ପୁଣି ‘ଭୋଟ ଚୋରି’ ଅଭିଯୋଗ ଦୋହରାଇଲେ ରାହୁଲ ଗାନ୍ଧି, ଜାଣନ୍ତୁ ମୁଙ୍ଗେର ରାଲିରେ କହିଲେ କ’ଣ?

ପୁଣି-‘ଭୋଟ-ଚୋରି’-ଅଭିଯୋଗ-ଦୋହରାଇଲେ-ରାହୁଲ-ଗାନ୍ଧି,-ଜାଣନ୍ତୁ-ମୁଙ୍ଗେର-ରାଲିରେ-କହିଲେ-କ’ଣ?

ମୁଙ୍ଗେର ୨୧।୮: ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିହାରରେ ବିଜେପି ଓ ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ ଚୋରି ଅଭିଯୋଗ ଦୋହରାଇଛନ୍ତି। ମୁଙ୍ଗେରରେ ଗୁରୁବାର ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଅନିୟମିତତା ହୋଇଥିବା ମୁଁ ଏବେ ନିଶ୍ଚିତ। ସେ କହିଛନ୍ତି ଯେ ଶାସକ ଦଳ ଲୋକଙ୍କ ଭୋଟ ଚୋରି କରି ଉଦ୍ୟୋଗପତିଙ୍କ ଏକ ଗୋଷ୍ଠୀଙ୍କୁ ଲାଭବାନ କରୁଛନ୍ତି। 

କଂଗ୍ରେସ ନେତା କହିଛନ୍ତି ଯେ କଥିତ ଭୋଟଚୋରୀ ପାଇଁ ସେ ବିଜେପିକୁ ଛାଡିବେ ନାହିଁ। ଆମେ ନିର୍ବାଚନ ଆୟୋଗଙ୍କ ସହ ମିଶି ବିଜେପିକୁ ଭୋଟ ଚୋରି କରିବାକୁ ଦେବୁନି ବୋଲି ରାହୁଲ କହିଛନ୍ତି। ଭୋଟ ଚୋରି ଭାରତୀୟ ସମ୍ବିଧାନ ଉପରେ ସିଧାଶଳଖ ଆକ୍ରମଣ। ଏଣୁ ଏଭଳି ଘଟଣା ଉପରେ ଏବେ ଆମେ କଡ଼ା ନଜର ରଖିବୁ। ଏହା ପୂର୍ବରୁ ରାହୁଲ ଜନତାଙ୍କୁ ସେମାନଙ୍କ ଭୋଟ ଦେବାର ଅଧିକାର ସୁନିଶ୍ଚିତ କରିବା ସହିତ ଦେଶର ସମ୍ବିଧାନ ସୁରକ୍ଷା ପାଇଁ ଅଣ୍ଟାଭିଡିବାକୁ କହିଥିଲେ। 

भारत के प्रिय मतदाताओं,

मैं आप सभी से एक सीधा सवाल पूछना चाहता हूं – जो सरकार वोट चोरी से बनी हो, क्या उसका इरादा कभी जनसेवा हो सकता है? नहीं ना!

उन्हें आपके वोट की ज़रूरत ही नहीं, इसलिए आपकी समस्याओं की परवाह भी नहीं।

आज की स्थिति आपके सामने है –

– रिकॉर्डतोड़ बेरोज़गारी के… pic.twitter.com/ZVzociHBhl

— Rahul Gandhi (@RahulGandhi) August 21, 2025

ଏ ନେଇ ରାହୁଲ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଜନତାଙ୍କୁ ପ୍ରଶ୍ନ କରିଥିବା ବେଳେ ଭୋଟ ଚୋରି କରି ଯେଉଁ ସରକାର ହୋଇଛି ତାର ଉଦ୍ଦେଶ୍ୟ କେବେ ଜନସେବା ହୋଇପାରେ କି ବୋଲି ପଚାରିଛନ୍ତି। ଯଦି ନୁହେଁ ତେବେ ସେମାନଙ୍କୁ ତୁମ ଭୋଟର ଆବଶ୍ୟକତା ନଥିବା ବେଳେ ତୁମ ସମସ୍ୟା ପ୍ରତି ଧ୍ୟାନ ଦେବେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଯାହାର ଫଳ ଏବେ ଆମ ସମସ୍ତଙ୍କ ସାମ୍ନାରେ ବୋଲି ସେ କହିଛନ୍ତି। 

ରାହୁଲ କହିଛନ୍ତି ଯେ ତୁମେ ବଞ୍ଚ, ମର କି ଛଟପଟ ହୁଅ ସେମାନଙ୍କର କିଛି ଯାଏ ବା ଆସେ ନି। ସେମାନେ ଜାଣନ୍ତି ଜନତା ଭୋଟ ଦିଅନ୍ତୁ କି ନ ଦିଅନ୍ତୁ ସେମାନେ ଚୋରା ବାଟ ଦେଇ ପୁଣି ସରକାରକୁ ଆସିଯିବେ। ଏଣୁ ସଫାସୁତରା ଭୋଟର ଲିଷ୍ଟ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନର ଭିତ୍ତି ଭୂମି। ତେଣୁ ଆପଣ ଆପଣଙ୍କ ମତାଧିକାରକୁ ଏମିତିରେ ନଷ୍ଟ କରନ୍ତୁ ନାହିଁ। କାରଣ ଆପଣଙ୍କ ସବୁ ଅଧିକାର ଏହି ନିର୍ବାଚନ ଉପରେ ହିଁ ଭରସା କରେ। ଆପଣ ଏପରି ସରକାର ବାଛନ୍ତୁ ଯାହା ବାସ୍ତବିକ ଆପଣଙ୍କ ସରକାର ହୋଇଥିବ ଓ ଯିଏ ଆପଣଙ୍କ ଲାଗି ଉତ୍ତରଦାୟୀ ହେବ। 

Scroll to Top