ଇତିହାସ ରଚିଲେ ଆର ପ୍ରଜ୍ଞାନନ୍ଦା : ପ୍ରଥମ ଭାରତୀୟ ଭାବେ ଜିତିଲେ ନରଓ୍ୱେ ଚେସ୍ ଟାଇଟଲ

ଇତିହାସ-ରଚିଲେ-ଆର-ପ୍ରଜ୍ଞାନନ୍ଦା-:-ପ୍ରଥମ-ଭାରତୀୟ-ଭାବେ-ଜିତିଲେ-ନରଓ୍ୱେ-ଚେସ୍-ଟାଇଟଲ

ଇତିହାସ ରଚିଲେ ଆର ପ୍ରଜ୍ଞାନନ୍ଦା : ପ୍ରଥମ ଭାରତୀୟ ଭାବେ ଜିତିଲେ ନରଓ୍ୱେ ଚେସ୍ ଟାଇଟଲ

ନରୱେ ରାଜଧାନୀ ଓସଲୋ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ତଥା ଦଶମ ରାଉଣ୍ଡରେ ଶନିବାର ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇ ଟ୍ରଫି ଜିତିବାରେ ସଫଳ ହୋଇଥିଲେ। ଟାଇଟଲ ପଥରେ ସେ ବିଶ୍ଵର ଏକ ନମ୍ବର ଖେଳାଳି ତଥା ୭ଥର ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କୁ ୨ଥର ପରାଜିତ କରିଥିଲେ। ଆମେରିକାର ୱେସଲି ସୋ ୧୭ ପଏଣ୍ଟ ସହ ଦ୍ବିତୀୟ, ଫ୍ରାନ୍ସର ଅଲିରେଜା ଫିରୌଜା ୧୫.୫ ପଏଣ୍ଟ ସହ ତୃତୀୟ, କାର୍ଲସେନ ୧୩ପଏଣ୍ଟ ସହ ଚତୁର୍ଥ, କିମର ୧୧ପଏଣ୍ଟ ସହ ପଞ୍ଚମ ଏବଂ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ୮ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଗୁକେଶ ଅନ୍ତିମ ରାଉଣ୍ଡରେ କାର୍ଲସେନଙ୍କ ନିକଟରୁ ହାରି ଯାଇଥିଲେ।

Published By: Ankit M – Prameya-News7 Bureau | June 07, 2026 10:03 AM

NEWS7

r prajnanandha

ନୂଆଦିଲ୍ଲୀ,୭|୦୬:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନ୍ଦା ଚଳିତ ବର୍ଷ ନରୱେ ଚେସ୍ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଛନ୍ତି। ୧୦ ରାଉଣ୍ଡ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ପ୍ରଜ୍ଞାନନ୍ଦାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ନରୱେ ରାଜଧାନୀ ଓସଲୋ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ତଥା ଦଶମ ରାଉଣ୍ଡରେ ଶନିବାର ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇ ଟ୍ରଫି ଜିତିବାରେ ସଫଳ ହୋଇଥିଲେ। ଟାଇଟଲ ପଥରେ ସେ ବିଶ୍ଵର ଏକ ନମ୍ବର ଖେଳାଳି ତଥା ୭ଥର ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କୁ ୨ଥର ପରାଜିତ କରିଥିଲେ। ଆମେରିକାର ୱେସଲି ସୋ ୧୭ ପଏଣ୍ଟ ସହ ଦ୍ବିତୀୟ, ଫ୍ରାନ୍ସର ଅଲିରେଜା ଫିରୌଜା ୧୫.୫ ପଏଣ୍ଟ ସହ ତୃତୀୟ, କାର୍ଲସେନ ୧୩ପଏଣ୍ଟ ସହ ଚତୁର୍ଥ, କିମର ୧୧ପଏଣ୍ଟ ସହ ପଞ୍ଚମ ଏବଂ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ୮ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଗୁକେଶ ଅନ୍ତିମ ରାଉଣ୍ଡରେ କାର୍ଲସେନଙ୍କ ନିକଟରୁ ହାରି ଯାଇଥିଲେ।

Also Read :-ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ମୈଦାନରେ ବର୍ଷିଲା ଚୌକା-ଛକା

ମହିଳା ବର୍ଗରେ କାଜାଖସ୍ତାନର ବିବିସାରା ଆସାଉବାୟେଭା ୧୬.୫ପଏଣ୍ଟ ସହ ଚାମ୍ପିଅନ୍ ହୋଇଛନ୍ତି । ବିଶ୍ଵ ଚାମ୍ପିଅନ୍ ଭାରତୀୟ ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ୧୦ପଏଣ୍ଟ ସହ ପଞ୍ଚମ ଓ ହମ୍ପି କୋନେରୁ ୯ପଏଣ୍ଟ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ।

Scroll to Top