ସୌମ୍ୟ ହତ୍ୟାକାଣ୍ଡରେ ଛନ୍ଦି ହୋଇଯିବେ କି ବରିଷ୍ଠ ଆଇପିଏସ୍‌ ? ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

ସୌମ୍ୟ-ହତ୍ୟାକାଣ୍ଡରେ-ଛନ୍ଦି-ହୋଇଯିବେ-କି-ବରିଷ୍ଠ-ଆଇପିଏସ୍‌-?-ଅଭିଯୋଗର-ସତ୍ୟତା-ଯାଞ୍ଚ-ପାଇଁ-ଚିଠି-ଲେଖିଲା-କ୍ରାଇମ୍‌ବ୍ରାଞ୍ଚ

ସୌମ୍ୟ ହତ୍ୟାକାଣ୍ଡରେ ଛନ୍ଦି ହୋଇଯିବେ କି ବରିଷ୍ଠ ଆଇପିଏସ୍‌ ? ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଚିଠି ଲେଖିଲା କ୍ରାଇମ୍‌ବ୍ରାଞ୍ଚ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼ । ଫସିଯିବେ କି ବରିଷ୍ଠ ଆଇପିଏସ୍ ଅଧିକାରୀ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ।

Published By: Ruby – Prameya-News7 Bureau | June 07, 2026 11:40 AM

NEWS7

Soumya Case

ଭୁବନେଶ୍ବର ୭।୬: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି ।

ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ଉଠିଛି । ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ।

Also Read:- ବାଡୁଅ କହି ଯୁବତୀଙ୍କ ସହ ରଖିଲେ ଶାରିରୀକ ସମ୍ପର୍କ, ଜାଲ୍ ଦସ୍ତଖତ କରି ପୀଡିତାଙ୍କ ନାଁରେ ଉଠାଇନେଲେ ଲୋନ୍

ଏପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ନୂଆ ଅଭିଯୋଗ ମାମଲାକୁ ଆହୁରି ଗୁରୁତ୍ୱ ବଢ଼ାଇଛି ।

ମୃତ ସୌମ୍ୟଙ୍କ ମାଆ ADG ଦୟାଲ ଗଙ୍ଗୱାର ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସୌମ୍ୟ ADG ଙ୍କ ଘରକୁ ପ୍ରତିଦିନ ଯାଉଥିଲେ । ADG ଙ୍କ ସେବା କରୁଥିଲେ । ମାଲିସ କରୁଥିଲେ । ଯେଉଁଥିପାଇଁ ସୌମ୍ୟଙ୍କ ହାତ ବିଣ୍ଡି ପଡିଯାଇଥିଲା । ସୌମ୍ୟ ମାନସିକ ସ୍ତରରେ ନିର୍ଯାତନା ପାଉଥିବା ନେଇ ଅଭିଯୋଗ ହୋଇଥିଲା ।

Scroll to Top