Govt Plans: ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଶସ୍ତା ଘର, ପିପିପି ମୋଡରେ ଏମଆଇଜି-ଏଲଆଇଜି ଘର ହେବ

govt-plans:-ରାଜଧାନୀରେ-ମଧ୍ୟବିତ୍ତଙ୍କୁ-ମିଳିବ-ଶସ୍ତା-ଘର,-ପିପିପି-ମୋଡରେ-ଏମଆଇଜି-ଏଲଆଇଜି-ଘର-ହେବ

ରାଜଧାନୀରେ ଘରଟିଏ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? କ୍ୟାପିଟାଲ୍ ସିଟିରେ ଘର ଭଡ଼ା ଦେଇ ଦେଇ ଥକି ଗଲେଣି କି? ଆପଣଙ୍କ ପାଇଁ ଆସୁଛି ଖୁସି ଖବର। କାରଣ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଯେଉଁମାନେ ନିଜ ନାଁରେ ଘରଟିଏ ପାଇଁ ଆଶା ବାନ୍ଧି ବସିଛନ୍ତି ସେମାନଙ୍କ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଲଟେରୀ ମାଧ୍ୟମରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବାପାଇଁ ଚାଲିଛି ପ୍ଲାନ୍।

Manasranjan Mohanty

  • Published: Thursday, 21 August 2025
  • Last updated: 21 August 2025, 10:21 PM IST

bbsrCredit: OTV

bbsr

ରାଜଧାନୀ ଭୁବନେଶ୍ୱରରେ ଏକ ସ୍ୱପ୍ନର ଘର। କିଏ ବା ନ ଚାହେଁ? ଏଠି ବାସ କରୁଥିବା ସବୁ ବର୍ଗର ଲୋକେ ଘର ଟିଏ ପାଇଁ ସ୍ୱପ୍ନ ଦେଖୁଛନ୍ତି। ବର୍ଷ ବର୍ଷ ଧରି ରାଜଧାନୀରେ ଭଡ଼ା ଘରେ ରହି ଆସୁଥିବା ଲୋକଟିଏ ରାଜଧାନୀର ସ୍ଥାୟୀ ବାସିନ୍ଦା ହେବାକୁ ଚାହେଁ। ଘର ଭଡ଼ାର ବୋଝରୁ ମୁକ୍ତି ଚାହେଁ। ଥିଲାବାଲା ଲୋକେ ତ ନିଜ ପସନ୍ଦରେ ଜାଗା କିଣି ଘର କରୁଛନ୍ତି। ବହୁ ଲୋକ ବସ୍ତିରେ ବି ମୁଣ୍ଡ ଗୁଞ୍ଜୁଛନ୍ତି। ହେଲେ ଯେଉଁମାନେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କୁ ଖୁସି କରିବା ପାଇଁ ଏବେ ସରକାର ଚିନ୍ତା କରିଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସରକାର ସୁଲଭ ମୂଲ୍ୟରେ ଘର ଯୋଗାଇଦେବା ପାଇଁ ଚାଲିଛି ପ୍ଲାନ୍। ଏ ନେଇ ଖୁବ ଶୀଘ୍ର ଖୁସି ଖବର ଆଣିପାରେ ଗୃହ ଓ ନଗର ଉନ୍ନୟନ ବିଭାଗ। 

ଅଳ୍ପ ଦାମରେ ଏମଆଇଜି ଓ ଏଲଆଜି କ୍ୱାର୍ଟର ଭଳି ଲଟେରୀ ଜରିଆରେ ଘର ଦେବା ପାଇଁ ଚାଲିଛି ପ୍ରକ୍ରିୟା। ତେବେ ରାଜ୍ୟ ସରକାରଙ୍କ ଏହି ଯୋଜନା ପ୍ରପୋଜାଲ ଷ୍ଟେଜରେ ରହିଛି। ସହରର କେଉଁ କେଉଁ ଜାଗାରେ ଏହି ପ୍ରକଳ୍ପ ତିଆରି ହେବ ସେନେଇ ବିଡିଏ ଏବଂ ହାଉସିଂ ବୋର୍ଡକୁ ଦାୟୀତ୍ବ ଦିଆଯାଇଛି। ପିପିପି ମୋଡରେ ଏହି ଘର ସବୁ ନିର୍ମାଣ ହୋଇ ପାରେ। ହାଉସିଂ ବୋର୍ଡ ସହରର ଗାଡ଼କଣ- ସୈନିକ ସ୍କୁଲ ରାସ୍ତାରେ ପାଖାପାଖି ୪ରୁ୫ ଏକର ଜାଗା ଚିହ୍ନଟ କରିଥିବା ବେଳେ ଘାଟିକିଆରେ ମଧ୍ୟ ଏହି ପ୍ରସ୍ତାବ ପାଇଁ ଯୋଜନା ରହିଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର 

Also Read

ତେବେ ସରକାରଙ୍କର ଏଭଳି ଚିନ୍ତାଧାରାକୁ ନେଇ ରାଜଧାନୀ ବାସିନ୍ଦା ଉତ୍ସାହିତ ଥିବା ବେଳେ ଏହା ପ୍ରକୃତରେ କେଉଁ ଆଧାରରେ କରାଯିବ, କେତେ ଟଙ୍କାରେ ଘର ମିଳିବ, ଘର ପାଇବାର ପ୍ରକ୍ରିୟା କଣ ରହିବ ସେ ନେଇ ବିସ୍ତୃତ ତଥ୍ୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ବିଲଡରଙ୍କ କହିବା କଥା, ସରକାର ଯଦି ମାଗଣାରେ ଜମି ଯୋଗାଇଦେବେ ତେବେ ହୁଏ ତ ପ୍ରକୃତରେ ସୁଲଭ ମୂଲ୍ୟରେ ଘର ମିଳିବାର ପରିକଳ୍ପନା ବାସ୍ତବ ରୂପ ନେଇ ପାରିବ। ନଚେତ୍ ସୁଲଭ ମୂଲ୍ୟରେ ଘର ଯୋଗାଇବା ସହଜ ନୁହେଁ ବୋଲି କହିଛନ୍ତି ରିୟଲ୍ ଇଷ୍ଟେଟ୍ ଡେଭଲପର୍ ।

ସରକାରଙ୍କ ଏ ଯୋଜନା ସଫଳ ହେଲେ ବହୁ ରାଜଧାନୀ ବାସିନ୍ଦା ନିଜ ସ୍ୱପ୍ନ ପୂରଣ କରିବାରେ ସଫଳ ହେବେ। ତେବେ କେତେ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ତାହା ଏଯାଏ ସ୍ଥିର ହୋଇନାହିଁ। ଏହି ପ୍ରସ୍ତାବର ଚୂଡାନ୍ତ ରୂପରେଖ ଏପର୍ଯ୍ୟନ୍ତ ହୋଇନଥିଲେବି ଏନେଇ ବିଡିଏ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରୁଛି।

ଓଟିଭି ବିଜ୍ଞାପନ

Scroll to Top