୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ନବୀନ ପଟ୍ଟନାୟକ, ବିମାନବନ୍ଦରରେ କର୍ମୀଙ୍କ ପକ୍ଷରୁ ସ୍ୱାଗତ
Published By: Kirti – Prameya-News7 Bureau | June 07, 2026 02:30 PM
NEWS7
ଭୁବନେଶ୍ୱର ୦୭।୦୬ : ଦିଲ୍ଲୀ ଗସ୍ତ ସାରି ଫେରିଲେ ନବୀନ ପଟ୍ଟନାୟକ । ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ କରାଯାଇଛି ଜୋରଦାର ସ୍ୱାଗତ ।
ଖବର ଅନୁଯାୟୀ, ଗତ ଦୁଇ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ। ୬ ଦିନ ପରେ ରବିବାର ଦିନ ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ଫେରିଛନ୍ତି ନବୀନ । ଏହା ତାଙ୍କର ରୁଟିନ ଭିଜିଟ ଥିଲା। ଏକ ଘରୋଇ କାର୍ଯ୍ୟକ୍ରମରେ ସେ ଦିଲ୍ଲୀ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଏପଟେ ନବୀନ ପଟ୍ଟନାୟକଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବା ପାଇଁ ଦଳୀୟ ନେତା ଉପସ୍ଥିତ ଥିଲେ।ବିମାନବନ୍ଦର ପରିସରରେ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି ।
Also Read:-ସାମ୍ନାକୁ ଆସିଲା କନଷ୍ଟେବଳ ଆଶୁତୋଷ ସାଂଘାତିକ ଭିଡିଓ, କିଏ ମାରିବାକୁ ଚାହୁଁଥିଲେ.. କହିଦେଲେ ସବୁ ସତ
Watch Video:-




