Mobile Recharge Tariffs To Rise: ମହଙ୍ଗା ହୋଇପାରେ ମୋବାଇଲ୍ ରିଚାର୍ଜ, ଏଥର ୧୦% ବୃଦ୍ଧି !

mobile-recharge-tariffs-to-rise:-ମହଙ୍ଗା-ହୋଇପାରେ-ମୋବାଇଲ୍-ରିଚାର୍ଜ,-ଏଥର-୧୦%-ବୃଦ୍ଧି-!

ତେଲ ଲୁଣ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଆଦି ସବୁ ମହଙ୍ଗାରେ ଚାଲିଛି। ଦେଶର ଜନତା ମହଙ୍ଗା ମାଡ଼ ପ୍ରହାର ସହି ଚାଲିଥିବା ବେଳେ ଏବେ ପୁଣି ମୋବାଇଲ ରିଚାର୍ଜ ମହଙ୍ଗା ହେବାକୁ ଯାଉଛି। ଏଭଳି ଆକଳନ କରିଛି ଆକ୍ସିସ କ୍ୟାପିଟାଲ। ସଂସ୍ଥାର ଆକଳନ ଅନୁସାରେ, ମୋବାଇଲ ରିଚାର୍ଜ ୧୦% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ।

Published By: abinash – Prameya-News7 Bureau | June 05, 2026 04:30 PM

NEWS7

Mobile Recharge Tariffs Likely to Rise
Ai generated image

ନୂଆଦିଲ୍ଲୀ: ତେଲ ଲୁଣ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଆଦି ସବୁ ମହଙ୍ଗାରେ ଚାଲିଛି। ଦେଶର ଜନତା ମହଙ୍ଗା ମାଡ଼ ପ୍ରହାର ସହି ଚାଲିଥିବା ବେଳେ ଏବେ ପୁଣି ମୋବାଇଲ ରିଚାର୍ଜ ମହଙ୍ଗା ହେବାକୁ ଯାଉଛି। ଏଭଳି ଆକଳନ କରିଛି ଆକ୍ସିସ କ୍ୟାପିଟାଲ। ସଂସ୍ଥାର ଆକଳନ ଅନୁସାରେ, ମୋବାଇଲ ରିଚାର୍ଜ ୧୦% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ।

ଭାରତ ଭଳି ଗୋଟେ ନିମ୍ନଆୟକାରୀ ରାଷ୍ଟ୍ରରେ ଲୋକଙ୍କ ରୋଜଗାର ବଢୁ ନଥିବା ବେଳେ ଖର୍ଚ୍ଚ ଦିନକୁ ଦନ ବଢ଼ିବାରେ ଲାଗିଛି। ପୂର୍ବରୁ ମୋବାଇଲ ରିଚାର୍ଜ ଭାର ଲୋକଙ୍କ ପାଇଁ ଅସହ୍ୟ ହୋଇପଡୁଥିବା ବେଳେ ଏବେ ଯଦି ପୁଣି ଦର ବୃଦ୍ଧି ହୁଏ ତେବେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେବ। ଆକ୍ସିସ୍ କ୍ୟାପିଟାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌରବ ମଲହୋତ୍ରାଙ୍କ ମତରେ, ଆଗାମୀ ୩ ରୁ ୬ ମାସ ମଧ୍ୟରେ ମୋବାଇଲ୍ ଟାରିଫ୍ ବା ରିଚାର୍ଜ ଦର ବଢ଼ିବାର ସମ୍ଭାବନା ରହିଛି।

କେତେ ବଢ଼ିବ ଟାରିଫ ?

ଆକ୍ସିସ୍ କ୍ୟାପିଟାଲ୍ ଅନୁଯାୟୀ, ଆଗାମୀରିଚାର୍ଜ ଦର ପ୍ରାୟ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ଏହା ପୂର୍ବରୁ ଟାରିଫ ୧୫-୨୦% ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଥିଲା। ହେଲେ ବର୍ତ୍ତମାନ ସ୍ଥିତି ଦେଖି କମ୍ପାନୀମାନେ ୧୦ ଟାରିଫ ବୃଦ୍ଧି କରିପାରନ୍ତି ବୋଲି ସଂସ୍ଥା ଆକଳନ କରିଛି। ଏହି ଦର ବୃଦ୍ଧି ୩ ରୁ ୬ ମାସ ମଧ୍ୟରେ ହେବାର ସମ୍ଭାବନା ରହିଛି।

Also Read- RBI: ରେପୋ ରେଟ୍ ଅପରିବର୍ତ୍ତିତ : ଲୋନ୍ ଏବଂ ଇଏମଆଇ ଉପରେ ପଡିବନି ପ୍ରଭାବ

ସେପଟେ ମିଡିଆ ରିପୋର୍ଟ ଅନୁସାରେ ଟେଲିକମ୍ କମ୍ପାନୀଗୁଡ଼ିକ ଗତ କିଛି ବର୍ଷ ହେବ ଗ୍ରାହକଙ୍କ ପ୍ରତି ରିଚାର୍ଜରୁ ମିଳୁଥିବା ହାରାହାରି ଆୟ (ARPU – Average Revenue Per User) ସନ୍ତୋଷଜନକ ରହିଛି। ତେଣୁ ବର୍ତ୍ତମାନ କମ୍ପାନୀଗୁଡ଼ିକ ବଡ଼ ଧରଣର ଦର ବୃଦ୍ଧି କରିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି। ହେଲେ ତଥାପି ଜନତାଙ୍କ ପକେଟ୍ ଗର ନିଶ୍ଚୟ ହୋଇପାରେ।

ବିନା ଦର ବୃଦ୍ଧିରେ ମଧ୍ୟ ଟେଲିକମ୍ କମ୍ପାନୀମାନେ ଭଲ ଆୟ କରୁଛନ୍ତି। ଅଧିକାଂଶ ଗ୍ରାହକ ଅଧିକ ମୂଲ୍ୟର ପ୍ଲାନକୁ ଚୟନ କରୁଥିବା ଏବଂ ଦ୍ରୁତ ନେଟୱର୍କକୁ ଯାଉଥିବାରୁ ପ୍ରିମିୟମାଇଜେସନ୍ ମାଧ୍ୟମରେ ପ୍ରତିବର୍ଷ ARPU ପ୍ରାୟ ୪-୫% ବୃଦ୍ଧି ପାଉଛି। ତେଣୁ କମ୍ପାମାନେ ହଠାତ୍ ଏଥିରେ ବଡ଼ ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି। ତଥାପି ସଂସ୍ଥଆର ଆକଳନ ଅନୁଯାୟୀ ଟେଲିକମ୍ ଗ୍ରାହକମାନଙ୍କୁ ଆଗାମୀ ଦିନରେ ଅଧିକ ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।

Scroll to Top