ନୂଆଦିଲ୍ଲୀ: ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ସଫଳ ଯାତ୍ରା ପରେ ଭାରତ ଫେରିଛନ୍ତି । ଗୁରୁବାର ଦିଲ୍ଲୀରେ ସେ ମହାକାଶ ଯାତ୍ରାର ଅନୁଭୂତି ବାଣ୍ଟିଥିଲେ । ଏହି ସମୟରେ ତାଙ୍କ ସହ ଇସ୍ରୋ ଅଧ୍ଯକ୍ଷ ଭି.ନାରାୟଣନ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ରହିଥିଲେ । ଶୁଭାଂଶ ଶୁକ୍ଲା କହିଥିଲେ, ଏହି ମିଶନ ପାଇଁ ମୋତେ ପଠା ଯାଇଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ଓ ଇସ୍ରୋ ପାଖରେ କୃତଜ୍ଞ । ଶୁଭାଂଶୁ ଗଗନଯାନ ମିଶନ ବାବଦରେ ବି ମତ ରଖିଥିଲେ । ଗଗନଯାନ ମିଶନ ଇସ୍ରୋରର ମାନବ ସ୍ପେସ୍ ମିଶନ । ଏହା ଅଧିନରେ ୨୦୨୭ରେ ସ୍ପେସକ୍ରାପ୍ଟରେ ବାୟୁସେନାର ତିନି ପାଇଲଟଙ୍କୁ ମହାକାଶକୁ ପଠାଯାଇଥିଲା ।
ଦିଲ୍ଲୀ ମିଡିଆ ସେଣ୍ଟରରେ ସାମ୍ୱାଦିକଙ୍କୁ ସମ୍ୱୋଧନ କରି ଶୁଭାଂଶୁ କହିଥିଲେ- ମହାକାଶରେ ଶରୀର ୩-୪ ଦିନରେ ଆଡପ୍ଟ ହୋଇଯାଏ । ଏହି ମିଶନ ଅନେକ ଦିଗରୁ ସଫଳ ହୋଇଛି । ଏକ୍ସୋମ ମିଶନର ଅନୁଭବ କୌଣସି ଟ୍ରେନିଂଠାରୁ ବହୁ ଅଧିକ । ଯେତେ ଟ୍ରେନିଂ ହେଉ ନା କାହିଁକି ଯେବେ ରକେଟ୍ ଚାଲେ, ତାର ଅନୁଭବ ଅବିଶ୍ୱସନୀୟ ହୋଇଥାଏ ।
#WATCH | Delhi | On Axiom-4 mission, Group Captain Shubhanshu Shukla says, “… This mission has been extremely successful. We have been able to achieve all of our technical objectives… Execution of such a mission gives a lot of knowledge that cannot be measured or… pic.twitter.com/merj19Utk9
— ANI (@ANI) August 21, 2025
ସେ କହିଥିଲେ, ଏବେ ସମୟ ବଦଳୁଛି, ପୂର୍ବ ତୁଳନାରେ ଏବେ ପିଲାମାନେ ଆଷ୍ଟ୍ରୋନଟ୍ ହେବା ପାଇଁ ଚାହୁଁଛନ୍ତି । ଇସ୍ରୋ ପ୍ରସ୍ତୁତ ଅଛି, ମୋ ପାଇଁ ଏହା ଅତ୍ୟନ୍ତ ସୁଖଦ ଅଟେ । ମହାକାଶକୁ ଯାତ୍ରା କରିବି ବୋଲି ମୁଁ କେବେ ଭାବି ନଥିଲି, କିନ୍ତୁ ସ୍ୱପ୍ନ ଦେଖିଲେ ଯାଇପାରିବେ । ମୁଁ କେବଳ ଏହା କହିବାକୁ ଚାହିଁବି, ଭାରତ ଆଜି ବି ମହାକାଶରୁ ସବୁଠୁ ସୁନ୍ଦର ଦେଖାଯାଉଛି ।
#WATCH | Delhi | Group Captain Shubhanshu Shukla says, “… Bharat aaj bhi Antariksh se saare jahaan se achha dikhta hai. Jai Hind, Jai Bharat…” pic.twitter.com/mvq6zoGBqV
— ANI (@ANI) August 21, 2025
ଇସ୍ରୋ ଅଧ୍ୟକ୍ଷ କହିଥିଲେ ଯେ, ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦକ୍ଷିଣ ଏସୀୟ ସାଟେଲାଇଟ୍ ନିର୍ମାଣ କରାଗଲା । ଉତକ୍ଷେପଣ କରାଯିବା ପରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଦାନ କରାଗଲା । ତାଙ୍କ ନେତୃତ୍ୱରେ ଆମେ ଜି-୨୦ ଦେଶ ପାଇଁ ଜି-୨୦ ସାଟେଲାଇଟ୍ ମଧ୍ୟ ନିର୍ମାଣ କରିଲୁ । ୧୦ ବର୍ଷ ପୂର୍ବେ ମହାକାଶ କ୍ଷେତ୍ରରେ ଆମ ପାଖରେ କେବଳ ଗୋଟିଏ ଷ୍ଟାର୍ଟଅପ୍ କମ୍ପାନି ଥିଲା । କିନ୍ତୁ ଆଜି ସ୍ପେସ୍ ଇଣ୍ଡଷ୍ଟ୍ରିରେ ଆମ ପାଖରେ ୩୦୦ରୁ ଅଧିକ ଷ୍ଟାର୍ଟଅପ୍ ଅଛି ।




