ଭାରତ-ଆଫଗାନିସ୍ତାନ ଟେଷ୍ଟ୍ : ଟସ୍ ଜିତିଲେ ଶୁଭମନ ଗିଲ୍, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
ପ୍ରଥମେ ବ୍ୟାଚିଂ କରି ଭାରତ ବଡ ସ୍କୋର୍ କରିବାକୁ ଲକ୍ଷ୍ୟ ରଖିବ । ଯଦି ପ୍ରଥମ ଇନିଂସରେ ଦଳ୪୦୦ରୁ ଅଧିକ ସ୍କୋର୍ କରେ ତାହାଲେ ବିପକ୍ଷ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ । ଆଫଗାନ୍ ଟିମରେ ଭାରତ ଭଳି ଦକ୍ଷ ବ୍ୟାଟିଂ ଲାଇନ୍ ନଥିଲେ ବି ଉପଯୋଗୀ ବ୍ୟାଟର ରହିଛନ୍ତି ।
Published By: Ankit M – Prameya-News7 Bureau | June 06, 2026 09:11 AM
NEWS7
ଚଣ୍ଡିଗଡ,୦୬|୦୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଶନିବାରଠାରୁ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତ ଅଛନ୍ତି । ତେବେ ମୁକାବିଲାରେ ଟସ୍ ଜିତିଛି ଭାରତ । ଅଧିନାୟକ ଶୁଭମନ୍ ଗିଲ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ପ୍ରଥମେ ବ୍ୟାଚିଂ କରି ଭାରତ ବଡ ସ୍କୋର୍ କରିବାକୁ ଲକ୍ଷ୍ୟ ରଖିବ । ଯଦି ପ୍ରଥମ ଇନିଂସରେ ଦଳ ୪୦୦ରୁ ଅଧିକ ସ୍କୋର୍ କରେ ତାହାଲେ ବିପକ୍ଷ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ । ଆଫଗାନ୍ ଟିମରେ ଭାରତ ଭଳି ଦକ୍ଷ ବ୍ୟାଟିଂ ଲାଇନ୍ ନଥିଲେ ବି ଉପଯୋଗୀ ବ୍ୟାଟର ରହିଛନ୍ତି ।
Also Read :- ୨ ଲକ୍ଷ ଟଙ୍କାରେ ବି କେ.ଏଲ୍ ରାହୁଲଙ୍କୁ କିଣିଲେନି କେହି, ଜାଣନ୍ତୁ କାହିଁକି ଏମିତି ହେଲା
ମୁକାବିଲାରେ ଭାରତ ଫେଭରେଟ୍ ରହିଛି । ମ୍ୟାଚ୍ ପଞ୍ଜାବର ଚଣ୍ଡିଗଡରେ ଥିବା ଟିରା ଷ୍ଟାଡିୟମରେ ଖେଳାଯିବ । ଭାରତ ଘରୋଇ ଦର୍ଶକଙ୍କ ସମର୍ଥନ ପାଇବ । ସେପଟେ ଆଫଗାନିସ୍ତାନ ଅନେକ ଦିନ ପରେ ଭାରତ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଖେଳୁଛି । ଆଫଗାନ୍ ପାଖରେ ମଧ୍ୟ ଭଲ ବୋଲର ଅଛନ୍ତି । ତେଣୁ ମୁକାବିଲାରେ ଭାରତୀୟ ବ୍ୟାଟର ଏବଂ ଆଫଗାନ୍ ବୋଲରଙ୍କ ମଧ୍ୟରେ ରୋଚକ ଫାଇଟ୍ ଦେଖିବାକୁ ମିଳିବ ।




