ତୁ ଗୋରୀ ନୁହଁ, ତୋତେ ବାହା ହେବିନି.. ପୁରୁଷ ବନ୍ଧୁଙ୍କ ଏମିତି କଥାରେ ଇଞ୍ଜେକ୍ସନ ନେଉଥିଲେ ଚନ୍ଦ୍ରିକା !
OAS ବାବୁଙ୍କୁ ଦରକାର ଥିଲା ଗୋରୀ ଝିଅ । ହେଲେ ପ୍ରଥମେ ଶ୍ୟାମଳି ଝିଅ ସହ ହୋଇଗଲା ପ୍ରେମ । ଆଉ ଯେତେବେଳେ ଗୋରୀ ଝିଅଟେ ମିଳିଗଲା ସେତେବେଳେ ଶ୍ୟାମଳି ଝିଅ ପ୍ରତି ଆଉ ରହିଲାନି ଭଲପାଇବା ।
Published By: Ruby – Prameya-News7 Bureau | June 06, 2026 05:30 PM
NEWS7
ଉଦଳା ୬।୬: ପ୍ରେମ ସମ୍ପର୍କ ଭିତରେ ଦ୍ବିତୀୟ ଯୁବତୀ ଆସିବା ପରେ ପୁରୁଷ ବନ୍ଧୁ ଦେଉଥିଲେ ମାନସିକ ନିର୍ଯାତନା । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷ ବନ୍ଧୁ । ଯେଉଁଥିପାଇଁ ଗୋରା ହେବାକୁ ଚନ୍ଦ୍ରିକା ଆରମ୍ଭ କରିଥିଲେ ପ୍ରକ୍ରିୟା । ସପ୍ତାହରେ ଥରେ ଭୁବନେଶ୍ୱର ଯାଇ ସେଠାରେ ଏକ ଇଞ୍ଜେକେସନ ନେଉଥିଲେ । କାହିଁକି ନା ଏହି ଇଞ୍ଜେକ୍ସନ ନେଇ ଗୋରା ହେବା ପରେ ତାଙ୍କ ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବିଥିଲେ । ଏମିତି କିଛି ସାଙ୍ଘାତିକ ତଥ୍ୟ ରଖିଛନ୍ତି ଚନ୍ଦ୍ରିକାଙ୍କ ମାଆ ।
Also Read:- ମୋତେ ଆଉ ଚନ୍ଦ୍ରିକା ଭଲ ଲାଗୁନି, ବାହାହେବି କେମିତି.. ମାଆଙ୍କୁ ଏମିତି କହିଥିଲା ବୟଫ୍ରେଣ୍ଡ
ସେ ଆହୁରି ମଧ୍ୟ କହିଛନ୍ତି, ଇଞ୍ଜେକସନ ନେବା ପାଇଁ ସେ ଗତ ମଙ୍ଗଳବାର ଭୁବନେଶ୍ୱର ଯାଇଥିଲେ । ଏହା ସହିତ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ । ଗୋରା ହେବା ପାଇଁ କସମେଟିକ୍ ଟ୍ରିଟମେଣ୍ଟ ନେଉଥିବା ଚନ୍ଦ୍ରିକା ୬ଟି ଡୋଜ୍ ନେଇଥିଲେ । ଅନ୍ୟ ଯୁବତୀ ଗୋରା ଥିବାରୁ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ଭଲ ପାଉଥିବା କଥା ଚନ୍ଦ୍ରିକାଙ୍କୁ କହିଥିଲେ ।
ଶୁଣନ୍ତୁ ଏ ବାବଦରେ କ’ଣ କହୁଛନ୍ତି ଚନ୍ଦ୍ରିକାଙ୍କ ମାଆ..
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଥିଲା ସାଙ୍ଘାତିକ ସତ । କଲ୍ ରେକର୍ଡିଂ ଖୋଲିଦେଲା ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରେମ ସମ୍ପର୍କ ଭିତରେ ଦ୍ବିତୀୟ ପ୍ରେମିକାଙ୍କ ଏଣ୍ଟ୍ରି ପରର ଚିତ୍ର । ସାମ୍ନାକୁ ଆସିଥିବା କଲ୍ ରେକର୍ଡିଂରେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମାଆ ହୀରାମଣି ହାଁସଦା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ବୁଝାଉଥିବା ଶୁଣାଯାଇଛି । ସେ ଆଉ ଚନ୍ଦ୍ରିକାଙ୍କୁ ଭଲପାଉ ନାହାନ୍ତି, ଚନ୍ଦ୍ରିକାଙ୍କ ପ୍ରତି ଆଉ ତାଙ୍କର ଭଲ ପାଇବା ଆସୁନାହିଁ ବୋଲି ପୁରୁଷ ବନ୍ଧୁ କହିଛନ୍ତି । ଏହା ସହିତ ଦୁଇ ପକ୍ଷରୁ ଭଲ ପାଇବା ନ ରହିଲେ ବାହାଘର କେମିତି ହେବ ବୋଲି ସେ କହିଥିଲେ । ଦୀର୍ଘ ବର୍ଷର ସମ୍ପର୍କ କିଛି ନୁହେଁ ବୋଲି ସେ କହିଥିଲେ । ଉଭୟଙ୍କ ମଧ୍ୟରେ ଝଗଡା ପରେ ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କଥା ହେବା ପାଇଁ ତାଙ୍କ ମାଆଙ୍କୁ ଚାଟିଂ କରିଥିବା ମଧ୍ୟ ସାମ୍ନାକୁ ଆସିଥିଲା । ଗତ ବୁଧବାର ଦିନ ଚନ୍ଦ୍ରିକା ନିଜ ପୁରୁଷ ବନ୍ଧୁଙ୍କ ଭାଇ ସହିତ କଥା ହେବା ପାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ କେଶ କରିବାକୁ ମେସେଜରେ ତାଙ୍କ ମାଆଙ୍କୁ ଜଣାଇଛନ୍ତି ।
କଟକ କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତଦେହ ଉଦ୍ଧାର ଘଟଣାରେ ସନ୍ଦେହରେ ଚନ୍ଦ୍ରିକାଙ୍କ OAS ପୁରୁଷ ବନ୍ଧୁ । ପ୍ରେମ ବ୍ୟାପାରକୁ ନେଇ ସେ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଚନ୍ଦ୍ରିକାଙ୍କ ପରିବାର ଲୋକ । ୟା ଭିତରେ ସାମ୍ନାକୁ ଆସିଛି ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ମାଆଙ୍କ ଭିତରେ କଥାବାର୍ତ୍ତାର ଫୋନ୍ କଲ ଅଡିଓ ।
OAS ବାବୁଙ୍କୁ ଦରକାର ଥିଲା ଗୋରୀ ଝିଅ । ହେଲେ ପ୍ରଥମେ ଶ୍ୟାମଳି ଝିଅ ସହ ହୋଇଗଲା ପ୍ରେମ । ଆଉ ଯେତେବେଳେ ଗୋରୀ ଝିଅଟେ ମିଳିଗଲା ସେତେବେଳେ ଶ୍ୟାମଳି ଝିଅ ପ୍ରତି ଆଉ ରହିଲାନି ଭଲପାଇବା । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏମିତି ଅନେକ କିଛି ଗୁମର ପଦାକୁ ଆସିବାରେ ଲାଗିଛି । ମୃତ ଛାତ୍ରୀ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଚନ୍ଦ୍ରିକାଙ୍କ ସହ ପ୍ରେମ ସମ୍ପର୍କ ପରେ ବି ସେ ଗୋରୀ ହୋଇନଥିବାରୁ ପରବର୍ତ୍ତୀ ସମୟରେ ଚନ୍ଦ୍ରିକାଙ୍କୁ ବାହା ହେବାକୁ ରାଜି ହେଉନଥିଲେ ତାଙ୍କର ପୁରୁଷ ବନ୍ଧୁ । ଏମିତିକି ପୁରୁଷ ବନ୍ଧୁଙ୍କୁ ମନାଇବା ପାଇଁ ଚନ୍ଦ୍ରିକା ଗୋରା ହେବା ପାଇଁ ଭୁବନେଶ୍ବର ଯାଇ ସେଠାରେ ବ୍ୟୁଟି ଟ୍ରିଟ୍ମେଣ୍ଟ ନେଉଥିଲେ । ଇଞ୍ଜେକ୍ସନ ନେଇ ଗୋରୀ ହେବାକୁ ଚେଷ୍ଟା କରୁଥିଲେ ଚନ୍ଦ୍ରିକା । ଗୋରୀ ହେବା ପରେ ତାଙ୍କର OAS ପୁରୁଷ ବନ୍ଧୁ ତାଙ୍କୁ ବାହା ହେବାକୁ ରାଜି ହୋଇଯିବେ ବୋଲି ଭାବିଥିଲେ ଚନ୍ଦ୍ରିକା । ଗତ ମଙ୍ଗଳବାର ମଧ୍ୟ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ ଚନ୍ଦ୍ରିକା ।




