ଆସନ୍ତା ୩୦ ଯାଏଁ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଙ୍ଘ, ବସ୍ ଭଡ଼ା ବୃଦ୍ଧି ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ସରକାର
Published By: Ruby – Prameya-News7 Bureau | June 05, 2026 02:04 PM
NEWS7
କଟକ ୫।୬: ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ । ଧର୍ମଘଟ ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଙ୍ଘ । ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ ହୋଇଛି । ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ଆଶାବାଦୀ ଅଛି । ତେଣୁ ଆସନ୍ତା ୩୦ ତାରିଖ ଯାଏଁ ବସ୍ ଧର୍ମଘଟକୁ ଟାଳି ଦିଆଯାଉଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।
Also Read:- ଘରୋଇ ସ୍କୁଲକୁ NOC ଦେବାକୁ ନେଉଥିଲେ ଲାଞ୍ଚ, ୧୦ ହଜାର ଟଙ୍କା ସହ ଧରାପଡ଼ିଲେ ଜୁନିଅର ଆସିଷ୍ଟାଣ୍ଟ
ରାଜ୍ୟରେ ବସ ଭଡା ବୃଦ୍ଧି ହେବା ଲାଗି ବିଗତ ଅନେକ ବର୍ଷ ହେଲା ଘରୋଇ ବସ୍ ମାଲିକ ସଙ୍ଘ ଦାବି କରି ଆସୁଛି । ତେବେ କେବଳ ତୈଳ ଦର ବଢିଲେ ବସ୍ ଭଡା ବଢୁଛି, ମାତ୍ର ଭଡା ନିର୍ଦ୍ଧାରଣ ଲାଗି ଯେଉଁ ୧୪ଟି ପାରାମିଟର ରହିଛି । ସେ ବାବଦରେ କେବେ ନିଷ୍ପତ୍ତି ହେଉନାହିଁ । ଯାହାକୁ ନେଇ ବସ୍ ମାଲିକ ସଙ୍ଘ ଧର୍ମଘଟର ଚେତାବନୀ ଦେଇଥିଲା । ତେବେ ଶୁକ୍ରବାର କଟକରେ ପରିବହନ ଆୟୁକ୍ତଙ୍କ ସହ ବୈଠକ ପରେ ଏକ ସମାଧାନର ସୂତ୍ର ବାହାରିଛି ।




