ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ତିନି ମୃତ, ବର୍ଷାରୁ ବଞ୍ଚିବା ପାଇଁ ଭାଡ଼ି ତଳେ ଛିଡ଼ା ହୋଇଥିଲେ ସ୍ବାମୀ-ସ୍ତ୍ରୀ

ରାଜ୍ୟର-ବିଭିନ୍ନ-ସ୍ଥାନରେ-ବଜ୍ରପାତରେ-ତିନି-ମୃତ,-ବର୍ଷାରୁ-ବଞ୍ଚିବା-ପାଇଁ-ଭାଡ଼ି-ତଳେ-ଛିଡ଼ା-ହୋଇଥିଲେ-ସ୍ବାମୀ-ସ୍ତ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ତିନି ମୃତ, ବର୍ଷାରୁ ବଞ୍ଚିବା ପାଇଁ ଭାଡ଼ି ତଳେ ଛିଡ଼ା ହୋଇଥିଲେ ସ୍ବାମୀ-ସ୍ତ୍ରୀ

Published By: Chikun – Prameya-News7 Bureau | June 05, 2026 07:57 PM

NEWS7

Keonjhar

କେନ୍ଦୁଝର/ ଯାଜପୁର: ବଜ୍ରପାତ ନେଲା ସ୍ବାମୀ- ସ୍ତ୍ରୀଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ। ଦମ୍ପତି ବର୍ଷା ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ବାଣେଶ୍ୱର ନାଏକ ଓ ତାଙ୍କ ପତ୍ନୀ ସଞ୍ଜୁଲତା ନାଏକ I

ସେପଟେ ଯାଜପୁର ପାଣିକୋଇଲି ଥାନା ସଠିପୁରର ସୁନିଆ ମଳିକଙ୍କ ମଧ୍ୟ ବଜ୍ରପାତରେ ଜୀବନ ଯାଇଛି। ସୁନିଆ ବିଲରେ କାମ କରୁଥୁବା ସମୟରେ ବ୍ରଜପାତ ମାରିବାରୁ ଗୁରୁତର ଆହତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ  ସ୍ଥାନୀୟ ଲୋକ ଓ ପରିବାର  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ ।

Also Read: ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

Scroll to Top