ପୁଣି ଆକ୍ଟିଭ କଫ୍ ସିରପ୍ ମାଫିଆ, ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ
Published By: Ruby – Prameya-News7 Bureau | June 07, 2026 04:59 PM
NEWS7
ବଲାଙ୍ଗିର ୭।୬: ଅନ୍ଧାର ନିଛାଟିଆ ରାସ୍ତାରେ ଫେରାର ମାରୁଥିବା କଫ୍ ସିରପ୍ ଗାଡିକୁ ଧରିଲା ପୋଲିସ । ସମ୍ବଲପୁର ନମ୍ବର ଗାଡି ସହ ୫ ଜଣ ଗିରଫ ବିପୁଳ କଫ୍ ସିରପ୍ ଜବତ । ଫିଲ୍ମ ଷ୍ଟାଇଲରେ ହେଉଥିଲା କଫ୍ ସିରପ୍ ଚାଲାଣ । ବିଶେଷ ସୂତ୍ରରୁ ଖବର ପାଇ ଧରିଲା ବଲାଙ୍ଗିର ଟାଉନ ପୋଲିସ । ବଲାଙ୍ଗିରରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି ପୋଲିସ । ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ କଫ ସିରପ୍ ଜବତ । ଅନ୍ଧାର ଓ ନିଛାଟିଆ ରାସ୍ତା ଦେଇ ଫେରାର ମାରିବା ସମୟରେ ଜାଲ ବିଛାଇ ଜଗିଥିବା ପୋଲିସ କଫ୍ ସିରପ୍ ଚାଲାଣକାରୀଙ୍କୁ ଧରିଛି ।
ଘଟଣାରେ ୫ ଜଣ ଗିରଫ ଗୋଟିଏ ସମ୍ବଲପୁର ନମ୍ବର ରହିଥିବା କାର୍ ଟାଟା ନେକ୍ସନ କାର୍ ମଧ୍ୟ ଜବତ । ତେବେ ୮୮୦ ବୋତଲ କଫ୍ ସିରପ୍ ଜବତ କରିଛି ପୋଲିସ ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ତା ସହ ଗିରଫ ୫ ଜଣଙ୍କ ପାଖରୁ ୫ଟି କୋବାଇଲ ମଧ୍ୟ ଜବତ କରିଛି । ଗିରଫ ଯୁବକ ମାନେ ହେଲେ ତାଲପାଲି ପଡାଏବିଦ୍ୟାଧର ସାହୁ, ବରପାଲି ପଡାର ଅଙ୍କିତ ପଟେଲ ଓ ବିଶେଷ ଜେନା, ତୁଳସୀ ନଗର ପଡାର ପ୍ରିୟଅଂଶୁ ନନ୍ଦ ଓ କଟକ ନରସିଂହପୁରର ସୁରେଶ କୁମାର ସାହୁ। ଏମାନଙ୍କ ମଧ୍ୟରେ ବିଦ୍ୟାଧର ସାହୁ ହେଉଛି ଏହି କଫ ସିରଫ ଚାଲାଣର ମାଷ୍ଟର ମାଇଣ୍ଡ ବୋଲି କହିଛି ପୋଲିସ।
Also Read:- ଭୋଜି କରିବାକୁ ଆସି ପାଓ୍ବାର କେନାଲରେ ବୁଡ଼ିଗଲେ, ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ
ଏମାନଙ୍କ ପଛରେ କିଏ ମୁଖ୍ୟ ମାଫିଆ କିଏ । କେଉଁଠୁ ଆସୁଥିଲା କୁଆଡେ ଯାଉଥିଲା ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ ପୋଲିସ ଯାହାକୁ ନେଇ ମୁଖ୍ୟ ମାଫିଆକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଘଟଣାରେ ଜବତ ଗାଡିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ କିନ୍ତୁ ପୋଲିସ କହିଛି ଏହାକୁ ନେଇ ତଦନ୍ତ ଜାରି ରହିଛି।




