Zorawar tank: ଏଲଏସିରେ ଚୀନକୁ ଟକ୍କର ଦେବାକୁ ଆସିଗଲା ଭାରତର ସ୍ୱଦେଶୀ ଘାତକ ଜୋରୱାର ଟ୍ୟାଙ୍କ୍‌, କେତେ ଶକ୍ତିଶାଳୀ ଜାଣନ୍ତୁ

zorawar-tank:-ଏଲଏସିରେ-ଚୀନକୁ-ଟକ୍କର-ଦେବାକୁ-ଆସିଗଲା-ଭାରତର-ସ୍ୱଦେଶୀ-ଘାତକ-ଜୋରୱାର-ଟ୍ୟାଙ୍କ୍‌,-କେତେ-ଶକ୍ତିଶାଳୀ-ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହେଉଛି ‘ଜୋରାୱାର’ ହାଲୁକା ଟ୍ୟାଙ୍କ (Zorawar Light Tank)। ଏ.ଏମ୍. ନାଏକ ହେଭି ଇଞ୍ଜିନିୟରିଂ କମ୍ପ୍ଲେକ୍ସରେ ପ୍ରସ୍ତୁତ ଏହି ଟ୍ୟାଙ୍କଟି ମାତ୍ର ୧୯ ମାସରୁ କମ୍ ସମୟ ମଧ୍ୟରେ ତିଆରି କରାଯାଇଛି।  

ଏହି ଟ୍ୟାଙ୍କର ନାମକରଣ ଇତିହାସ ପୁରୁଷ ଡୋଗରା ସେନା ଜେନେରାଲ ‘ଜୋରାୱାର ସିଂହ’ଙ୍କ ନାଁରେ ନାକରଣ କରାଯାଇଛି। ଯାହାଙ୍କୁ ଲଦାଖର ବିଜେତା ବୋଲି କୁହାଯାଏ। ଏଲ୍.ଏ.ସି (LAC) ରେ ଚୀନ୍ ସହ ଉତ୍ତେଜନା ସମୟରେ ଚୀନର ‘Type 15’ ଟ୍ୟାଙ୍କର ମୁକାବିଲା କରିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ତଥା ହାଲୁକା ଯୁଦ୍ଧଯାନର ଆବଶ୍ୟକତା ଥିଲା, ଯାହା ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ସହଜରେ ଚଳପ୍ରଚଳ କରିପାରିବ। ଏହି ଜୋରାୱର ଟ୍ୟାଙ୍କ ଚୀନ ଟ୍ୟାଙ୍କ ଠିକ୍ କଡ଼ା ଟକ୍କାର ଦେଇପାରିବ. ତେବେ ଏହା ଚୀନର ଟାଇପ-୧୫ ଟ୍ୟାଙ୍କ ଠାରୁ ଅଧିକ ହାଲୁକା ହୋଇଥିବା ବେଳେ ସାମରିକ ସଜ୍ଜା କିନ୍ତୁ ସେହିପରି।   

ଯାନ୍ତ୍ରିକ କ୍ଷମତା ଓ ଅସ୍ତ୍ର ଖଚିତ ଶକ୍ତି

ଓଜନ ଓ ଗତି: ପ୍ରାୟ ୨୫ ଟନ୍ ଓଜନର ଏହି ଟ୍ୟାଙ୍କରେ ୭୬୦ hp କ୍ଷମତାସମ୍ପନ୍ନ କମିନ୍ସ ଡିଜେଲ ଇଞ୍ଜିନ୍ ଏବଂ ରେଙ୍କ୍ (Renk) ଟ୍ରାନ୍ସମିସନ୍ ବ୍ୟବହୃତ ହୋଇଛି। ଏହା ସର୍ବାଧିକ ୭୦ କିମିଘଣ୍ଟା ପ୍ରତି ବେଗରେ ଗତି କରିପାରିବ ଏବଂ ଏହାର ଅପରେସନାଲ୍ ରେଞ୍ଜ୍ ୪୫୦ କିମି।

Also Read- E85 Fuel: ଭାରତରେ ଲଞ୍ଚ୍ ହେଲା E85 ଫୁଏଲ୍, ପେଟ୍ରୋଲ୍ ଠାରୁ ୨୦ ଟଙ୍କା ଶସ୍ତା

ଏଥିରେ ବେଲଜିୟମର ଜନ୍ କକେରିଲ୍ ୩୧୦୫ ଟୁରିଟ୍ ସହ ୧୦୫ ମିମି ରାଇଫଲ୍ ଗନ୍ ରହିଛି। ଏହାଛଡ଼ା ୭.୬୨ ମିମି କୋ-ଆକ୍ସିଆଲ୍ ମେସିନ୍ ଗନ୍, ୧୨.୭ ମିମି ଆର୍.ସି.ଡବ୍ଲ୍ୟୁ.ଏସ୍ (RCWS) ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ‘ନାଗ୍ ଏମକେ-୨’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଲଞ୍ଚର୍, ଯାହା ଶତ୍ରୁର ସିଲ୍ଡ ଟ୍ୟାଙ୍କରକୁ ବି ଚୁରମାର କରିବ।

ପ୍ରତିରକ୍ଷା ଓ ସୁବିଧା: ହାଇଡ୍ରୋପ୍ନୁମାଟିକ୍ ସସ୍‌ପେନ୍‌ସନ୍ ସିଷ୍ଟମ ଯୋଗୁ ଏହା ଦୁର୍ଗମ ଅଞ୍ଚଳରେ ସହଜରେ ଚଳପ୍ରଚଳ କରିପାରିବ। ସେନା ଏଥିରେ ‘ଲେଜର ୱାର୍ନିଂ ରିସିଭର’ ଏବଂ ‘ଆକ୍ଟିଭ୍ ପ୍ରୋଟେକ୍ସନ୍ ସିଷ୍ଟମ୍’ ଯୋଡ଼ିବାକୁ ଯୋଜନା କରିଛି।

ଭାରତ ପାଇଁ ହାଲୁକା ଟ୍ୟାଙ୍କ ନୂଆ ନୁହେଁ। ୧୯୪୮ରେ ଜୋଜିଲା ପାସ୍ ଜୟ ପାଇଁ ‘ଷ୍ଟୁଆର୍ଟ’ ଟ୍ୟାଙ୍କ, ୧୯୬୨ ଚୁଶୁଲ୍ ଯୁଦ୍ଧ ଏବଂ ୧୯୬୫ରେ ପାକିସ୍ତାନର ‘ଅପରେସନ୍ ଗ୍ରାଣ୍ଡ ସ୍ଲାମ’କୁ ପଣ୍ଡ କରିବାରେ ‘ଏଏମ୍‌ଏକ୍ସ-୧୩’ (AMX-13) ଟ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଜୋରାୱାର ସେହି ଐତିହ୍ୟକୁ ଆଧୁନିକ ଜ୍ଞାନକୌଶଳ ସହ ଆଗକୁ ନେବ।

ନିଓମା (ଲଦାଖ) ଠାରେ ୪,୨୦୦ ମିଟରରୁ ଅଧିକ ଉଚ୍ଚତାରେ ଏହାର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସେନା ପ୍ରଥମ ପର୍ଯ୍ୟାୟରେ ୫୯ଟି ଟ୍ୟାଙ୍କ ପାଇଁ ଅର୍ଡର ଦେଇସାରିଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ ମୋଟ ୭ଟି ରେଜିମେଣ୍ଟ ଗଠନ ପାଇଁ ୩୫୪ଟି ଟ୍ୟାଙ୍କ ଆବଶ୍ୟକ। ଆସନ୍ତା ୨୦୨୭ ସୁଦ୍ଧା ଏହା ସେନାରେ ସମ୍ପୂର୍ଣ୍ଣ ଭାବେ ସାମିଲ ହେବ।

ଜୋରାୱାର କେବଳ ଏକ ଟ୍ୟାଙ୍କ ନୁହେଁ, ଏହା ଭାରତର ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନର ଏକ ଜ୍ୱଳନ୍ତ ଉଦାହରଣ। ଏହା ବିଦେଶୀ ଟେକ୍ନୋଲୋଜି ସହ ଦେଶୀୟ ବୁଦ୍ଧିବୃତ୍ତିର ଏକ ଅପୂର୍ବ ମିଶ୍ରଣ, ଯାହା ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଭାରତକୁ ଏକ ନୂଆ ମାନ୍ୟତା ଦେବ।

Scroll to Top