‘ Bigg Boss -19’ ଛାଡ଼ିଲେ ଅଭିନେତ୍ରୀ , ଛାଡ଼ପତ୍ର ପ୍ରକ୍ରିୟା ଯୋଗୁଁ ନେଲେ ଏହି ନିଷ୍ପତ୍ତି

‘-bigg-boss-19’-ଛାଡ଼ିଲେ-ଅଭିନେତ୍ରୀ-,-ଛାଡ଼ପତ୍ର-ପ୍ରକ୍ରିୟା-ଯୋଗୁଁ-ନେଲେ-ଏହି-ନିଷ୍ପତ୍ତି

ମୁମ୍ୱାଇ : ଟିଭି ଦୁନିଆର ଜଣାଶୁଣା ଅଭିନେତ୍ରୀଙ୍କୁ ବିଗ୍‌ ବସ୍‌ -୧୯ ଛାଡ଼ିବାକୁ ପଡିଛି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଡ଼ିଆ ରିପୋର୍ଟ ଅନୁସାରେ , ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି ଏବଂ ଖୁବ୍‌ ଶୀଘ୍ର ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ତାଙ୍କର ବିଗ୍‌ ବସ୍‌ରେ ଭାଗ ନେବା ମୁସ୍କିଲ ହେବ, କାରଣ ତାଙ୍କୁ ଛାଡ଼ପତ୍ରର ପ୍ରକ୍ରିୟା ପାଇଁ କୋର୍ଟରେ ହାଜର ହେବାକୁ ପଡ଼ିବ।

ଆମେ ଯେଉଁ ଅଭିନେତ୍ରୀଙ୍କ କଥା କହୁଛେ, ତାଙ୍କ ନା ହୁନର ହାଲି। ରିଆଲିଟି ଶୋ ସହ ଜଡ଼ିତ ଏକ ସୂତ୍ର ଇ-ଟାଇମ୍ସକୁ କହିଛନ୍ତି, ହୁନର ବିଗ୍‌ ବସ୍‌ର ସଦସ୍ୟ ହେବାକୁ ନେଇ ଖୁବ୍‌ ଉତ୍ସାହିତ ଥିଲେ ଏବଂ ଏବାକୁ ଏକ ସୁନ୍ଦର ସୁଯୋଗ ଭାବୁଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରାଥମିକତା ନିଜର ବ୍ୟକ୍ତିଗତ ଜୀବନକୁ ଟ୍ରାକ୍‌କୁ ଆଣିବାର ଅଛି।

ହୁନର ହାଲି “ଛଲ୍‌-ଶହ ଔର ମାତ୍‌ ”ରେ ଅଦିତି ଜାୟସୱାଲ , “ଏକ୍ ବୁନ୍ଦ ଇଶ୍କ ”ରେ ନନ୍ଦିନୀ ଓ “ଥପକୀ ପ୍ୟାର୍‌ କୀ ”ରେ ଲଭଲୀର ଭୂମିକାରେ ଆସିଛନ୍ତି।

ପାଖାପାଖି ୯ବର୍ଷ ପରେ ହୁନର ହାଲି ଓ ଅଭିନେତା ମୟଙ୍କ ଗାନ୍ଧୀଙ୍କ ବୈବାହିତ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଜଣାଶୁଣା ଓକିଲ ସନା ରଇସ ଖାନ୍ ଯାହାଙ୍କୁ ଆପଣ ବିଗ୍‌ ବସ୍‌ -୧୭ରେ ଦେଖିଛନ୍ତି , ସେ ଏହି କେସ୍‌ରେ ପକ୍ଷ ରଖୁଛନ୍ତି।

ସଲମାନ ଖାନଙ୍କ ରିଆଲିଟି ଶୋ’ର ୨୪ ଅଗଷ୍ଟରୁ ଆରମ୍ଭ ହେବ। ୨୪ ଅଗଷ୍ଟ ପରେ ଆପଣ ପ୍ରତିଦିନ ରାତି ୯ଟା ସମୟରେ ଜିୟୋହଟଷ୍ଟାରରେ ଏବଂ ୧୦ଟା ସମୟରେ କଲର୍ସ ଟିଭିରେ ଏହି ଶୋ’କୁ ଦେଖି ପାରିବେ।

Scroll to Top