଭିଜ୍ଞତା ବଣ୍ଟାଯିବ । 

Scroll to Top