ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ, ଜାତୀୟ ସ୍ତରରେ ହେଲା ସମ୍ମାନିତ

ସୌର-ଶକ୍ତି-ବ୍ୟବହାରରେ-ଓଡ଼ିଶା-ଦେଶରେ-ଅଗ୍ରଣୀ,-ଜାତୀୟ-ସ୍ତରରେ-ହେଲା-ସମ୍ମାନିତ

ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ, ଜାତୀୟ ସ୍ତରରେ ହେଲା ସମ୍ମାନିତ

ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କଠାରୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ବିଦ୍ୟୁତ ବିତରଣ କମ୍ପାନୀର ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Published By: Chikun – Prameya-News7 Bureau | June 05, 2026 11:08 PM

NEWS7

PM Surya Ghar Muft Bijli Yojana.

ଭୁବନେଶ୍ବର: ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇପାରିଛି। ଏହିକ୍ରମରେ କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି । Ministry of New and Renewable Energy (MNRE) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି।

ତେବେ ଟାଟା ପାଓ୍ୱାର ନେତୃତାଧୀନ ଓଡ଼ିଶା ଡିସକମର ପ୍ରୟାସ ଯୋଗୁ ସର୍ବଭାରତୀୟ ସ୍ଥରରେ ଓଡ଼ିଶା ଏହି ସଫଳତା ହାସଲ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କଠାରୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ବିଦ୍ୟୁତ ବିତରଣ କମ୍ପାନୀର ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନ, ସର୍ବାଧିକ ସୌର ପ୍ରକଳ୍ପ ସ୍ଥାପନରେ ପ୍ରଥମ ସ୍ଥାନ, ସର୍ବାଧିକ ଥର ବିଦ୍ୟୁତ ବିତରଣ କମ୍ପାନୀ ଯାଞ୍ଚରେ ପ୍ରଥମ ସ୍ଥାନ, ଓ ସର୍ବାଧିକ ଭେଣ୍ଡର ପଞ୍ଜୀକରଣରେ ତୃତୀୟ ସ୍ଥାନ ଅଧିକାର କରିଛି। ଏମିତିରେ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଟାଟାପାଓ୍ବାରକୁ ଏହି ପୁରସ୍କାର ମିଳିଛି। ଏନେଇ ଟିପିସିଓଡିଏଲ ସିଇଓ ଏବଂ ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଗଜାନନ ଏସ. କାଲେ ଶୁଭେଚ୍ଛା ଜଣାଇଛନ୍ତି।

Scroll to Top