ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ, ନ୍ୟୁ ଫ୍ରେଣ୍ଡସ କଲୋନୀରେ ୩ ମହଲା ଘରେ ଲାଗିଲା ନିଆଁ
ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳର ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ପାଇ ଦମକଳବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିବା ସହ ୫ ଶିଶୁଙ୍କ ସମେତ ସାତ ଜଣକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ କେବଳ ଏକ ପୋଷା କୁକୁର ଆହତ ହୋଇଥିବା ଜଣାପଡ଼ିଛି।
Published By: Chikun – Prameya-News7 Bureau | June 07, 2026 05:51 PM
NEWS7

ନୂଆଦିଲ୍ଲୀ: ଦିଲ୍ଲୀର ଫ୍ଲୋରିସ ଷ୍ଟେ ହୋଟେଲରେ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଦିଲ୍ଲୀର ନ୍ୟୁ ଫ୍ରେଣ୍ସ କଲୋନୀ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ୩ ମହଲା କୋଠରେ ନିଆଁ ଲାଗିଛି। ଅବଶ୍ୟ ସୂଚନା ପାଇ ଦମକଳବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିବା ସହ ୫ ଶିଶୁଙ୍କ ସମେତ ସାତ ଜଣକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ କେବଳ ଏକ ପୋଷା କୁକୁର ଆହତ ହୋଇଥିବା ଜଣାପଡ଼ିଛି। ତାକୁ ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ନ୍ୟୁ ଫ୍ରେଣ୍ଡସ କଲୋନୀ ଥାନା ଅଞ୍ଚଳର ଏକ ତିନି ମହଲା କୋଠାରେ ରବିବାର ଦ୍ବିପ୍ରହରରେ ନିଆଁ ଲାଗିଥିଲା ଦମକଳବାହିନୀ ପାଇଥିଲା। ତେବେ ଖବର ପାଇଁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୃତୀୟ ମହଲାରେ ଫସିଥିବା ୫ ଶିଶୁ ଏବଂ ଦୁଇ ମହିଳାଙ୍କୁ ଉଦ୍ଧାର କରିଛି। ଦମକଳବାହିନୀର ସୂଚନା ଅନୁସାରେ, ଦ୍ବିପ୍ରହର ୩.୩୯ରେ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପାଞ୍ଚ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ୪.୫ ସୁଦ୍ଧା ଉପରେ କାବୁ କରାଯାଇଥିଲା।
ସୂଚନାଥାଉକି, ପୂର୍ବରୁ ଗତ ବୁଧବାର ଦିଲ୍ଲୀର ଫ୍ଲୋରିସ୍ ଷ୍ଟେ ବେଡ୍-ଆଣ୍ଡ-ବ୍ରେକଫାଷ୍ଟ (B&B) ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଏହି ଘଟଣା ଦେଶରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ତଦନ୍ତକ୍ରମେ ହୋଟେଲ ମାଲିକ ଲବକେଶ ବଜାଜଙ୍କୁ ଗିରଫ କରିଛି। ଜଣାପଡ଼ିଛି ଲବକେଶଙ୍କ ହୋଟେଲ ‘ଫ୍ଲୋରିସ୍ ଷ୍ଟେ’ (Flourish Stay) ପାଖରେ ଅଗ୍ନିଶମ ବିଭାଗର କୌଣସି ଅନୁମତି ବା ଏନଓସି ନଥିଲା। ହୋଟେଲରେ ମାତ୍ର ୬ଟି ରୁମ୍ ଚଲାଇବା ପାଇଁ ଅନୁମତି ଥିବା ବେଳେ ବେଆଇନ ଭାବେ ବେସମେଣ୍ଟକୁ ମିଶାଇ ସେଠାରେ ୨୫ଟି ରୁମ୍ ଚାଲିଥିଲା। ସେ ପୂର୍ବରୁ ବାଂଲାଦେଶୀ ନାଗରିକଙ୍କୁ ଟଙ୍କା ବିନିମୟରେ ନକଲି ଆଧାର କାର୍ଡ ଏବଂ ପାସପୋର୍ଟ ଭଳି ଭାରତୀୟ ପରିଚୟ ପତ୍ର ଯୋଗାଇଦେବା ଅଭିଯୋଗରେ ଗିରଫ ହୋଇଥିଲେ।




