ବୈଭବଙ୍କୁ ସତର୍କ କରାଇଦେଲେ ବିରାଟ, ‘ଏହି ଭୁଲ କଲେ ଆଗକୁ ବଢି ପାରିବନି’…ଖୁଲାସା କଲେ ‘ବେବି ବସ୍’
ବୈଭବ କହିଛନ୍ତି ଯେ, ଆଇପିଏଲ ଫାଇନାଲ ସରିବା ପରେ ସେ ବିରାଟଙ୍କ ସହ ଦେଖା ହୋଇଥିଲେ । ଏହା କୌଣସି ସ୍ୱପ୍ନ ବାସ୍ତବତାର ରୂପ ନେବା ଭଳି ଥିଲା । ସେ ବିଶ୍ୱାସ କରିପାରିନଥିଲେ ଯେ ବିରାଟ କୋହଲିଙ୍କ ସହ କଥା ହେଉଛନ୍ତି । କ୍ୟାମେରାରେ ଉଭୟଙ୍କ କଥାବାର୍ତ୍ତା କଏଦ ହୋଇଥିଲା ।
Published By: Ankit M – Prameya-News7 Bureau | June 07, 2026 01:23 PM
NEWS7
ନୂଆଦିଲ୍ଲୀ,୦୭|୦୬:ଭାରତୀୟ କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୫ ବର୍ଷରେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ତାଙ୍କୁ ବୋଲିଂ କରିବାକୁ ବଡବଡ ଷ୍ଟାର୍ ବୋଲର ଡରନ୍ତି । କାରଣ ସେ ସମସ୍ତ ବୋଲରଙ୍କୁ ପ୍ରହାର କରିଛନ୍ତି । ଆଇପିଏଲରେ ବଡ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଆଇପିଏଲ ୨୦୨୬ରେ ଅରେଞ୍ଜ୍ କ୍ୟାପ୍ ହାତେଇଛନ୍ତି ବୈଭବ । ତେବେ ଫାଇନାଲରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରାଟ କୋହଲିଙ୍କ ସହ କିଛି ସମୟ ପାଇଁ ବୈଭବ କଥା ହୋଇଥିଲେ । ଯାହାକୁ ନେଇ ସେ ଅନେକ କଥା କହିଛନ୍ତି ।
Also Read :-ଶତାବ୍ଦୀର ସବୁଠୁ ଭୟଙ୍କର ସୂର୍ଯ୍ୟ ପରାଗ, ଅଗଷ୍ଟ ଏହି ତାରିଖରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ଘୋଟି ଆସିବ ଅନ୍ଧାର
ବୈଭବ କହିଛନ୍ତି ଯେ, ଆଇପିଏଲ ଫାଇନାଲ ସରିବା ପରେ ସେ ବିରାଟଙ୍କ ସହ ଦେଖା ହୋଇଥିଲେ । ଏହା କୌଣସି ସ୍ୱପ୍ନ ବାସ୍ତବତାର ରୂପ ନେବା ଭଳି ଥିଲା । ସେ ବିଶ୍ୱାସ କରିପାରିନଥିଲେ ଯେ ବିରାଟ କୋହଲିଙ୍କ ସହ କଥା ହେଉଛନ୍ତି । କ୍ୟାମେରାରେ ଉଭୟଙ୍କ କଥାବାର୍ତ୍ତା କଏଦ ହୋଇଥିଲା ।
ରାଜସ୍ଥାନ ରୟାଲ୍ସ ମ୍ୟାନେଜର ରୋମୀ ଭିଣ୍ଡରଙ୍କୁ ଦେଇଥିବା ସାକ୍ଷାତକାରରେ ବୈଭବ ଆହୁରି କହିଛନ୍ତି ଯେ, ସେ ବିରାଟ କୋହଲିଙ୍କ ଫ୍ୟାନ୍ ଅଟନ୍ତି । ପିଲାଦିନୁ ବିରାଟଙ୍କ ବ୍ୟାଟିଂ ତାଙ୍କୁ ଭଲ ଲାଗେ । ସେ ପ୍ରଥମେ ଆରସିବିକୁ ସପୋର୍ଟ କରୁଥିଲେ । ବିରାଟ ତାଙ୍କ କାନ୍ଧରେ ହାତ ରଖି କଥା ହୋଇଥିଲେ । ଏହା ବିଶ୍ୱାସ ଲାଗିନଥିଲା । ବଡ ସ୍ୱପ୍ନ ସତ ହୋଇଥିଲା ।
ସେ ଆହୁରି କହିଛନ୍ତି ଯେ, ବିରାଟ ତାଙ୍କୁ ପରିବାରର ବଡ ଭାଇ ଭଳି କଥା ହୋଇଥିଲେ । ବିରାଟ ନିଜକୁ ସୁପରଷ୍ଟାର୍ ଭାବିନଥିଲେ । ଆଗକୁ କଣ କରିବାକୁ ହେବ ବିରାଟ ତାଙ୍କୁ କହିଥିଲେ । କେଉଁଥିରେ ଫୋକସ୍ କରିବା ଜରୁରୀ ଏବଂ କଣ କଲେ ଖେଳ ଆହୁରି ଭଲ ହେବ ତାହା ବିରାଟ ବୁଝାଇଥିଲେ । ସଫଳ ହେଲା ପରେ ବି ଗର୍ବ ଏବଂ ଅହଂକାରରୁ ଦୂରରେ ରହିବାକୁ ରନ୍ ମେସିନ୍ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ଫାଇନାଲରେ ଆରସିବି ପକ୍ଷରୁ ଜାରି ଭିଡିଓରେ ବିରାଟ ବୈଭବଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବିରାଟ ତାଙ୍କୁ କହିଥିଲେ ଯେ, ଆହୁରି ଆଗକୁ ବଢିବାକୁ ହେବ । ପରିଶ୍ରମ ଉପରେ ଭରସା ରଖିବାକୁ ହେବ । କଥାବାର୍ତ୍ତା ଶେଷ ପରେ ବିରାଟ ହସିକରି ଏକ୍ ବିହାରୀ ସବ୍ ପେ ବାରୀ ବୋଲି କହୁଥିବା ନଜର ଆସିଥିଲା ।




