ନରଓ୍ୱେ ଚେସ୍ : ଗୁକେଶଙ୍କୁ ମାତ୍ ଦେଲେ ପ୍ରଜ୍ଞାନନ୍ଦା
ନବମ ରାଉଣ୍ଡରେ ପ୍ରଜ୍ଞାନନ୍ଦା ବିଶ୍ଵ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶଙ୍କୁ ହରାଇ ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସୋ ଓ ଅଲିରେଜା କ୍ଲାସିକାଲ ଗେମ୍ରେ ଯଥାକ୍ରମେ ନରୱେର ମାଗନସ୍ କାର୍ଲସେନ ଓ ଜର୍ମାନୀର ଭିନସେଣ୍ଟ କିମରଙ୍କ ସହ ପଏଣ୍ଟ ଭାଗ କରିଥିଲେ।
Published By: Ankit M – Prameya-News7 Bureau | June 06, 2026 08:59 AM
NEWS7
ଓସଲୋ,୦୬|୦୬: ଚଳିତ ନରୱେ ଚେସ୍-୨୦୨୬ର ଓପନ ବର୍ଗରେ ନବମ ରାଉଣ୍ଡ୍ ଶେଷ ହୋଇଛି। ଏହି ରାଉଣ୍ଡ୍ ଶେଷ ସୁଦ୍ଧା ଆମେରିକାର ୱେସଲି ସୋ (୧୫.୫),ଭାରତର ଆର୍. ପ୍ରଜ୍ଞାନନ୍ଦା (୧୫) ଓ ଫ୍ରାନ୍ସର ଅଲିରେଜା ଫିରୌଜା (୧୪.୪) ଟାଇଟଲ୍ ଦୌଡ଼ରେ ଆଗୁଆ ରହିଛନ୍ତି।
ନବମ ରାଉଣ୍ଡରେ ପ୍ରଜ୍ଞାନନ୍ଦା ବିଶ୍ଵ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶଙ୍କୁ ହରାଇ ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସୋ ଓ ଅଲିରେଜା କ୍ଲାସିକାଲ ଗେମ୍ରେ ଯଥାକ୍ରମେ ନରୱେର ମାଗନସ୍ କାର୍ଲସେନ ଓ ଜର୍ମାନୀର ଭିନସେଣ୍ଟ କିମରଙ୍କ ସହ ପଏଣ୍ଟ ଭାଗ କରିଥିଲେ।
Also Read :- ଆଣ୍ଡାମାନରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, ଭବିଷ୍ୟତରେ କମିବ ଅନ୍ୟ ଦେଶ ଉପରେ ନିର୍ଭରତା
ଏହାପରେ ଉଭୟ ଆର୍ମାଗେଡନରେ ବିଜୟ ହାସଲ କରିଥିଲେ। ଦଶମ ରାଉଣ୍ଡରେ ପ୍ରଜ୍ଞାନନ୍ଦା-କିମର,ଗୁକେଶ -କାର୍ଲସେନ,ସୋ-ଫିରୋଜା ସାମ୍ନାସାମ୍ନି ହେବେ। ମହିଳା ବର୍ଗରେ ବିବିସାରା ଆସାଉବାୟେଭା ସର୍ବାଧିକ ୧୬.୫ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖୁଥିବାବେଳେ ଟାଇଟଲ୍ ନିଶ୍ଚିତ କରିଛନ୍ତି।