ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦ୍ୱିତୀୟ ପର୍ଯ୍ୟାୟ ଜେରା : ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଘାଣ୍ଟିଲା କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟିମ୍

ଓଟିଇଟି-ପ୍ରଶ୍ନପତ୍ର-ଲିକ୍-ଘଟଣାରେ-ଦ୍ୱିତୀୟ-ପର୍ଯ୍ୟାୟ-ଜେରା-:-୨-ଅଭିଯୁକ୍ତଙ୍କୁ-ଦିନିକିଆ-ରିମାଣ୍ଡରେ-ନେଇ-ଘାଣ୍ଟିଲା-କ୍ରାଇମବ୍ରାଞ୍ଚର-ସ୍ଵତନ୍ତ୍ର-ଟିମ୍

କଟକ ୨୧।୮: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଗିରଫ ୮ ଅଭିଯୁକ୍ତଙ୍କ ମଧ୍ୟରୁ ପୁଣି ଦୁଇ ଅଭିଯୁକ୍ତଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟିମ୍ । ଗିରଫ ହୋଇଥିବା ରାମଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଶୋୟୀକୁ ଦିନିକିଆ ରିମାଣ୍ଡରେ ଆଣି ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜଣେ ଡିଏସପିଙ୍କ ନେତୃତ୍ୱରେ ଗଠିତ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଥିବା ଜଣାପଡ଼ିଛି । 

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପୂର୍ବରୁ ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌କୁ ନେଇ ରାମଜୀ ପ୍ରସାଦ ଗୁପ୍ତାକୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ରାମଜୀ ଗିରଫ ହୋଇଥିବା ବେଳେ ଓଟିଇଟି ପରୀକ୍ଷା ପ୍ରଶ୍ନ ଲିକ୍ ଘଟଣାରେ ମିଡ଼ିଲ ମ୍ୟାନ ବା ଦଲାଲ ଭାବେ କାର୍ଯ୍ୟ କରିଥିବା କ୍ରାଇମବ୍ରାଞ୍ଚ୍ ତଦନ୍ତରୁ ଜାଣିବାକୁ ପାଇଛି । ସେହିଭଳି ସନାତନ ବିଶୋୟୀ ନିଜ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଆଣିଥିବା ବେଳେ ପୁଣି ଏହାକୁ ଟଙ୍କା ନେଇ ଲିକ୍ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି । 

ତେବେ ପୂର୍ବରୁ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ରାମଜୀଙ୍କ ତଥ୍ୟ ଦେଇଥିବା ବେଳେ ଏହିଭଳି ଲିକ୍ ଘଟଣାରେ ରାମଜୀ କିଭଳି ଲୋକ ଯୋଗାଡ଼ କରନ୍ତି ଆଉ କେତେ କେତେ ଟଙ୍କାରେ ଡ଼ିଲ୍ କରନ୍ତି ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଲିକ୍ ପାଇଁ କେଉଁ କେଉଁ ଜିଲ୍ଲାରୁ କେଉଁ ମାନଙ୍କୁ ଯୋଗାଡ କରି କେତେ ଟଙ୍କାରେ ଲିକ୍ କରାଯାଇଛି ଆଉ ଏହି ସମ୍ପୂର୍ଣ୍ଣ ରାକେଟର ମିଲି ଭାଗତରେ କିଭଳି ଲିକ୍ କରାଯାଏ ସେ ନେଇ ସନାତନ ବିଶୋୟୀକୁ ଗୁଡେଇ ତୁଡେଇ ଜେରା କରାଯାଇଛି । 

ଏଥିସହ ଦୁଇ ଅଭିଯୁକ୍ତଙ୍କ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କେବେ ଠାରୁ ଜାଣିଛନ୍ତି ଆଉ କେଉଁ କେଉଁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିହାର ଓ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ହାତ ଅଛି କି ନାହିଁ ମଧ୍ୟ ଜେରା କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ । ତେବେ ଗୋଟିଏ ଦିନର ରିମାଣ୍ଡ ଅବଧି ଶେଷ ପରେ ଶୁକ୍ରବାର ଉଭୟଙ୍କୁ କୋର୍ଟରେ ହାଜର କରାଇ ଜେଲ୍ ପଠାଇବ କ୍ରାଇମବ୍ରାଞ୍ଚ୍ ।

You Can Read:

କ୍ଷମତାକୁ ଆସିଲା ପରେ ସତ ମାନିଲେ, FCIରେ ସମସ୍ୟା ଅଛି

Scroll to Top