କୋର୍ଟରେ ପହଁଚିଲେ ଖାନ୍ ସାର୍, ଗୁଳିକାଣ୍ଡ ମାମଲାରେ କରିବେ ଆତ୍ମ ସମର୍ପଣ !

କୋର୍ଟରେ-ପହଁଚିଲେ-ଖାନ୍-ସାର୍,-ଗୁଳିକାଣ୍ଡ-ମାମଲାରେ-କରିବେ-ଆତ୍ମ-ସମର୍ପଣ-!

କୋର୍ଟରେ ପହଁଚିଲେ ଖାନ୍ ସାର୍, ଗୁଳିକାଣ୍ଡ ମାମଲାରେ କରିବେ ଆତ୍ମ ସମର୍ପଣ !

ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା। ଗତ ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ମାଡ଼ପିଟ୍ କରାଯାଇଛି ଏବଂ ସେଠାରେ ଗୁଳିମାଡ଼ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ।

Published By: Ankit M – Prameya-News7 Bureau | June 06, 2026 12:47 PM

NEWS7

KHAN SIR

ପାଟନା,|୦୬: ଆତ୍ମ ସମର୍ପଣ ପାଇଁ କୋର୍ଟ ଗଲେ ଖାନ୍ ସାର୍ । ପାଟନା ସ୍ଥିତ ନିଜ କୋଚିଂ ସେଣ୍ଟର ଖାନ୍ ଗ୍ଲୋବାଲ ଷ୍ଟଡିଜରେ ହୋଇଥିବା ଭଙ୍ଗାରୁଜା ଏବଂ ଫାୟାରିଂ ମାମଲାରେ ଏଫଆଇଆର ପରେ ଆତ୍ମ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ପାଟନା ସିଭିଲ କୋର୍ଟରେ ପହଁଚିଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।

Also Read :- ହଟିଲା ନିଲମ୍ବନ, ଚାକିରିରେ ପୁଣି ଯୋଗ ଦେଲେ IAS ଧିମାନ ଚକମା

ସବୁଠାରୁ ବଡ କଥା ହେଉଛି ଯେ, ସେ କୋର୍ଟରେ ପହଁଚିବା ନେଇ ଦେଖି ନାହାଁନ୍ତି । କାରଣ କୋର୍ଟରେ କ୍ୟାମେରା କିମ୍ବା ଗଣମାଧ୍ୟମକୁ ଅନୁମତି ନଥାଏ । ସୂତ୍ରାନୁସାରେ ସିଭିଲ କୋର୍ଟରେ ଅନୁରାଗ ବର୍ମାଙ୍କ ଅଦାଲତରେ ଖାନ୍ ସାର୍ ଆଗୁଆ ଜାମିନ୍ ଆବେଦନ କରିପାରନ୍ତି ।

ଣ ମାମଲା?

ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସଂସ୍ଥାନ ‘ଜିଏସ୍ ଗ୍ଲୋବାଲ୍ ଷ୍ଟଡିଜ୍’ (GS Global Studies) ବାହାରେ କିଛି ଦିନ ପୂର୍ବରୁ ପ୍ରବଳ ହଙ୍ଗାମା ଏବଂ ପଥର ମାଡ଼ ହୋଇଥିଲା। ଗତ ମଙ୍ଗଳବାର ରାତିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ପରିସରରେ ପଶି ଭଙ୍ଗାରୁଜା କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ମାଡ଼ପିଟ୍ କରାଯାଇଛି ଏବଂ ସେଠାରେ ଗୁଳିମାଡ଼ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବୟାନରୁ ଓହରି ଯାଇଥିଲେ।

ଏହି ବିବାଦ ଭିତରେ ଅନ୍ୟ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ଜ୍ଞାନ ବିନ୍ଦୁ କୋଚିଂ’ (Gyan Bindu Coaching) ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଏହି ସିସିଟିଭି ଫୁଟେଜରେ ଖାନ୍ ସାରଙ୍କ ବଡିଗାର୍ଡମାନେ ଗୁଳି ଚଳାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ।

ପୋଲିସର କାର୍ଯ୍ୟାନୁଷ୍ଠାନ

ବୁଧବାର ଦିନ ପାଟନା ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରିଥିଲା। ପୋଲିସର ଜେରା ସମୟରେ ଗିରଫ ଦୁଇ ବଡିଗାର୍ଡ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେମାନେ କହିଛନ୍ତି ଯେ, ଖାନ୍ ସାରଙ୍କ ନିର୍ଦ୍ଦେଶକ୍ରମେ ହିଁ ସେମାନେ ସେଠାରେ ଗୁଳି ଚଳାଇଥିଲେ। ପୋଲିସ ଏହି ବୟାନକୁ ଆଧାର କରି ଉଭୟଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚଳାଇଥିଲା। ବଡିଗାର୍ଡଙ୍କ ଏହି ସ୍ୱୀକାରୋକ୍ତି ପରେ ପୋଲିସ ତଦନ୍ତ ପରିସରକୁ ଖାନ୍ ସାର ଆସିଥିଲେ ।

Scroll to Top