ପ୍ରେମ କରୁଥିଲେ, ଆରବର୍ଷ ବାହା ହୋଇଥାନ୍ତେ ; ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ପ୍ରେମ-କରୁଥିଲେ,-ଆରବର୍ଷ-ବାହା-ହୋଇଥାନ୍ତେ-;-ସନ୍ଦେହ-ଘେରରେ-ଡାକ୍ତରୀ-ଛାତ୍ରୀଙ୍କ-ମୃତ୍ୟୁ

ପ୍ରେମ କରୁଥିଲେ, ଆରବର୍ଷ ବାହା ହୋଇଥାନ୍ତେ ; ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

Published By: Ruby – Prameya-News7 Bureau | June 05, 2026 05:58 PM

NEWS7

Medical Student Death

ଉଦଳା ୫।୬: ଜୀବନ ନେଇଗଲା କି ପିଲାଦିନର ପୁରୁଷ ବନ୍ଧୁ ? ପିଲାଟି ବେଳରୁ ସାଙ୍ଗରେ ଥିଲେ । ବିବାହ କରିବାର ସ୍ବପ୍ନ ଦେଖିଥିଲେ । ହେଲେ ଉଜୁଡିଗଲା ସବୁ ସ୍ବପ୍ନ । କାଠଯୋଡ଼ି ପୋଲ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେଲା । ଏବେ କିନ୍ତୁ ଏହି ଘଟଣା ନୂଆ ମୋଡ଼ ନେଇଛି । ସନ୍ଦେହ ଘେରକୁ ଆସିଛନ୍ତି ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ।

କାଠଯୋଡି ପୋଲ ତଳୁ ବାଲେଶ୍ବର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ଗୁରୁବାର ବାରଙ୍ଗ ପୋଲିସ ଉଦ୍ଧାର କରିଥିଲା । ପୋଲ ଉପରେ ବ୍ୟାଗ, ଚପଲ ଆଦି ପଡ଼ିଥିବା ବେଳେ ଚନ୍ଦ୍ରିକା ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ହେଲେ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ଏବେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକେ ଆଣି ଗାଁରେ ଅନ୍ତିମ ସଂସ୍କାର କରିଛନ୍ତି ।

ହେଲେ ଏସବୁ ଭିତରେ ସାମ୍ନାକୁ ଆସିଛି ସାଙ୍ଘାତିକ ଅଭିଯୋଗ । ଚନ୍ଦ୍ରିକା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକେ । ଚନ୍ଦ୍ରିକା ପିଲାବେଳର ସାଙ୍ଗ ବଡ଼ସାହି ଥାନା ସାଙ୍କୁଚା ଅଞ୍ଚଳର ଯୁବକଙ୍କୁ ଭଲ ପାଉଥିଲେ । ଉଭୟ ୨୦୨୭ ମସିହାରେ ବିବାହ ମଧ୍ୟ କରିଥାନ୍ତେ । ହେଲେ ଯୁବକଙ୍କ ଜୀବନରେ ଆଉ କେହି ଝିଅ ଆସିଯାଇଥିଲେ । ଯିଏ ଆସିବା ପରେ ସେ ଅନେକ ସମୟରେ ଚନ୍ଦ୍ରିକାଙ୍କ ସହିତ ଝଗଡା କରିବା ସହିତ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ତେଣୁ ସଂପୃକ୍ତ ଯୁବକ ଏବଂ ଯୁବତୀ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ ।

Also Read:- ୫ ଦିନିଆ ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍, ADG ଦୟାଲ ଗଙ୍ଗୱାରଙ୍କୁ ଜେରା କରିଥିବା ସୂଚନା

ମଙ୍ଗଳବାର ଦିନ ଚନ୍ଦ୍ରିକା ଭୁବନେଶ୍ବରରେ ଡାକ୍ତର ଦେଖାଇବାକୁ ଯାଇଥିଲେ। ଡାକ୍ତର ଦେଖାଇ ତାଙ୍କ ଭଉଣୀଙ୍କ ଘରେ ରହିଥିଲେ। ହେଲେ ଅଚାନକ ତାଙ୍କ ଭଉଣୀ ଭୁବନେଶ୍ବର ସ୍ଥିତ ଏକ ମଲ୍ ପଳେଇ ଆସିଥିବା ବେଳେ ଚନ୍ଦ୍ରିକା ଘରୁ ବାହାରି ଚାଲି ଆସିଥିଲେ ଏବଂ ଭଉଣୀ ଙ୍କୁ ଫୋନ୍ କରି ସେ କାମରେ ଆସିଥିବା କହିଥିଲେ। ହେଲେ କୁଆଡେ ଯାଇଛନ୍ତି ତାହା କହି ନ ଥିଲେ। ସେପଟେ ଭଉଣୀ ଫୋନ କରିଥିବା ବେଳେ ମଙ୍ଗଳବାର ଚନ୍ଦ୍ରିକାଙ୍କ ଫୋନ ଅଫ ଦେଖାଇଥିଲା ଏବଂ ବୁଧବାର ରିଙ୍ଗ ହୋଇଥିଲେ ସୁଦ୍ଧା ସେ ଫୋନ ଉଠାଇ ନ ଥିଲେ।

ସେପଟେ କଟକ ଡିସିପି କହିଛନ୍ତି ଫୋନର ସିଡିଆର ବାହାର କରାଯାଉଛି, ସିଡିଆର ବାହାରିବା ସହିତ ଭୁବନେଶ୍ବରରୁ ଚନ୍ଦ୍ରିକା କ’ଣ ପାଇଁ କଟକ ଆସିଥିଲେ ଏବଂ କିଭଳି ଆସିଥିଲେ ତାହାର ଯାଞ୍ଚ ଚାଲିବା ସହିତ ସିସିଟିଭି ତନାଘନା କରାଯାଉଛି।

ତେବେ ମାନସିକ ସ୍ତରରେ ଷ୍ଟ୍ରଙ୍ଗ ଥିବା ଜଣେ ଡାକ୍ତରୀ ଛାତ୍ରୀ କ’ଣ ପାଇଁ ଆତ୍ମହତ୍ୟା କରିବେ ? ଯଦି ଆତ୍ମହତ୍ୟା କରିଛନ୍ତି ତାହାର କାରଣ କ’ଣ ? ଯଦି ଏହା ଆତ୍ମହତ୍ୟା ନୁହେଁ ତେବେ ପରିବାର ଲୋକେ ଆଣିଥିବା ଅଭିଯୋଗ ସତ ହୋଇଥିଲେ ପୋଲିସ କେବେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରୁଛି ତାହାକୁ ଅପେକ୍ଷା।

Scroll to Top