ଏହି ଦିନ ସଚିନଙ୍କ ରେକର୍ଡ ଭାଙ୍ଗିବେ ବୈଭବ ସୂର୍ଯ୍ୟବଂଶୀ ! କିନ୍ତୁ କରିବାକୁ ପଡିବ ଖାସ୍ କାମ

ଏହି-ଦିନ-ସଚିନଙ୍କ-ରେକର୍ଡ-ଭାଙ୍ଗିବେ-ବୈଭବ-ସୂର୍ଯ୍ୟବଂଶୀ-!-କିନ୍ତୁ-କରିବାକୁ-ପଡିବ-ଖାସ୍-କାମ

ଏହି ଦିନ ସଚିନଙ୍କ ରେକର୍ଡ ଭାଙ୍ଗିବେ ବୈଭବ ସୂର୍ଯ୍ୟବଂଶୀ ! କିନ୍ତୁ କରିବାକୁ ପଡିବ ଖାସ୍ କାମ

ଇଏସପିଏନ୍ କ୍ରିକ୍ ଇନଫୋ ଅନୁସାରେ, ଭାରତୀୟ ଦଳର ମହାନ କ୍ରିକେଟର ସଚିନ ତେନ୍ଦୁଲକର ୧୬ ବର୍ଷରେ ଅନ୍ତର୍ଜାତୀୟ ମୁକାବିଲାରେ ଡେବ୍ୟୁ କରିଥିଲେ । ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିଥିଲେ । ଏବେ ତାଙ୍କଠୁ କମ୍ ବୟସରେ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ମୁକାବିଲା ଖେଳିବେ ବୋଲି ଅନୁମାନ କରାଯାଉଛି ।

Published By: Ankit M – Prameya-News7 Bureau | June 05, 2026 10:46 AM

NEWS7

vaibhab suryananshi

ନୂଆଦିଲ୍ଲୀ, ୦୫/୦୬ : ଭାରତୀୟ ଦଳର ଉଦୀୟମାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ସେ ଅରେଞ୍ଜ୍ କ୍ୟାପ୍ ଜିତିଛନ୍ତି । ଅନେକ ବଡ ବଡ ବୋଲରଙ୍କୁ ପ୍ରହାର କରିଛନ୍ତି । ଅନେକ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି । ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ସ୍ତରରେ ମହାନ ବ୍ୟାଟରଙ୍କ ରେକର୍ଡ ଭାଙ୍ଗିବେ ବୋଲି କୁହାଯାଉଛି ।

ଇଏସପିଏନ୍ କ୍ରିକ୍ ଇନଫୋ ଅନୁସାରେ, ଭାରତୀୟ ଦଳର ମହାନ କ୍ରିକେଟର ସଚିନ ତେନ୍ଦୁଲକର ୧୬ ବର୍ଷରେ ଅନ୍ତର୍ଜାତୀୟ ମୁକାବିଲାରେ ଡେବ୍ୟୁ କରିଥିଲେ । ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିଥିଲେ । ଏବେ ତାଙ୍କଠୁ କମ୍ ବୟସରେ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ମୁକାବିଲା ଖେଳିବେ ବୋଲି ଅନୁମାନ କରାଯାଉଛି ।

Also Read :-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କେଏସ୍ ଭରତ, ରୋହିତ ଓ ବିରାଟଙ୍କୁ ଜଣାଇଲେ କୃତଜ୍ଞତା

୨୦୨୬ ଆଇପିଏଲରେ ସୂର୍ଯ୍ୟବଂଶୀ ୭୭୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୨୩୭ । ଏବେ ସେ ଭାରତ-ଏ ଦଳ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସିରିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାପରେ ଭାରତୀୟ ସିନିୟର ଟିମ୍ ଜୁନ୍ ୨୬ରୁ ଜୁନ୍ ୨୮ ମଧ୍ୟରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହି ସିରିଜରେ ବୈଭବଙ୍କୁ ସୁଯୋଗ ମିଳିପାରେ ।

୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଖେଳାଳି ମଦନ ଲାଲ୍ କହିଛନ୍ତି ଯେ, ବୈଭବଙ୍କ ପାଖରେ ପ୍ରତିଭା ରହିଛି । ଯାହା ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପାଖରେ ଦେଖିବାକୁ ମିଳେ । ଏହି ୧୫ ବର୍ଷୀୟ ବାଳକଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିବା ଦରକାର । କିନ୍ତୁ ସଚିନଙ୍କ ସମକକ୍ଷ ହେବାକୁ ବୈଭବଙ୍କୁ ଟେଷ୍ଟ୍ କ୍ରିକେଟରେ ମଧ୍ୟ ନିଜର ଫର୍ମ ଦେଖାଇବାକୁ ପଡିବ ।

ସେ କହିଛନ୍ତି ଯେ, ଏପରି ଖେଳାଳି ଶତାବ୍ଦୀରେ ଥରେ ନଜର ଆସନ୍ତି । କିନ୍ତୁ ମହାନ ଖେଳାଳି ହେବାକୁ ଟେଷ୍ଟ୍ କ୍ରିକେଟ୍ ଖେଳିବା ଗୁରୁତ୍ୱପୂର୍ଣ୍ଣ । ଆୟାରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଶ୍ରୀଲଙ୍କା ବିପକ୍ଷରେ ସୁଯୋଗ ମିଳେ ବୈଭବଙ୍କୁ ଭଲ ପ୍ଲାଟଫର୍ମ୍ ମିଳିବ । ଏବେ ସେ ଟିନ୍ ଏଜରେ ଅଛନ୍ତି । ଶନିବାର ଭାରତୀୟ ଚୟନ କମିଟିର ବୈଠକ ବସିବ । ଏଠାରେ ତାଙ୍କ ନାଁ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି ।

Scroll to Top