ପାରିବାରିକ କଳହର କରୁଣ ପରିଣତି, ଚୁଲି ଫୁଙ୍କା ନଳରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ

ପାରିବାରିକ-କଳହର-କରୁଣ-ପରିଣତି,-ଚୁଲି-ଫୁଙ୍କା-ନଳରେ-ସ୍ତ୍ରୀକୁ-ପିଟି-ପିଟି-ମାରିଦେଲା-ସ୍ବାମୀ

ପାରିବାରିକ କଳହର କରୁଣ ପରିଣତି, ଚୁଲି ଫୁଙ୍କା ନଳରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ

Published By : Prameya-News7 Bureau | August 21, 2025 IST

ଚଣ୍ଡିଖୋଲ ୨୧।୮: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ମାରିଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଇରୀ ଥାନା ଅଧୀନ ହରଣଟିକିରି ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ହରଣଟିକିରି ଗ୍ରାମର ସୁରେଶ ମଲ୍ଲିକ ନିଜ ସ୍ତ୍ରୀ ପିଙ୍କି ମଲ୍ଲିକଙ୍କୁ ବାଡେଇ ବାଡେଇ ହତ୍ୟା କରିଛନ୍ତି । ଅନେକ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ । ଗୁରୁବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ସ୍ବାମୀ ସୁରେଶ ନିଜ ସ୍ତ୍ରୀଙ୍କୁ ଚୁଲି ଫୁଙ୍କା ନଳରେ ପିଟି ପିଟି ହତ୍ୟା କରିଛି । ଘଟଣାସ୍ଥଳରେ ବଇରୀ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ସ୍ବାମୀ ସୁରେଶ ମଲ୍ଲିକକୁ ପୋଲିସ ଗିରଫ କରିଛି । 

You Can Read:

ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ଵତନ୍ତ୍ର ପଦକ୍ଷେପ : ଇଭିଏମ୍ ଭଳି ପଠାଯିବ ପ୍ରଶ୍ନପତ୍ର, ଗ୍ରହଣ କରିବେ ଜିଲ୍ଲାପାଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top