ବନ୍ଦ ହୋଇଯିବ କି ଗୁଗଲ୍ ସର୍ଚ୍ଚ ? AI ଫିଚରକୁ ନେଇ ବଡ଼ ସ୍ପଷ୍ଟୀକରଣ ଦେଲା କମ୍ପାନୀ

ବନ୍ଦ-ହୋଇଯିବ-କି-ଗୁଗଲ୍-ସର୍ଚ୍ଚ-?-ai-ଫିଚରକୁ-ନେଇ-ବଡ଼-ସ୍ପଷ୍ଟୀକରଣ-ଦେଲା-କମ୍ପାନୀ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ‘ଗୁଗଲ୍’ କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି। ଗୁଗଲ୍ର ଏକ ନୂଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଫିଚର ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଆଗାମୀ ଦିନରେ କଣ ପାରମ୍ପରିକ ଗୁଗଲ୍ ସର୍ଚ୍ଚ ରେଜଲ୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ? ତେବେ ଏହି ଆଶଙ୍କା ଓ ବିବାଦ ଭିତରେ କମ୍ପାନୀ ନିଜ ପକ୍ଷରୁ ଏକ ବଡ଼ ସଫେଇ ଦେଇଛି।

କେଉଁ ଫିଚର ପାଇଁ ବଢ଼ିଲା ଚିନ୍ତା ?

ରିପୋର୍ଟ ଅନୁସାରେ, ଗୁଗଲ୍ର ‘କ୍ରୋମ୍ କ୍ୟାନେରୀ’ (Chrome Canary) ବ୍ରାଉଜର୍ରେ ଏକ ନୂଆ ବିକଳ୍ପ ଦେଖିବାକୁ ମିଳିଥିଲା, ଯାହାର ନାଁ ରହିଥିଲା “Fulfil Searchbox Queries in AI Mode”। ଏହି ଫିଚର ସକ୍ରିୟ ହେବା ମାତ୍ରେ ୟୁଜର୍ସ କିଛି ସର୍ଚ୍ଚ କଲେ, ସେମାନଙ୍କୁ ସାଧାରଣ ୱେବସାଇଟ୍ ଲିଙ୍କ୍ ବଦଳରେ ସିଧାସଳଖ AI ଦ୍ୱାରା ପ୍ରସ୍ତୁତ ଚାଟ୍ ଆଧାରିତ ଉତ୍ତର ମିଳୁଥିଲା। ଏହି ଫିଚରଟି ପୂରାପୂରି ପ୍ରସ୍ତୁତ ଥିବା ଭଳି ମନେହେଉଥିଲା। ଏହାକୁ ଦେଖି ଚର୍ଚ୍ଚା ଆରମ୍ଭ ହେଲା ଯେ ଗୁଗଲ୍ ହୁଏତ ଭବିଷ୍ୟତରେ ସାଧାରଣ ସର୍ଚ୍ଚ ବ୍ୟବସ୍ଥାକୁ ହଟାଇ କେବଳ AI ମୋଡ୍ ଲାଗୁ କରିବାକୁ ଯାଉଛି।

Also Read: CBSE ର ଭୁଲ ଖୋଜିବେ Ex-IAS ରାଧା ଚୌହାନ, କରିବେ ମୂଲ୍ୟାୟନର ଗହନ ଯାଞ୍ଚ, ଜାଣନ୍ତୁ ସେ କିଏ?

ଗୁଗଲ୍ କଣ କହିଲା ?

ସୋସିଆଲ ମିଡିଆରେ ଏହି ବିଷୟକୁ ନେଇ ବିତର୍କ ଜୋର ଧରିବା ପରେ ଗୁଗଲ୍ ତୁରନ୍ତ ସ୍ପଷ୍ଟୀକରଣ ଜାରି କରିଛି। ଗୁଗଲ୍ ସର୍ଚ୍ଚ ଇଞ୍ଜିନିୟରିଂର ଭାଇସ୍ ପ୍ରେସିଡେଣ୍ଟ ରାଜନ ପଟେଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କମ୍ପାନୀର ଏଭଳି କୌଣସି ଯୋଜନା ନାହିଁ।

ଏହା କେବଳ ଏକ ଆଭ୍ୟନ୍ତରୀଣ ପରୀକ୍ଷଣ ଥିଲା, ଯାହା ବୈଷୟିକ ତ୍ରୁଟି ଯୋଗୁଁ କିଛି ୟୁଜର୍ସଙ୍କୁ ଦେଖାଯାଇଥିଲା। ଗୁଗଲ୍ ସର୍ଚ୍ଚକୁ ଡିଫଲ୍ଟ ଭାବେ AI ମୋଡ୍କୁ ବଦଳାଇବା ସମ୍ଭବ ନୁହେଁ। ପାରମ୍ପରିକ ସର୍ଚ୍ଚ ରେଜଲ୍ଟ ଆଗକୁ ମଧ୍ୟ ଗୁଗଲ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ।

Also Read: NEET-UG କ୍ଲିୟର ନକରି ମଧ୍ୟ ଆପଣ ହୋଇପାରିବେ ଡାକ୍ତର: ଏମ୍ବିବିଏସ୍ ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମ ବିଷୟରେ ଜାଣନ୍ତୁ

ବିଷୟଟି କାହିଁକି ଗମ୍ଭୀର ?

ଯଦିଓ ଗୁଗଲ୍ ଏହାକୁ ଏକ ଭୁଲ୍ ବୋଲି କହି ଏଡ଼ାଇ ଦେଇଛି, କିନ୍ତୁ ଏହା ଡିଜିଟାଲ୍ କ୍ରିଏଟର୍ସ ଏବଂ ମିଡିଆ ପବ୍ଲିସର୍ସମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶ୍ୱର ଅନେକ ବଡ଼ ବଡ଼ ୱେବସାଇଟ୍ ଓ ବ୍ଲଗର୍ସ ପୂର୍ବରୁ ହିଁ AI ସର୍ଚ୍ଚର ବିରୋଧ କରୁଛନ୍ତି। ସେମାନଙ୍କ ଅଭିଯୋଗ ଯେ, AI ସେମାନଙ୍କ କଣ୍ଟେଣ୍ଟ ବ୍ୟବହାର କରି ୟୁଜର୍ସଙ୍କୁ ସିଧାସଳଖ ଉତ୍ତର ଦେଇଦେଉଛି, ଯାହାଫଳରେ ମୂଳ ୱେବସାଇଟ୍କୁ କେହି ଯାଉନାହାନ୍ତି। ଯଦି ଭବିଷ୍ୟତରେ ଗୁଗଲ୍ ସମ୍ପୂର୍ଣ୍ଣ AI ଆଧାରିତ ହୋଇଯାଏ, ତେବେ ୱେବସାଇଟ୍ ଗୁଡ଼ିକର ଟ୍ରାଫିକ୍ କମିଯିବ ଏବଂ ଏହା କଣ୍ଟେଣ୍ଟ କ୍ରିଏଟର୍ସଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପକାଇବ।

Scroll to Top