Actor Khesari Lal Yadav:ବାବାଙ୍କ ପାଖକୁ ପଳାଇଲେ ପାପ ଧୋଇଯିବନି…ଖାଲି ଇମେଜ୍ ମେକିଂ ପାଇଁ… ଏ ସବୁ ଡ୍ରାମା

actor-khesari-lal-yadav:ବାବାଙ୍କ-ପାଖକୁ-ପଳାଇଲେ-ପାପ-ଧୋଇଯିବନି…ଖାଲି-ଇମେଜ୍-ମେକିଂ-ପାଇଁ…-ଏ-ସବୁ-ଡ୍ରାମା

ପାପ ଧୋଇବାର ମେସିନ୍ ନୁହନ୍ତି ବାବା । ବାବାଙ୍କୁ ପାଖକୁ ପଳାଇଲେ ପାପ ଧୋଇଯିବନି । ଖାଲି ଇମେଜ୍ ମେକିଂ ପାଇଁ ସମସ୍ତେ ଯାଉଛନ୍ତି । ବାବା ପ୍ରେମାନନ୍ଦଜୀ ମହାରାଜଙ୍କ ଉପରେ ଏମିତି କିଛି କଥା କହି ଏବେ ବିବାଦରେ ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ୍ । କହିଲେ, ବାବା ପ୍ରେମାନନ୍ଦ ପାପ ଧୋଇବାର ମେସିନ୍ ନୁହନ୍ତି । ଏ କଥାକୁ ନେଇ ଅଭିନେତାଙ୍କ ଉପରେ ତାତିଛନ୍ତି ଲୋକେ । ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରୁଛନ୍ତି । କିଛି ଲୋକ ତ ଗାଳି ବି ଦେଉଛନ୍ତି

Manasranjan Mohanty

  • Published: Thursday, 21 August 2025
  • Last updated: 21 August 2025, 07:24 PM IST

controversyCredit: OTV

controversy

ବାବା ପ୍ରେମାନନ୍ଦଜୀ ମହାରାଜଙ୍କ ଉପରେ ଏମିତି କିଛି କଥା କହି ଏବେ ବିବାଦରେ ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ୍ । କହିଲେ, ବାବା ପ୍ରେମାନନ୍ଦ ପାପ ଧୋଇବାର ମେସିନ୍ ନୁହନ୍ତି । ତା’ ପରେ ଆଉ କ’ଣ… ଏ କଥାକୁ ନେଇ ଅଭିନେତାଙ୍କ ଉପରେ ତାତିଛନ୍ତି ଲୋକେ । ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରୁଛନ୍ତି । କିଛି ଲୋକ ତ ଗାଳି ବି ଦେଉଛନ୍ତି ।

ଦେଶର ବହୁଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁଙ୍କ ମଧ୍ୟରୁ ବାବା ପ୍ରେମାନନ୍ଦ ଜୀ ମହାରାଜ ଅନ୍ୟତମ । ସବୁଠି ତାଙ୍କର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କ୍ରିକେଟ ଓ ଫିଲ୍ମ ଦୁନିଆର ବଡ଼ ବଡ଼ ତାରକା ବାବାଙ୍କ ଭକ୍ତ । ତାଙ୍କ ଆଶ୍ରମ ଯାଉଥିବାର ଓ ଭକ୍ତି କରୁଥିବାର ଦେଖାଯାଏ ।

୩ ଦିନ ତଳେ ଭୋଜପୁରୀ ଆକ୍ଟର ତଥା ସିଙ୍ଗର ଖେସରୀ ଲାଲ୍ ବାବାଙ୍କୁ ନେଇ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ କହିଥିଲେ, ପ୍ରେମାନନ୍ଦ ମହାରାଜଙ୍କୁ ଖାଲି ଅନୁଭବ କରନ୍ତୁ । କିନ୍ତୁ କିଛି ଲୋକ କେବଳ ଇମେଜ ମେକିଂ ପାଇଁ ସେଠିକୁ ଯାଉଛନ୍ତି । ବାବା ପାପା ଧୋଇବାର ମେସିନ୍ ନୁହନ୍ତି । ଯଦି ସତରେ ଶ୍ରଦ୍ଧା ଥାଏ ତାହେଲେ ତାଙ୍କ କଥାକୁ ଅନୁସରଣ କର । ସବୁସ୍ଥାନରେ ପ୍ରମୋସନ ଠିକ୍ ନୁହେଁ ।

Also Read

ଖେସରୀ ଲାଲ୍‌ ଏହି ଟ୍ବିଟ୍‌ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀକୁ ଟାର୍ଗେଟ କରି କରିଥିବା ଜଣାପଡୁଛି । କାରଣ କିଛି ଦିନ ଶିଳ୍ପୀ ସେଟ୍ଟୀ ସ୍ୱାମୀ ରାଜ କୁନ୍ଦ୍ରା ସହ ବାବା ପ୍ରେମାନନ୍ଦଙ୍କ ଆଶ୍ରମକୁ ଯାଇଥିଲେ । ଏହାପରେ ଭୋଜପୁରୀ ଅଭିନେତା ନାଁ ନନେଇ ତାଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ସୋସିଆଲ ମିଡିଆରେ ଏପରି ବୟାନ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତା ।

ଓଟିଭି ବିଜ୍ଞାପନ

Scroll to Top